ବାତ୍ୟା ‘ତିତ୍‌ଲି’ର ଉଗ୍ର ରୂପ :- ୧୫ ଜିଲାକୁ ରେଡ ଆଲର୍ଟ, ସବୁ ବନ୍ଦରରେ୧ ନମ୍ବର ବିପଦ ସଙ୍କେତ

ଭୁବନେଶ୍ୱର,୯ା୧୦(ବଜ୍ରବାଣ)- ପ୍ରଳୟଙ୍କରୀ ବର୍ଯ୍ୟର ରୂପ ନେଉଛି “ତିତଲି” କଛା ଘର ଭାଙ୍ଗିଯିବା , ବିଜୁଳି ଖୁଣ୍ଟି ବି ଭାଙ୍ଗିଯିବା , ଗଛ ବୁର୍ଚ୍ଛ ଭଙ୍ଗିରୁଜ୍ଜୀ କହୀଂ ଭିନ ହୋଇଯିବ । ଯୋଗାଯୋଗ ବ୍ୟବସ୍ଥା ଦୋହଲି ଯିବ। ଉପକୂଳ ଅଞ୍ଚଳରେ ଏମିତି ପ୍ରଳୟ ରଚିବ ସାମୁଦ୍ରିକ ଝଡ ‘ତିତ୍‌ଲି’। ଦକ୍ଷିଣ ପଶ୍ଚିମ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ହେବ। ଦକ୍ଷିଣ ଓଡିଶା ସମତେ ୫ଟି ଉପକୂଳ ଜିଲା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁ ଏବଂ କେନ୍ଦ୍ରାପଡା ଜିଲାରେ ତାଣ୍ଡବ ରଚିବ। ଏହି ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ ପାଣିପାଗ ବିଭାଗ ପକ୍ଷରୁ ୧୫ ଜିଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସଗାର ୧୪.୦ ଡିଗ୍ରୀ ଅକ୍ଷାଂଶ ଏବଂ ୯୬.୬ ଡିଗ୍ରୀ ପୂର୍ବ ଦ୍ରାଘିମାର ଦକ୍ଷିଣ ପୂର୍ବ ଦିଗ ଗୋପାଳପୁରଠାରୁ ୫୦୦ କିଲୋମିଟର ଏବଂ ମଚ୍ଛିଲପଟନମର ୪୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗ ଦେଇ ଓଡିଶା ଏବଂ ଉତ୍ତର ଆନ୍ଦ୍ର ଉପକୂଳ ଆଡକୁ ମୁହାଁଇଛି। ୧୧ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶାର ଗୋପାଳପୁର ଏବଂ କଳିଙ୍ଗପଟ୍ଟନମ ଧକ୍କାଦେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଅତିକ୍ରମ କରିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୩୦ କିଲୋମିଟର ଅତିକ୍ରମ କରିବ । ସ୍ଥଳ ଭାଗ ଅତିକ୍ରମ କରିବା ପରେ ଏହା ଉତ୍ତରପୂର୍ବ ଗାଙ୍ଗେୟ ଉପତ୍ୟାକା ଦେଇ ଯିବା ସହ ଦୂର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସାମୁଦ୍ରକ ଝଡ ପ୍ରଭାବରେ ଉପକୂଳରେ ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିବ। ୧୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରପଡା ଓ ଜଗତସିଂହପୁର ଜଲାରେ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଖୋର୍ଦ୍ଧା, ନୟାଗଡ, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ ବାଲେଶ୍ୱର ଜିଲା ମଧ୍ୟ ବର୍ଷାରେ ଉବୁ ଟୁବୁ ହେବ ବୋଲି ଅନୁମାନ କରାଯାଇଛି। ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, ଜଗସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡା, ବାଲେଶ୍ୱର,କୋରପୁଟ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବା ସହ ୦.୫ ମିଟର ଉଚ୍ଚରେ ଉଚ୍ଚ ଲହଡି କୁଳ ଆଡକୁ ମାଡି ଆସିବ। ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲାର ତଳିଆ ଅଞ୍ଚଳରେ ଲୁଣାପାଣି ପଶିଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ଗୋପାଳପୁରୁ, ଚାନ୍ଦବାଲି, ଧାମରାରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଝଡ ଆସୁଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ ଜାରି ରହିଛି। ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସତର୍କ ରହିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପ୍ରଭାବିତ ହେବାକୁ ଥିବା ୪ ଜିଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲାରେ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡିଗୁଡିକୁ ଛୁଟି ଘୋଷଣା କରାଯାଇଛି। ବାତ୍ୟା ଯୋଗୁ ଯେପରି ଜଣେ ଲୋକର ମୃତ୍ୟୁ ନ ହେବ ସେ ଦିଗରେ ସମସ୍ତ ସତର୍କତାମୂଳକ ପଦକ୍ଷେପନେବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଗଜପତି,ଗଞ୍ଜାମ, ଖୋର୍ଦ୍ଧା,ନୟାଗଡ ଏବଂ ପୁରୀ ଜିଲାରେ କଚା ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଉପକୂଳ ଜିଲାଗୁଡିକରେ ମଧ୍ୟ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବାକୁ ଜିଲାପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜନସାଧାରଣମାନେ ଭୟଭୀତ ନ ହେବା ଲାଗି ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓସଡମା) କାର୍ଯ୍ୟାଳୟ ଏବଂ ପ୍ରଭାବିତ ଆଶଙ୍କା ଥିବା ଜିଲାଗୁଡିକର ସମସ୍ତ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ସମ୍ଭାବିତ ବାତ୍ୟା ପାଇଁ ସମସ୍ତେ ସତର୍କ ରହିବାକୁ ରାଜ୍ୟ ପ୍ରଶାସନ ଜଣାଇଛନ୍ତି .

Back to top button