ଅଭିମନ୍ୟୁ ସାହିତ୍ୟରେ ପ୍ରେମ ଏକ ଅଦ୍ୱିତୀୟ ବର୍ଣ୍ଣନା

ପ୍ରବନ୍ଧ ସାହିତ୍ୟ ସଂସ୍କୃତି

                                                                                                                                                                                                                                                                           ଶରତ କୁମାର ଜେନା

ଅଭିମନ୍ୟୁ ବାଲିଆ , ଯାଜପୁର ଅଭିମନ୍ୟୁ ନଗର
ମୋ-9658606879

  sharatkumar2013@gmail.com

ଅଭିମନ୍ୟୁ ସାହିତ୍ୟରେ ପ୍ରେମର ଅଦ୍ୱିତୀୟ ବର୍ଣ୍ଣନା ବାସ୍ତବରେ ସମଗ୍ର ବାହ୍ୟ ଜଗତ ରେ ଏକ ଆଲୋଡନ ସୃଷ୍ଟି କରେ । ବହୁ ଇଂଗ୍ରାଜୀ ସାହିତ୍ୟ ର କାବ୍ୟକାର ପ୍ରେମ ଉପ ରେ ବିସ୍ତୁୃତ ବର୍ଣ୍ଣନା କରିଛନ୍ତି । ସେହି କାବ୍ୟ ଗୁଡିକ ବିଶ୍ୱ ଜଗତ ରେ ଆଜି ଅନନ୍ୟ କାବ୍ୟର ରୂପ ନେଇଛି । କିନ୍ତୁ ଅଭିମନ୍ୟୁ ସାହିତ୍ୟକୁ କେହି କେବେ ଠିକ୍ ସେ ପଢି ନାହାଁନ୍ତି । ବୁଝି ନାହାଁନ୍ତି । ଏକତରଫା ନ୍ୟାୟ ଦେବାରେ ଏହିପରି ବିଚାର ବିହିନ ନ୍ୟାୟରେ ସେହି ପ୍ରାଶ୍ଚାତ୍ୟ କବି ମାନେ ଆଜି ବାହା ବାହା ନେଉଛନ୍ତି । କିନ୍ତୁ ଅଭିମନ୍ୟୁ ସାହିତ୍ୟକୁ ତନଖିଲେ ଦେଖାଯିବ ପ୍ରେମ କି ଜାତି ପଦାର୍ଥ ।
କବି ପ୍ରେମର ବାଖ୍ୟା କରିବାକୁ ଯାଇ କହିଛନ୍ତି ,
ଅନଳ ନୁହଁଇ ଦେହ ଦହଇ
ଅସ୍ତ୍ର ନୁହଁଇ ମରମ ଭେଦଇ
ନୁହଁଇ ସେଜଳ ବୁଡାଏ କୂଳ
ନୁହଁଇ ମାଦକ କରେ ବିହ୍ୱଳ
ନୁହଁଇ ବଡସୀ
ବଳେ ମନ ମୀନ ନିଏ ଆକର୍ଷି ।
ପ୍ରେମ ଏହିପରି ପଦାର୍ଥ , ସେ ଅନଳ ଅର୍ଥାତ ନିଆଁ ନୁହଁ କିନ୍ତୁ ମନକୁ ଦହନ କରିପାରେ , ସେ ଅସ୍ତ୍ର ନୁହଁ କିନ୍ତୁ ମର୍ମକୁ ଭେଦ କରି ପାରେ , ସେ ଜଳନୁହଁ କିନ୍ତୁ କୂଳ କୂଳ ଲଙ୍ଘନ କରେ , ସେ ମଦ ନୁହେଁ କିନ୍ତୁ ମଣିଷକୁ ବିହ୍ୱଳିତ କରେ । ଯାହାକୁ ସଠିକ ଭାବରେ ଦେଖାଇ ବାସ୍ତବ ପ୍ରମାଣ ଦେଇ ହେବ ନାହିଁ , ଯାହା ଅନୁଭବରକଥା ।
ପୁଣି କହିଛନ୍ତି ..
ବଡ କଠିଣ ସେ ପ୍ରୀତିପାଳିବା
ତୀକ୍ଷ୍ଣ ଅସିଧାରେ ପଥ ଚାଲିବା
ଶୂନ୍ୟ ଆରୋହଣ ଠାରୁ କଠିଣ
ପବନ ଫାନ୍ଦେ ଧରିବା ଲକ୍ଷଣ
ପ୍ରୀତି ରକ୍ଷାଠାରେ
ଯଥା ପାରଦ ଧରିବା ମୁଠାରେ ।।

Loading...

