ଓଡିଶା

ବାହାନଗା ଟ୍ରେନ ଟ୍ରେଜେଡି: ସିବିଆଇ କଷ୍ଟଡିରେ ସୋର ସେକ୍ସନ Signal JE Amir Khan

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାହାନଗା ଟ୍ରେନ୍ ଟ୍ରେଜେଡିର କିଏ ସେ ଖଳନାୟକ । କାହାକୁ ମୋହରା ବନାଇ କରାଯାଇଛି ବଡ ଷଡଯନ୍ତ୍ର ? ସିବିଆଇ କବଜାରେ ଅଛନ୍ତି ସୋର ସେକ୍ସନର ସିଗନାଲ ଯେଇ ଅମୀରଖାନ । ଅମୀର ଖାଁନ  ହେଉଛନ୍ତି ସିଗନାଲ ଜେଇ ତାଙ୍କ ନିଜଘର ପଶ୍ଚିମବଙ୍ଗରେ ଓ ଭଡା ଘର ସୋର ।

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ କୁଆଡେ ଅମୀର ଖାନ ନିଖୋଜ ହୋଇଯାଇଥିଲେ ତେବେ ସିବିଆଇ ଅମୀରକୁ ନେଇ ସନ୍ଦେହ କରୁଛି । ଯଥା ଟ୍ରେନ୍ ଟ୍ରେଜେଡି ପଛରେ ଅମୀର କୁ କିଏ ବନେଇଛି ମୋହରା । ମଙ୍ଗଳବାର ସକାଳ 10ଟା ବେଳେ ଅମୀର ଖାଁନକୁ ନେଇ ସୋର ସ୍ଥିତ ଭଡା ଘରେ ପହଞ୍ଚି ଥିଲା ସିବିଆଇ । ସିଲ କରିଥିବା ଭଡା ଘରକୁ ଭାଙ୍ଗି ଆରମ୍ଭ କରିଥିଲା ମାରାଥନ ଜେରା ।

ସାଢେ 6 ଘଣ୍ଟା ପଚରାଉଚରା କରିଥିଲା ସିବିଆଇ ତେବେ ସିବିଆଇକୁ କୋଣସି ସୁରାଗ ମିଳିଥିବା ସନ୍ଦେହ କରୁଛନ୍ତି ଲୋକେ । କାରଣ ଟ୍ରେନ୍ ସିଗନାଲରେ ତୃଟି ରହିବା ଯୋଗୁଁ ସେହି ଦିନ ଭୁଲ ଟ୍ରାକରେ ଯାଇ ମାଲ ଗାଡିକୁ ପିଟିଥିଲା କରମଣ୍ଡଳ ଟ୍ରେନ୍ ଓ ତାହା ନ ଜାଣିଥିବା ଯଶୱାନ୍ତପୁର ଟ୍ରେନ୍ ଡାଉନଲେନ ପାସ କରୁଥିବା ବେଳେ ଆସି ପିଟିଲା କରମଣ୍ଡଳକୁ ଯେଉଁଥିରେ 300 ଶହ ଲୋକମାନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ 900 ଶହ ଲୋକେ ଗୁରୁତଏ ଭାବେ ଆହତ ହୋଇଥିଲେ ।

ତେବେ ଏତେ ବଡ ଦୁର୍ଘଟଣା ପଛରେ ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇ ସମସ୍ତକୁ ପଚରାଉଚରା କରୁଛି । ଅନ୍ୟ ପକ୍ଷେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ  ବାହାନାଗା ମେଡିକାଲ ଭିତ୍ତିଭୂମିର ବିକାଶ ପାଇଁ ମନ୍ତ୍ରୀଙ୍କ ହାତ ପାଣ୍ଠିରୁ 1 କୋଟି ଟଙ୍କା ଘୋଷଣା କରିଛନ୍ତି ଓ ସାଂସଦଙ୍କ ହାତ ପାଣ୍ଠିତୁ 1 କୋଟି ଟଙ୍କା ବାହାନଗା ରାସ୍ତା ଘାଟ ପାଇଁ ଦେବେ ବୋଲି କହିଛନ୍ତି ।

ତେବେ ଲୋକେ ଏଥିପାଇଁ ଅତ୍ୟନ୍ତ ଖୁସି ବ୍ୟକ୍ତ କରୁଥିବା ବେଳେ ଦୁର୍ଘଟଣା  ପଛରେ ଥିବା ସତ୍ୟ ଜାଣିବାକୁ ମଧ୍ୟ ଦାବି କରିଛନ୍ତି । ତେବେ ସିବିଆଇ ପାଞ୍ଚ ଜଣକୁ ନେଇ ଏବେ ବି ତଦନ୍ତ ଜାରି ରଖିଛି ଓ ଖୁବ ଶୀଘ୍ର ଏହାର ପ୍ରକୃତ କାରଣ ବାହାର କରିବେ ବୋଲି କହିଛନ୍ତି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button