ତା -୦୭-୧୦-୨୦୧୮ ରିଖ ଆଜିର ରାଶି ଫଳ

ମେଷ:-

ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ  ମାନସିକ ଅସ୍ଥିରତା  ଭିତରେ ଦିନଟି କଟାଇବାକୁ ପଡ଼ିପାରେ  ।   ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିପାରେ ।  ସାହିତ୍ୟ,କଳା, ସଙ୍ଗୀତ,ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।  ଅଶ୍ୱିନୀ ନକ୍ଷତ୍ର କାର୍ଯ୍ୟହାନି ହେତୁ କ୍ଷୋଭ ପ୍ରକାଶ କରିପାରନ୍ତି।

ବୃଷ:-

ତୃତୀୟସ୍ଥ ରାହୁଙ୍କ ଅବସ୍ଥିତିରୁ ନିଜ ଲୋକମାନଙ୍କ ବିରୋଧ ସାଙ୍ଗକୁ ବିଭିନ୍ନ ପ୍ରକାରର ଅଭାବ, ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ।  ଅଫିସରେ  କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। କିଛି ମୂଲ୍ୟବାନ୍‌ ଜିନିଷ କିଣିବା କାରଣରୁ  ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ ।  କଳା,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।

ମିଥୁନ:-

ଧନ ସ୍ଥାନରେ ପାପଗ୍ରହ ଏବଂ ତୃତୀୟସ୍ଥ ଚନ୍ଦ୍ର ଯୋଗୁ ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି ବିବାଦ ଲାଗି ରହିପାରେ  ।  ଅଫିସରେ ହେଉନା କାହିଁକି ବୟସ୍କ ବ୍ୟକ୍ତିମାନେ ସାହାଯ୍ୟ ପୂର୍ବକ ସହାନୁଭୂତି ପ୍ରକାଶ କରିବେ ।  ଯାଉଥିବା ରାସ୍ତାରେ ଚୋରି କିମ୍ବା ନିଜର ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

କର୍କଟ:-

ଯେକୌଣସି କର୍ମାରମ୍ଭର ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ ।  ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିକୋଣରୁ ଯେତେ ଦୁଃଖ ମନରେ ଭରିରହିଥିଲେ ମଧ୍ୟ ଚନ୍ଦ୍ର ପ୍ରଭାବରୁ ହସିଲେ କଥା କହିବେ ।   କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି  ।  ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ   ା

ସିଂହ:-

ମନରେ ଅଦ୍ୟମ ଉସତ୍ାହ ଓ ସାହସ ଭରି ରହିଥିଲେ ମଧ୍ୟ ରବିଙ୍କ ବଳହୀନତା ଜନିତ ଶାରୀରିକ ଅସୁସ୍ଥତା ପଛକୁ ଫେରାଇପାରେ ।  ପାରିବାରିକ କ୍ଷେତ୍ରରେ ରହିଥିବା ବୈଷମ୍ୟ ନେଇ ଚିନ୍ତିତ ଥିଲେ ମଧ୍ୟ ସମ୍ମୁଖରେ ତାହା ପ୍ରକାଶ କରିପାରିବେ ନାହିଁ ।  ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା  ପ୍ରକାଶ କରିପାରନ୍ତି।

କନ୍ୟା:-

ବୁଧ ଏବଂ ଶୁକ୍ରଙ୍କ ସହ ଗୁରୁଙ୍କ ସଂଯୋଗ ଏକାଧାରରେ ଆର୍ଥିକ ଉନ୍ନତି ସହ ସାମାଜିକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବ ା ଆଜି ଶୁକ୍ରଙ୍କ ସୁପ୍ରଭାବରୁ ମନ ଖୁସୀ ରହିଲେ ମଧ୍ୟ ଚନ୍ଦ୍ର ପ୍ରଭାବରୁ ମନରେ ଅସ୍ଥିରତା ପ୍ରାୟତଃ ଲାଗି ରହିବ ।  ଦୀର୍ଘଦିନରୁ ସାଧାରଣ କଥାରେ  ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବା ଆଶା କରାଯାଇପାରେ ।

