ଅଭିନନ୍ଦନଙ୍କୁ ବିସିସିଆଇ, କ୍ରୀଡ଼ାବିତ୍‌ଙ୍କ ସ୍ୱାଗତ

ଖେଳ ଦେଶ ବିଦେଶ

ନୂଆଦିଲ୍ଲୀ- ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନ ପାକିସ୍ତାନରୁ ସ୍ବଦେଶ ଫେରିବା ପରେ ସାରା ଦେଶରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ୟ କ୍ରୀଡ଼ାବିତ୍‌ମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ବିସିସିଆଇ ଅଭିନବ ଢଙ୍ଗରେ ଏକ ଜର୍ସି ଜାରି କରିଛି। ଏହ ଜର୍ସି ଉପରେ ୧ ନମ୍ବର ଓ ଅଭିନନ୍ଦନ ବର୍ଥମାନ ବୋଲି ଲେଖାଯାଇଛି। ‘ଅଭିନନ୍ଦନ ଆପଣଙ୍କୁ ସ୍ବାଗତ। ଆପଣ ଆକାଶ ଓ କୋଟି କୋଟି ଜନତାଙ୍କ ହୃଦୟରେ ରାଜ କରିଛନ୍ତି। ଆପଣ ଚଳିତ ପିଢି ପାଇଁ ପ୍ରେରଣା ଉତ୍ସ’ ବୋଲି ବିସିସିଆଇ ତା’ର ଟୁଇଟର ହ୍ୟାଣ୍ଡଲ୍‌ରେ ଉଲ୍ଲେଖ କରିଛି। ଏଥି ସହିତ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି, ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ ଅଭିନନ୍ଦନଙ୍କ ପ୍ରଶଂସାରେ ଶତମୁଖ ହେବା ସହ ଟୁଇଟ୍‌ କରି ତାଙ୍କୁ ସମ୍ମାନ ଜଣାଇବା ସହ ସ୍ୱାଗତ କରିଛନ୍ତି।

Loading...
Share It
  • 63
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.