ଭୋପାଳ: ଅବିବାହିତ ମହିଳାଙ୍କୁ ମିଳିବ ପେନସନ। ଯଦି ସମ୍ପୃକ୍ତ ମହିଳା ୫୦ ବର୍ଷ ପାରି ହୋଇଥିବେ ତାଙ୍କୁ ଏହି ସୁବିଧା ମିଳିବ। ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ପାଇଁ ପେନ୍ସନ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଯେଉଁ ମହିଳା ବିବାହ କରି ନ ଥିବେ ଏବଂ ବୟସ ୫୦ରୁ ଅଧିକ ହୋଇଥିବ, ସେମାନଙ୍କୁ ପେନ୍ସନ ମିଳିବ। ଏହି ସ୍କିମ୍ ନାଁ ରହିଛି ମୁଖ୍ୟମନ୍ତ୍ରୀ ମହିଳା କୋଷ।
Loading...
ଏଥିସହ ମହିଳାଙ୍କୁ ଅସଦ୍ବ୍ୟବହାର ଦେଖାଉଥିବା ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ଫାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ଶିବରାଜ ସିଂ ଚୌହାନ୍ । ନିତିଦିନିଆ ଜୀବନରେ ମହିଳାଙ୍କ ଭୂମିକାକୁ ଭୁରି ଭୁରି ପ୍ରଶଂସା କରି ଶିବରାଜ କହିଛନ୍ତି, ମହିଳାଙ୍କ ପାଇଁ କେବଳ ମହିଳା ଦିବସ ରହିବା ଉଚିତ୍ ନୁହେଁ ବର୍ତ୍ତମାନ ଯୁଗରେ ମହିଳାମାନେ ବହ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ପାଉଥିବା ଶିବରାଜ ସିଂ ଚୌହାନ କହିଛନ୍ତି।
Loading...
Share It
- 6Shares