ନବନୀତ ଘୋଡା ନାଖ ଶବାର
ପ୍ରଚଣ୍ଡାନଳେ ପଥ ଚାଲିବାର
ତହିଁ କିକରି ରହିବ ଶରୀର
ତହୁଁଅଧିକ ପ୍ରୀତି ପାଳିବାର ।।

କବି କହିଛନ୍ତି ପ୍ରେମ ସଦା ସର୍ବଦା ଅପ୍ରାକୃତ । ସେହି ପ୍ରେମକୁ ପାଳନ କରିବା ଏତେ ସହଜ ନୁହଁ । ଲବଣୀ ରେ ଘୋଡା , ନାଖରେ ଶବାର ପ୍ରଚଣ୍ଡ ନିଆଁର ରାସ୍ତା , ଅର୍ଥାତ ଲହୁଣୀର ଗୋଡା ରେ ନାଖର ଶବାର ବା ଅଶ୍ୱାରୋହୀ, ଏହା କିପରୀ ସମ୍ଭବ , ଏହା କିନ୍ତୁ ସଂଭବ ହୋଇପା ରେ , କିନ୍ତୁ ପ୍ରୀତି ପାଳିବା ତାଠାରୁ କଷ୍ଟ । ଶୂନ୍ୟକୁ କେହି ଚଢିବା ସଂଭବ ନୁହେଁ ତାହା ମଧ୍ୟ ସଂଭବ ହୋଇ ପାରେ କିନ୍ତୁ ପ୍ରିତୀ ପାଳିବା ତା ଠାରୁ କଷ୍ଟ ।ପବନକୁ ଫାନ୍ଦ ବସାଇ ବା ଫାଶ ବସାଇ ଧରିବା ସଂଭବ ହୋଇପାରେ କିନ୍ତୁ ପ୍ରିତୀ ରକ୍ଷା କରିବା ତା ଠାରୁ କଷ୍ଠ ।କିନ୍ତୁ ବିଦଗ୍ଧ ଚିନ୍ତାମଣୀ କାବ୍ୟରେ କବି କୃଷ୍ଣ ପ୍ରେମ ପାଗଳିନୀ ଶ୍ରୀ ରାଧା କୃଷ୍ଣଙ୍କ ବିନା ପାଗଳିନୀ ପରାଏ ହୋଇଛନ୍ତି ।ତାଙ୍କର ସଖି ମଞ୍ଜରୀ ମାନଙ୍କୁ କହିଛନ୍ତି ସଖି ଗୋ …
ଜୀବନ ଗଲେ ଏତିକି କରିବ ଶ୍ୟାମ ନାମ ମୋର ଦୃ ଦେ ଲିହିବ
ଶ୍ୟାମ ରୂପମୂର୍ତୀ ହୃଦେ ଲଦାଇ ଶ୍ୟାମ ବସନ ଅଙ୍ଗତେ ଘୋଡାଇ
ଶ୍ୟାମ ଗତି ପ ଥେ
ମୋ ଶବ ପୋତିବ ଆପଣା ହସ୍ତେ ଗୋ …(୩୬)

