ଅଭିମନ୍ୟୁଙ୍କ ଜନ୍ମପୀଠ ବାଲିଆରେ ଜୟନ୍ତୀର ଉଦ୍ଜାପନୀ ଦିବସ ସମାହିତ

ଓଡିଶା ନ୍ୟୁଜ୍

ଅଭିମନ୍ୟୁ ସାହିତ୍ୟ ଉତ୍କଳ ଭାଷା ଜନନୀକୁ ରୁଦ୍ଧିମନ୍ତ କରିଛି – ଡ.ଶକୁନ୍ତଳା ବଳିଆର ସିଂ

ବରୀ-ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପୀଠ ବାଲିଆ ଠାରେ ଅଭିମନ୍ୟୁ ସାହିତ୍ୟ ପରିଷଦର ସ୍ଥାୟୀ ସଂଯୋଜକ ତଥା ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦର ମିଳିତ ଆନୁକୁଲ୍ୟରେ କବିଙ୍କର ୨୫୯ତମ ଜୟନ୍ତୀ ଉତ୍ସବ ମହାସମାରୋହର ପ୍ରଥମ ଦିବସ ପାଳିତ ହୋଇ ଯାଇଛି । ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକା, ସମାଲୋଚିକା, ତଥା ଅନୁବାଦିକା ଡ.ଶକୁନ୍ତଳା ବଳ୍ୟିାର ସିଂ ଯୋଗଦେଇ ଅଭିମନ୍ୟୁ ସାହିତ୍ୟକୁ ଭାବନାରେ କେବଳ ରୂପ ଦେଇ ହେବ ନାଚେତ କବି ଯେଉଁ ଅପ୍ରାକୃତ ଶବ୍ଦ ବ୍ୟବହାର କରିଛନ୍ତି ତାହା ବାସ୍ତବରେ ଅବର୍ଣ୍ଣନୀୟ , ପ୍ରେମରେ ମାତିବା , ପ୍ରେମରେ ନିଜକୁ ମଜାଇ ଦେବା ହଜାଇ ଦେବା ତାପରେ କବିଙ୍କ ରଚନା କୁ ସଠିକ ଭାବରେ ବୁଝିହେବ । ରାଧା କୃଷ୍ଣଙ୍କ ପ୍ରେମକୁ ଏପରି ମାର୍ଜିତ ଓ ନିଖୁଣତାର ସହ ବର୍ଣ୍ଣନା ଉତ୍କଳରେ କେହି କବି କରି ନାହାନ୍ତି କିମ୍ବା ୧ ହଜାର ବର୍ଷ ପର୍ଯ୍ୟନ୍ତ ତାହାର ସମକକ୍ଷ ହେବା ସମ୍ଭବ ହେବନାହିଁ , ଅଭିମନ୍ୟୁ ସାହିତ୍ୟ ଉତ୍କଳ ଭାଷା ଜନନୀକୁ ରୁଦ୍ଧିମନ୍ତ କରିଛି ବୋଲି ଦୃଢକଣ୍ଠରେ କହିଥିଲେ । ଭବିଷ୍ୟତ ପୀଢିକୁ ମାନବୀୟ ପ୍ରେମରେ ଉଦ୍ବୁଦ କରିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟବକ୍ତା ଗୋବିନ୍ଦ ଚନ୍ଦ୍ର ଲେଙ୍କା । , ଅଭିମନ୍ୟୁଙ୍କ ପ୍ରେମ ଓ ସୈାନ୍ଦର୍ଯ୍ୟ ତତ୍ତ୍ୱର ବର୍ଣ୍ଣନା ଶୈଳୀ ବିଶ୍ୱସାହିତ୍ୟରେ ବିରଳବୋଲି ଅଭିବ୍ୟକ୍ତି କରିଥିଲେ ସମ୍ମାନୀତ ଅତିଥି ସଂଯୁକ୍ତା ମହାପାତ୍ର । କବିଙ୍କ ସମଗ୍ର ରଚନା ବଳିକୁ ସଂକ୍ଷିପ୍ତ ରେ ଅବତାରଣା କରିବା ସହିତ ଛନ୍ଦ ସାହିତ୍ୟର ବର୍ଣ୍ଣନା ଦିଗନ୍ତ ବିସ୍ତାରୀ ବୋଲି ଅଭିହିତ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସଂଜୟ କୁମାର ଛୁଆଳ ସିଂ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥ୍ôୟଲେ । ସାହିତ୍ୟ ପରିଷଦର ସଂପାଦକ ପାବକ ମହାପାତ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ , ଅଧ୍ୟାପିକା ପ୍ରଗତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ସାହିତ୍ୟ ପରିଷଦ ତରଫରୁ ସଭାପତି ଦେବପ୍ରସାଦ ସାମଲଙ୍କ ତତ୍ୱାବଧାନରେ ଅଧ୍ୟକ୍ଷ ସୁଧିର ରାଉତ , ରବିନ୍ଦ୍ର ଦାସ ,ଦୁର୍ଯ୍ୟୋଧନ ଜେନା, କୁଂଜବିହାରୀ ରାୟ, ସେରାଜ କାନ୍ତ ଜେନା, ନିରୋଦ କୁମାର ଜେନା, ସୁଧାଶୁଂ ବାଳା ସ୍ୱାଇଁ ପ୍ରମୁଖ କବିଙ୍କ ସମାଧୀ ପିଠକୁ ୬ଶହରୁ ଅଧିକ ଛାତ୍ର ଛାତ୍ରୀ ଙ୍କ ସହ ଶୋଭା ଯାତ୍ରା ରେ ଯାଇଥିଲେ ।

