ଅପରାଧ

ଗତକାଲି ପୁରୀରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ ସମାଗମ ଥିବାବେଳେ, 58ଜଣ ପିଲା ନିଖୋଜ….

ନମସ୍କାର ବନ୍ଧୁଗଣ । ସୂଚନା  ମୁତାବକ ଗତକାଲି ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ପ୍ରସାରିତ ହୋଇଥିଲା । ଓଡିଶାରେ ସବୁପର୍ବ ମଧ୍ୟରୁ ରଥଯାତ୍ରାର ବିଶେଷ ମହତ୍ଵ ରହିଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନେକ ଲୋକମାନେ ଚାହିଁରହିଥାନ୍ତି । ମାତ୍ର ପୁରୀଧାମରେ ଅତ୍ୟଧିକ ମାତ୍ରାରେ ଭିଡ ରହିବା ହେତୁ ସମସ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିନଥାଏ ।

ମହାପ୍ରଭୁଙ୍କ ଝଲକ ଦେଖି ଅନେକ ଭକ୍ତମାନେ ସେହିଠାରେ ଲୁହ ଝରାଇଥାନ୍ତି ଓ ତାଙ୍କ ପାଖରେ ନିଜ ପାପକୁ ସ୍ଵୀକାର କରି ମୋକ୍ଷ ନିମନ୍ତେ ପ୍ରଥାନା ବିନତି କରୁଥିବା ଦୃଶ୍ୟ ମନକୁ ଛୁଇଁଯାଏ । ଗତକାଲିର ଦୃଶ୍ୟ ମଧ୍ୟ ଠିକ ଏହିପରି ଥିଲା ଲକ୍ଷ ଲକ୍ଷ ଭକ୍ତବୃନ୍ଦ କାନ୍ଦିପଡୁଥିଲେ । ରଥକୁ ଥରେ ଟିଏ ଛୁଇଁବା ପାଇଁ ତତ୍ପର ହେଉଥିଲା କିଏ ହାତ ଯୋଡି ଛିଡା ହେଉଛି ତୋ ଆଉ କିଏ ତଳେ ପଡି ମୁଣ୍ଡିଆ ମାରୁଛି ମାତ୍ର ରଥର ଦଉଡି ଟିକୁ ଛୁଇଁବା ପାଇଁ ଧାଇଁ ଯାଉଛି ।

ତେବେ ଏପରି ଏଭଳି ଚାଲିଥିବା ସମୟରେ ପିତାମାତାଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ସାନ ସାନ ଶିଶୁମାନଙ୍କ ମଧ୍ୟରୁ  58ଜଣ ପିଲା ନିଖୋଜ ହେଇଥିବା ସୂଚନା ମିଳିଛି । ସମସ୍ତର ମହାପ୍ରଭୁଙ୍କୁ ଦେଖି ଲୀନ ହୋଇଯାଇଥିଲା ଯେ ପିଲା ପାଖରେ ଅଛି କି ନାହିଁ ଜାଣିପାରିଲେ ନାହିଁ । ତେବେ ଜିଲ୍ଲାପ୍ରଶାସନ ଶିଶୁଙ୍କୁ ଖୋଜିବାରେ ଲାଗିଛି ଏବଂ ସୂଚନା ଅନୁସାରେ 58 ଜଣ ପିଲା ମିଲିଛନ୍ତି ।

ସେଥିମଧ୍ୟରୁ 55ଜଣ ପିଲାଙ୍କୁ ତାଙ୍କ ପିତାମାତାଙ୍କ ନିକଟରେ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଛନ୍ତି ଓ ବାକି ତିନି ଜଣପିଲାଙ୍କୁ ଶିଶୁ ମଙ୍ଗଳ କମିଟି ପଚରାଉଚରା କରୁଛି । ଯଦି କୋଣସି ସୂଚନା ମିଳିଥାଏ ତେବେ ସେମାନଙ୍କ ଠିକଣାରେ ପହଞ୍ଚାଇବେ ବୋଲି କମିଟି ଅଧିକାରୀ ମୋନଜ ତ୍ରିପାଠୀ କହିଛନ୍ତି । ତିନିଜଣ ପିଲାମାନଙ୍କ ମଧ୍ୟରୁ ଜଣେ ପିଲା ଅନ୍ୟ ରାଜ୍ୟର ହୋଇଥିବାବେଳେ ଆଉ ଦୁଇ ଜଣ ଓଡିଆ ପିଲା ଅଟନ୍ତି ।

ତେବେ ରଥଯାତ୍ରାରେ ସମସ୍ତେ ମହାପ୍ରଭୁଙ୍କୁ ଦେଖିବା ଓ ରଥ ଟାଣିବାରେ ଲାଗିଥିବା ବେଳେ 58 ପିଲା ନିଖୋଜ ହୋଇଥିଲେ । ମାତ୍ର ଜିଲ୍ଲାପ୍ରଶାସନ ସେମାନଙ୍କୁ ସୁରକ୍ଷିତ ଭାରେ ଉଦ୍ଧାର କରିଛି ପ୍ରାୟ 55 ପିଲାଙ୍କୁ ତାଙ୍କ ଅଭିବାବକଙ୍କ ନିକଟକୁ ପହଞ୍ଚାଇଛି ଓ ଅନ୍ୟ ତିନିଜଣ ପଚରାଉଚରା କରିଥିବା ସୂଚନା ମିଳିଛି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button