ଯଦି ଏମନ୍ତ କରି ନପାରିବ ତମାଳେ କୋଳ କରାଇ ଥୋଇବ
କୃଷ୍ଣ ବଂଶୀ ଶୁଭୁ ଥିବ ଯେଣିକି କଣ୍ଣ ଡେରି ଦେଇ ଥିବ ତେଣିକି
ସବୁ ସଜନୀଙ୍କି
ହାତ ଧରି ମୁଁ ମାଗୁଛି ଏତିକି ।  (୩୭)
ରାଧିକେ କହିଛନ୍ତି ସଖି ଗୋ ..
କୃଷ୍ଣ ଚନ୍ଦ୍ରଙ୍କର ମୋ ସହିତ ଆଉ ଏହି ଜୀବ ଦଶାରେ ଦେଖା ହେବ କି ନାହିଁ ସନ୍ଦେହ । କୃଷ୍ଠଙ୍କ ବିନା ଯଦି ମୋର ପ୍ରାଣ ଚାଲିଯାଏ , ସବୁ ସଖି ମଂଜରୀଙ୍କୁ ହାତଧରି ଏତିକି ନିବେଦନ କରୁଛି ମୋ ହୃଦରେ କୃଷ୍ଣ ନାମ ଲେଖି ଦେବ , ଶ୍ୟାମ ବର୍ଣ୍ଣର ବସ୍ଥ ଆଣି ମୋ ଅଙ୍ଗରେ ଘୋଡାଇ ଦେବ । ଶ୍ୟାମ ଚିତ୍ର ମୂର୍ତୀ ମୋ ହୃଦରେ ଲଦିଦେବ ।ଶ୍ୟାମଙ୍କ ଗତି ପଥ ରେ ମୋତେ ଗାତ ଖୋଳି ନିଜ ହସ୍ତରେ ପୋତି ଦେବ ।ତୁମେତ ସଭିଏଁ ନାରୀ ଜାତି ଯଦି ଗାତ ଖୋଳି ମୋ ଶବକୁ ପୋତି ନପାରିବ ବା କେଉଁଠୁ ଶ୍ୟାମ ବର୍ଣ୍ଣର ଶାଢୀ ନପାଇବ ବା ଶ୍ୟାମ ଚିତ୍ରପଟ୍ଟ ନପାଇବ ତେବେ ମୁଁ ଏହି ବୃନ୍ଦାବନର ତମାଳ ବୃକ୍ଷକୁ ଶ୍ୟାମଙ୍କ ସ୍ୱରୁପରେ ଗ୍ରହଣ କରେ ।ଶ୍ୟାମଙ୍କ ବଣ୍ଣ କଳା , ତମାଳ ବୃକ୍ଷ ବର୍ଣ୍ଣ ମଧ୍ୟ କଳା ସେହି ମୋ ପ୍ରିୟ ତମାଳ ବୃକ୍ଷକୁ ଡେରି ମୋ ଶବକୁ ଥୋଇ ଦେବ , ତମାଳ କୋଳକୁ ମୁଁ କୃଷ୍ଣଙ୍କ କୋଳ ବୋଲି ଭାବିବି , ଆଉ କୃଷ୍ଣଙ୍କ ସେ ମାହନ ବଂଶୀର ଯେଉଁ ଆଡକୁ ଶ୍ୱନ ଶୁଭୁଥିବ ସେହି ଆଡକୁ ମୋର କାନ ଡେରିଦେଇଥିବ ।ଆଉ ମୋର ଏହି ହୀନା ଜୀବନରେ କିଛି ଅଧିକ ବାଂଛା ନାହିଁ ।
ସତରେ କି ଜୀବନ୍ତ ଭାବନା ସତେ , ଏହି କବିତାକୁ କଣ ଅଭିମନ୍ୟୁ ଲେଖିଛନ୍ତି । ଏହିକଥା ଚିହ୍ନରା ଗ୍ରାହକ ସଠିକ ଭାବେ ହୃଦୟଙ୍ଗମ କରିପାରିବ ।ଏହିଗାଥାକୁ ସ୍ୱୟଂ ରାଧାରାଣୀ ହିଁ ଲେଖିଥିବା ପରି ହୃହୟ ମଧ୍ୟରେ ଦୃଶ୍ୟମାନ ହୁଏ ।ରାଧାରାଣୀଙ୍କ ଅଂଶ ସମ୍ଭୁତା ମହାପୁରୁଷ ବିଦଗ୍ଧ କବି ଅଭିମନ୍ୟୁ । ନିଜ କଥା କୁ ନିଜେ ଯେପରି ବର୍ଣ୍ଣନା କରି ପାରିବ ଅନ୍ୟ ଜଣେ ତାହା କୁ ସଫଳତମ ଭାବରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ।ବାସ୍ତବ ରେ ଏହାକୁ କହିବା ଅପ୍ରାକୃତ ପ୍ରେମ ।
ଅଭିମନ୍ୟୁ ଯେ ଶ୍ରୀ ରାଧାଙ୍କର ଜଣେ ଅଂଶ ସ୍ୱରୁପିଣୀ ଦାସୀ ଏହି କଥା ମୁଁ କହୁ ନାହିଁ । କବି ତାଙ୍କ କାବ୍ୟ ଚାତୁରୀରେ ବିଭିନ୍ନ ବିଷୟ ବସ୍ତୁ ଉପରେ ବଣ୍ଣନା କରିବା ବେଳେ ତାଙ୍କ ଅଜାଣତରେ ନିଜର ଭାବ ସ୍ୱରୂପକୁ ଦର୍ଶାଇଛନ୍ତି । ବିଦଗ୍ଧ ଚିନ୍ତାମଣୀର ମଙ୍ଗଳା ଚରଣରେ କବି ଲେଖିଛନ୍ତି ,
ଓଶଧିଶାନନ ହେ ମାଗୁଛି ପଦ ଧରି ,
ଓ କରିବି ଆଲୋ ଦାସୀ ଡାକିଲେ କିଶୋରୀ ହେ …
ଏଠାରେ କବି ସେହି ଓଶାଧିଶ ଅର୍ଥାତ ଚନ୍ଦ୍ର , ଆନନ ଅର୍ଥ ମୁଖ , ଚନ୍ଦ୍ର ପରି ମୁଖ ଯାହାର ସେ ହିଁ କେବଳ ରାଧାରାଣୀ ସେହି ଚନ୍ଦ୍ର ମୁଖି ମାଆ ରାଧାରାଣୀ ଙ୍କୁ କବି କହୁଛନ୍ତି ହେ କିଶୋରୀ ମୋତେ ତୁମେ ଯଦି ନିଜର ଦାସୀ ବୋଲି ସଂବୋଧନ କରିବ ମୁଁ ଓ ବା ଆଜ୍ଞା ବୋଲି ପ୍ରତିତ୍ୱର ଦେବି ।ଏହି ପଦରୁ ଅଭିମନ୍ୟୁ ଯେ ସ୍ୱୟଂ ରାଧାରାଣୀ ବା କିଶୋରୀଙ୍କର ଜଣେ ଅଂଶ ସ୍ୱରୂପା ଦାସୀ ଏକଥା ସ୍ପଷ୍ଟ । ତେଣୁ ସେ ସମୟର କୃଷ୍ଠଲୀଲାକୁ ଏବେ ମଧ୍ୟ କବି ନିଖୁଣ ଭାବରେ ବର୍ଣ୍ଣନା କରିବାକୁ ସମ୍ଭବ ହୋଇଛନ୍ତି ଏହା ନିର୍ବିବାଦରେ କୁହାଯାଇ ପାରେ ।

 

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.