Loading...

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୫୯ ତମ ଜୟନ୍ତୀୂ ଉତ୍ସବର ଉଦ୍ଜାପନୀ ଉତ୍ସବ ଗତକାଲି ଅଭିମନ୍ୟୁ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିଙ୍କ ଜନ୍ମପୀଠ ବାଲିଆରେ ମହାସମାରୋହରେ ପାଳିତ ହୋଇ ଯାଇଛି ।

ସାହିତ୍ୟ ପରିଷଦର ସଭାପତି ପ୍ରଫେସର ଦେବପ୍ରସାଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ୍ ଡଃ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ କବିଙ୍କ କାଳଜୟୀ କୃତିକୁ ବିଷଦ ଭାବରେ ଆଲୋଚନା କରିବା ସହ ଏପରି କାଳଜୟୀ ସାହିତ୍ୟ ଆଗାମୀ ଦିନରେ ସୃଷ୍ଟି ହେବନାହିଁ ବୋଲି କହିଥିଲେ ।, ବିଦଗ୍ଧ ଚିନ୍ତାମଣି କବିଙ୍କ କାଳଜୟୀକୃତି ଯାହା ଓଡିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରେ । ବୈଷ୍ଣବୀୟ ଚିନ୍ତାଧାରାରେ ସାମାଜିକ ସଂସ୍କାର ସହିତ ପ୍ରକୃତି ଚିତ୍ରଣ ବିଦଗ୍ଧ ଚିନ୍ତାମଣି କାବ୍ୟରେ ଅତ୍ୟନ୍ତ ନିଆରା ଢଙ୍କରେ ସନନ୍ନେବଶିତ ହୋଇଛି । ଅନ୍ୟତମ ମୁଖ୍ୟ ବକ୍ତା ଭାବେ ଡଃ.ଦୁର୍ଗାମାଧବ ପୃଷ୍ଟି କହିଲେ ଯେ ବିଦଗ୍ଧ ଚିନ୍ତାମଣି ନାହିଁ ଶବ୍ଦ ନାହିଁ , ଅର୍ଥାତ ତହିଁରେ ଯାହା ଖୋଜିବ ସବୁକିଛି ଭରପୁର ହୋଇ ରହିଛି । ଉପମା, ପଦର ଛନ୍ଦରମ୍ୟତା, ରସର ଚନ୍ଦ୍ର ଉଦିଆ, ସାହିତ୍ୟର ମହାସମ୍ଭାଷଣ ସବୁକିଛି ଉକ୍ତ କାବ୍ୟରେ ସନ୍ନିବେଶିତ କରିଛନ୍ତି ବିଦଗ୍ଧ କବି ଅଭିମନ୍ୟୁ । ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ଦାସ ପ୍ରରମ୍ଭିକ ସୂଚନା ପ୍ରଦାନ କରିଥିଲେ , ପରିଷଦର ସଂପାଦକ ପାବକ କୁମାର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ରବିନ୍ଦ୍ର କୁମାର ଦାସ ସମ୍ମାନୀତ ଅତିଥିଭାବେ ଯୋଗଦାନ କରି ବିଦଗ୍ଧ ଚିନ୍ତାମଣିରେ ଶ୍ରୀରାଧା ବିଷୟରେ ଆଲୋଚନା ରଖି ଥିଲେ । ଅନ୍ୟତମ ଅତିଥି ଭାବେ ତ୍ରୟ ଶିକ୍ଷାଉବିତ୍ ବିରେନ୍ଦ୍ର କୁମାର ସାମଲ, ଶିକ୍ଷାବିତ ଜଗବନ୍ଧୁ ସାମଲ ଓ ଆଶାଲତା ଜେନା ଯୋଗଦାନ କରିଥିଲେ । ପରିଷଦ ତରଫରୁ ଶିକ୍ଷାବିତ୍ ତଥା କବି ଲଚ୍ଛମନ ରାଉତ ତଥା ମୁଖ୍ୟ ଅତିଥି ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ଓ ଡଃ.