ଜ୍ୟୋତିଷ

ରଥ ଟାଣୁ ଟାଣୁ ମହାପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରଥ ଟାଣୁ ଟାଣୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ହଁ ଦର୍ଶକବନ୍ଧୁ ଗତକାଲି ବିଶ୍ଵପ୍ରସିଦ୍ଧ ରଥଯାତ୍ରା ତାହାକୁ ଦେଖିବା ପାଇଁ ଲୋକେ ଅନେକ ସ୍ଥାନରୁ ଧାଇଁ ଆସିଥାନ୍ତି । ଜଗାଙ୍କୁ ଦର୍ଶନ କରି ରଥକୁ ଟିକେ ଟାଣିବା ପାଇଁ ଇଛା କରିଥାନ୍ତି । କୁହାଯାଏ ରଥ ଶହେ ପାପକୁ ହରେ ତେଣୁ ଲୋକେ ତାଙ୍କ ପାପକୁ ଧୌତ କରିବା ପାଇଁ ରଥଯାତ୍ରାକୁ ଆସନ୍ତି ଓ ପାପକୁ  ସ୍ଵୀକାର କରି ନିଜ ଲମ୍ବା ଆୟୁ ପାଇଁ ପ୍ରାଥନା କରନ୍ତି ।

ଏହି ବ୍ୟକ୍ତି ଜଣକ ସେହିଭଳି କିଛି ଭାବି ଆସିଥିଲେ ରଥଯାତ୍ରା ଦେଖିବା ପାଇଁ ମାତ୍ର ଦର୍ଶନ କରିବା ପୂର୍ବରୁ ଚାଲିଯାଇଥିଲା ଜୀବନ ମହାପ୍ରଭୁଙ୍କ ସାମନାରେ ଜୀବନକୁ ହରାଇ ନିଜକୁ ଧନ୍ୟମନେ କରୁଥିବେ  । ଏହି ଘଟଣାଟି  ହେଉଛି ଡେଙ୍କାନାଳ ରଥଯାତ୍ରା ର ବ୍ୟକ୍ତି ଜଣକ ନାମ ହେଲା ନିରୋଧ କୁମାର ରଥ ତାଙ୍କ ବୟସ ପାଖାପାଖି  ସତୁରୀ ହେବ ।

ତେବେ ସୂଚନା ଅନୁସାରେ ନିରୋଧ କୁମାର ରଥ ଓ ତାଙ୍କ ଧର୍ମପତ୍ନୀ ଉଭୟ  ମିଶି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ଡେଙ୍କାନାଳ ରଥଯାତ୍ରାକୁ । ଉଭୟ ରଥକୁ ଦେଖୁଥିବା ସମୟରେ ଅତ୍ୟଧିକ ଖରା ଥିବା ହେତୁ ଶରୀର ତାହାକୁ ସହ ନ କରିପାରି ଅଚେତ ହୋଇପଡିଥିଲେ ବ୍ୟକ୍ତି ଜଣକ । ସେ ତଳେ ପଡିଥିବା ଦେଖିଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ଗାଡିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପହଞ୍ଚାଇଥିଲେ  ।

ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ବୋଲି ଘୋଷଣା କରିଥିଲେ । ଏହାକୁ ଶୁଣିବା ପରେ ନିରୋଧ କୁମାର ରଥଙ୍କ ସ୍ତ୍ରୀଙ୍କ ଆଖିରେ ଯେମିତି ଲୁହ ବନ୍ଦ ହେଉନି ଲୋଟ ଲୋଟ କରି କାନ୍ଦୁଛନ୍ତି । ସ୍ଵାମୀଙ୍କୁ ହରାଇବା ପରେ ଯେମିତି ନିଜକୁ ଏକାକୀ ମନେ କରୁଛନ୍ତି । ରଥ ଟାଣିବା ଆଶା ଯେମିତି ତାଙ୍କ ଅସମ୍ପୂର୍ଣ୍ଣ ରହିଗଳା ।

ମହାପ୍ରଭୁ ଚାହାନ୍ତେ ତେବେ ତାଙ୍କୁ ଏକ ଅବସର ରଥ ଟାଣିବା ପାଇଁ ଦେଇଥାନ୍ତେ । ସ୍ଵାମୀସ୍ତ୍ରୀ ଘରୁ ବାହାରୁଥିବା ସମୟରେ ରଥକୁ ଟାଣି ଭଗବାନଙ୍କୁ ଦର୍ଶନ କରି ପ୍ରସାଦ ନେଇ ଘରକୁ ଯିବେ ବୋଲି ଭାବି ବାହାରିଥିବେ । ମାତ୍ର ଘରକୁ କେବଳ ସ୍ତ୍ରୀ ଗଲେ ସ୍ଵାମୀ ତୋ ମହାପ୍ରଭୁଙ୍କ ପାଦ ତଳେ ନିଜ ଜୀବନଜୁ ସମର୍ପଣ କରିଦେଲେ ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button