ଅଭିମନ୍ୟୁ ବାଲିଆ ବଜରଙ୍ଗୀ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍

ବରୀ- ଅଭିମନ୍ୟୁ ବାଲିଆ ସ୍ଥିତ ବଜରଙ୍ଗୀ କ୍ଲବ ତରଫରୁ ବନମେହାତ୍ସବ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ସହାୟତାରେ ଅନୁଷ୍ଠାନ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ବୃକ୍ଷ ରୋପଣ କରାଯାଇଥିଲା । ତେବେ ପରିବେଶକୁ ସଜାଡିବା ପାଇଁ ବରଗଛ ସବୁଠାରୁ ଅଧିକ ସହାୟତା ହେଉଥିବାରୁ ବିଶେଷ କରି ବରଗଛ ଅଧିକ ପରିମାଣର ଲଗାଯାଇଥିବାର ଦେଖା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୈାରଭ ସାହୁ, ଦେବାଶିଷ ସାହୁ, ଉତ୍ତମ କୁମା ର ସାହୁ, ବାସୁଦେବ ବାରିକ, ମୁକେଶ ସାହୁ, ପ୍ରଶ୍ନଜିତ ସାହୁ, ଆଦି ଯୁବକ ମାନଙ୍କ ଦ୍ୱାର ।ପରିବେଶ ସୁରକ୍ଷାର ସଂକଳ୍ପ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ସମାଜ ସେବୀ ସୋମନାଥ ସାହୁ ଅତିଥି ଭାବେ ଯୋଗଦାନ କରି ଯୁବକ ମାନଙ୍କର ଏତାଦୃଶ ଚିନ୍ତାଧାରାକୁ ପ୍ରସଂସା କରିଥିଲେ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.