ଦୁର୍ଗାମାଧବ ପୃଷ୍ଟି ଙ୍କୁ ଉପଢୈାକନ ଓ ମାନପତ୍ର ଦିଆଯାଇ ସଂମ୍ବର୍ଦ୍ଧିତ କରାଯାଇଥିଲା । କବି ଶରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଗାୟକ ହରେମାହନ କର ଓ ସାଥିମାନଙ୍କ ଦ୍ୱାରା ଅଭିମନ୍ୟୁ ଙ୍କ ରଚିତ ସୁଲକ୍ଷଣା କାବ୍ୟ ଉପରେ ପାଲା ପରିବେଷଣ କରାଯାଇଥିଲା । ଗାୟକ ଶ୍ରୀ କରଙ୍କୁ ପରିଷଦ ତରଫରୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ବିଦଗ୍ଧ ଗାୟକ ସାରସ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ପୂର୍ବାହ୍ନରେ କବିଙ୍କ ଜୟନ୍ତୀ ଉତ୍ସବ ପାଇଁ ଚଳିତ ମାସ ୨ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରତିଭା ଚୟନ ପ୍ରତିଯୋଗିତାର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ପ୍ରଫେସର ଦେବ ପ୍ରସାଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାକୁ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ନିଜର ଓଜସ୍ୱିନୀ ଅଭିଭାଷଣ ପ୍ରଦାନ କରିବା ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ । ଦିବା ୧୨ ଘଟିକାରେ ୪ ଘଟିକା ପର୍ଯ୍ୟନ୍ତ ବିଦଗ୍ଧା ଅନୁଷ୍ଠାନ ଦ୍ୱାରା ଉଚ୍ଚ ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ସଂଗୀତ, ନୃତ୍ୟ ଓ କୁଇଜ ପ୍ରତିଯୋଗିତା ମାନ ଅୟୋଜନ କରାଯାଇଥିଲା , ଏହି କାର୍ଯ୍ୟକ୍ରମକୁ ଜୟନ୍ତ କୁମାର ଜେନା, ପ୍ରଭାକର ଜେନା, ବିଭୂତି ଭୂଷଣ ଜେନା, ଜନ୍ମେଜୟ ମହାନ୍ତି, ସୈାମ୍ୟରଂଜନ ଜେନା, ଲିଶାରାଣୀ କର, ନିହାର ଜେନା, ପ୍ରଭାସ ରାୟ, ରବିନ୍ଦ୍ର କୁମାର ଦାସ, ମନୋରଂଜନ ଜେନା, ପବିତ୍ର ସାମନ୍ତରାୟ , ଶୁଭ୍ରାଶୁଂ ଶଡଙ୍ଗୀ , ନବିନ ଚନ୍ଦ୍ର ଜେନା, ପ୍ରମୋଦ କୁମାର ଜେନା, ବଙ୍ଗାଳି ଚରଣ ବାରିକ, ସୁରେଶ କୁମାର ଜେନା, ଚିତ ରଂଜନ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

ଶେଷରେ ଭୁବନେଶ୍ୱରର ସିତାଂଶୁ ରାଉତ ଓ ସାଥୀ ବଶିଷ୍ଟ ନାୟକ, ତପସ୍ୱିନୀ ନାୟକ, ଅମିୟ କୁମାର ଦାସ , ସମରେନ୍ଦ୍ର ନାୟକ ଆଦି କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଶଣ କରାଯାଇଥିଲା ସାହିତ୍ୟ ପରିଷଦ ଦ୍ୱାରା ସେମାନଙ୍କୁ ଶେଷରେ ଉପଢୈାକନ ଦ୍ୱାରା ସଂମ୍ବର୍ଦ୍ଧିତ କରାଯାଇଥିଲା
 

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.