ତୁଳା:-

ଦୀର୍ଘଦିନରୁ ମନ ଭିତରେ ରହିଥିବା ଅଭିଳାଷକୁ ପୂରଣ କରିବା ଦିଗରେ ଚେଷ୍ଟାକଲେ ସଫଳତା ପାଇପାରିବେ। ରାହୁଙ୍କ କୁପ୍ରଭାବରୁ ସ୍ବାତୀ ପାଇଁ କୌଣସି ବନ୍ଧୁଙ୍କ ଆକସ୍ମିକ ଉପସ୍ଥିତି କିମ୍ବା ଆମନ୍ତ୍ରଣ ପରିସ୍ଥିତିକୁ ଓଲଟାଇ ଦେବା ଆଶଙ୍କା ମଧ୍ୟ ରହିଛି ।  ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ରହିବା ହେତୁ ମନ ସାମୟିକ ହାଲୁକା ରହିପାରେ।

ବିଛା:-

ଭାଗ୍ୟସ୍ଥାନରେ ରାହୁଙ୍କ ସ୍ଥିତି ଜନିତ କାରଣରୁ ଯେତେ ପାଇଲେ ମଧ୍ୟ ମନରେ ସନ୍ତୋଷ ଆସିବ ନାହିଁ ।  ଚନ୍ଦ୍ର କେନ୍ଦ୍ରସ୍ଥ ହେତୁ କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ଏଣୁତେଣୁ ଗୁଡ଼ାଏ ବେକାର କଥାରେ ମନ ଅଶାନ୍ତ ରହିବ ।  ତଥାପି ଅନୁରାଧା ସକାଶେ ଯାହା ନିକଟ ଅତୀତରେ ଯାହା ଭାବୁଥିଲେ ତାହାର ସତ୍ୟତା ଆଜିହଁ ଅନୁଭବ କରିବେ  ।

ଧନୁ:-

ବ୍ୟୟାଧିପ ଧନ ସ୍ଥାନରେ ଥିବାରୁ ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତ୍ତେଜିତ ରହିପାରେ । ଏଣେ ଚନ୍ଦ୍ର ମଧ୍ୟ ନବମସ୍ଥ କାରଣରୁ ଘରେ ଅଶାନ୍ତିର ବାତାବରଣ  ସହ ପରିବହନରେ ଝଗଡ଼ା ,କର୍ମକ୍ଷେତ୍ରରେ ଉତ୍ତେଜନା,ଜମିଜମା କଳହକୁ ମଧ୍ୟ ଏଡ଼ିହେବନି ।  ଆନୁଷ୍ଠାନିକ କାମ,କଳା ,ସାହିତ୍ୟ,ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ ।

ମକର:-

ଚତୁର୍ଥ ଏକାଦଶାଧିପତିଙ୍କ ସବଳତା ପ୍ରତ୍ୟେକ ପରିସ୍ଥିତିରେ ସାମ୍ୟତା ଆଣିବାରେ  ସମର୍ଥ ହେବ ।  ଅବଶ୍ୟ ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି,ତାହା ଶୀଘ୍ର ଆରମ୍ଭ କରିବା ଭଲ ହେବ  ।   ରୋଗଶଯ୍ୟାରେ ପଡ଼ିଥିବା ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ ।  ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବା ସକାଶେ ଆଲୋଚନା ଅବ୍ୟାହତ ରହିପାରେ ।

କୁମ୍ଭ:-

ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଜନିତ ଅନ୍ୟମନସ୍କ କିମ୍ବା  ଅସାବଧାନତା କାରଣରୁ ଘରେ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ ।  କଳା,ସାହିତ୍ୟ ସମସ୍ୟାକୁ ସମାଧାନ କରିବେ ଏବଂ ଦୀର୍ଘଦିନର ଅଭିଳାଷ ପୂର୍ଣ୍ଣ ହେବାରୁ ଆନନ୍ଦିତ  ହେବେ ।  ବ୍ୟବସାୟିକ ଦିଗରୁ ଦିନଟି ଭଲ, କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ହେବନାହିଁ ।  କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ  ସବୁ କାମ କରିବାକୁ ବାଧ୍ୟ ହେବେ  ।

ମୀନ:-

ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଚିନ୍ତା କରିବାକୁ ପଡ଼ିପାରେ  ।   ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବା ସୂଚନା ପାଇପାରନ୍ତି। କଳା,ସଙ୍ଗୀତ, ଆଧ୍ୟାମତ୍ିକ ଚିନ୍ତନ କ୍ଷେତ୍ରରେ ସହଯୋଗ ଲାଭ କରି ଖୁସୀ ହେବେ ।  ରେବତୀ ନକ୍ଷତ୍ର ଅଭିଳଷିତ କାମ ହାସଲର ଚେଷ୍ଟା ଅବ୍ୟାହତ ରଖିପାରନ୍ତି ।

Back to top button