ଅଭିମନ୍ୟୁ ଜୟନ୍ତୀ ପରିପ୍ରେକ୍ଷୀରେ ସାହିତ୍ୟ ପରିଷଦର ପ୍ରତିଭା ଚୟନ ପ୍ରତିଯୋଗିତା

ଓଡିଶା ନ୍ୟୁଜ୍

ବରୀ- ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୫୯ ତମ ଜୟନ୍ତୀ ଉତ୍ସବ ଚଳିତ ମାସ ୧୨ତାରିଖ ପବିତ୍ର ମାଘ ସପ୍ତମୀ ତିଥିରେ ପଡୁଛି । ଜୟନ୍ତୀର ଅବ୍ୟବହିତ ପୂର୍ବରୁ କବିଙ୍କ ଜନ୍ମପୀଠ ବାଲିଆସ୍ଥିତ କବିସ୍ମାରକୀ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ପରିଷଦ ତାର ପାରମ୍ପାରିକ ପ୍ରତିଭା ଚୟନ କାର୍ଯ୍ୟ କ୍ରମ ଆଜି ସମାପ୍ତି ଘଟାଇଛି । ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରମୋଦ କୁମାର ଦାସ, ପରିଷଦର ସଂପାଦକ ପାବକ ମହାପାତ୍ର , ସଭାପତି ପ୍ରଫେସର ଦେବପ୍ରସାଦ ସାମଲ, ସୁଧିର କୁମାର ରାଉତ, ସରୋଜ କାନ୍ତ ଜେନା,ଅଧ୍ୟାପକ ପ୍ରଦିପ କୁମାର ମୁଦୁଲି, ଅଧ୍ୟାପିକା ପ୍ରଗତୀ ଦାଶ, , ଶୁଶ୍ରୀ ସଂଗୀତା ଜେନା, ଅନାମିକା ମିଶ୍ର , , ବ୍ରଜ ମୋହନ ସାମଲ,ମନ୍ମଥ କୁମାର ରାୟ ,ପାବକ ମାହାପାତ୍ର , ବିରେନ୍ଦ୍ର କୁମାର ସାମଲ, ଅଶୋକ ମଲ୍ଲିକ, , ବିଶ୍ୱ ବନ୍ଦିତା ଦାସ,ଗିରିବାଳା ସାହୁ , ଡ. ନିରଂଜନ ସାହୁ , ଡ. ଭାଗ୍ୟଧର ସାହୁ ,ଅଧ୍ୟାପକ ପବିତ୍ର ମୋହନ ସାମନ୍ତରାୟ ,ଗୋପବନ୍ଧୁ ଦାସ ,ସୁଦିପ୍ତ ଜେନା , ଦୟାନିଧି ସାମଲ, ହୃଷିକେଶ ଜେନା ,ଚିତରଂଜନ ସାମଲ, ବଙ୍ଗାଳି ଚରଣ ବାରିକ, ନବିନ ଚନ୍ଦ୍ର ଜେନା , ସୁକାନ୍ତ କୁମାର ଜେନା,ସୁରେଶ ଚନ୍ଦ୍ର ରଥ, ଅଜୟ କୁମାର ବେହେରାପ୍ରମୋଦ ଜେନା,ଦେବେନ୍ଦ୍ର କଣ୍ଠ, ରମେଶ ଚନ୍ଦ୍ର ଜେନା ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ । ପରିଷଦର ଅନ୍ୟତମ ସଂଚାଳକ ଶରତ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟକୁମାର ଜେନା, ଉପ ସଭାପତି ଜୟନ୍ତ କୁମାର ଜେନା , ବିଦଗ୍ଧାର ସଂଯୋଜକ ଜନ୍ମେଜୟ ମହାନ୍ତିଙ୍କ ସହ ପୂର୍ବତନ ଛାତ୍ର ସୈାମ୍ୟ ରଂଜନ ଜେନା , ଅମରେଶ ଜେନା, ଗାୟତ୍ରୀ ମଲ୍ଲିକ,ଛବିନା ଓଝା,ବିଭୂ ପ୍ରସାଦ ମଲ୍ଲିକ,ଯାଜ୍ଞସେନୀ ଦାସ ଆଦି ପ୍ରମୁଖ ଭୂମୀକା ନେଇଥିଲେ । ଯାଜପୁର ଜିଲ୍ଲାର ଅନ୍ୟୁନ ୬୫ ଗୋଟି ବିଦ୍ୟାଳୟ ଓ ମହା ବିଦ୍ୟାଳୟର ୩୨୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅଭିମନ୍ୟୁ ଛାନ୍ଦ , ଅଭିମନ୍ୟୁ ସାହିତ୍ୟ ର ବିଭିନ୍ନ ବିଷୟ ବସ୍ତୁକୁ ନେଇ ବକ୍ତୃତା , ସାଧାରଣ ଜ୍ଞାନ, ପ୍ରବନ୍ଧ, କବିତା ଆବୃତି , ଚିତ୍ରାଙ୍କନ , ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଶଂଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ସବୁ ବିଭାଗରୁ ପ୍ରଥମ , ଦ୍ୱୀତିୟ ଓ ତୃତୀୟ ଶ୍ରେଣୀ ଅଳଙ୍କୃତ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ନାମ ତାଲିକା କାର୍ଯ୍ୟକ୍ରମ ଶେଷରେ ଘୋଷଣା କରାଯାଇଥିଲା । ଅଭିମନ୍ୟୁ ଜୟନ୍ତୀ ଉତ୍ସବର ଦ୍ୱିତୀୟ ଦିବସର ପୂର୍ବାହ୍ନ ୧୦ ଘଟିକା ସମୟରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କାରାଯିବା କଥା ପରିଷଦର ସଂପାଦକ ପାବକ ମହାପାତ୍ର, କାର୍ଯ୍ୟନିର୍ବାହୀ ମୁଖ୍ୟ ପ୍ରମୋଦ କୁମାର ଦାସ ଓ ବିରେନ୍ଦ୍ର କୁମାର ସାମଲ ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ ଅଭିମନ୍ୟୁ ଜୟନ୍ତୀ କାର୍ଯ୍ୟକ୍ରମ ଦିନ ସମୟରେ ପାଳନ କରାଯିବ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.