ମାଛ ଧରିବା ସାଜିଲା କାଳ, ମାଛ ନେଇଗଲା ମଣିଷ ଜୀବନ, ସମ୍ପୁର୍ଣ୍ଣ ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମାଛ ନେଇଗଲା ମଣିଷ ଜୀବନ । ତେବେ ଆସନ୍ତୁ ଜାଣିବା ମାଛ କିପରି ନେଲା ମଣିଷ ଜୀବନ । ଘଟଣା ଟି ହେଉଛି ମୟୂରଭଞ୍ଜ ଜିଲ୍ଲା ଖୋର୍ଦ୍ଧା ଥାନା ଅଧିନସ୍ଥ ଗୋରା ଗାଡିଆ ଗ୍ରାମର ଛାମୁ ବାଣୀଙ୍କ କଥା । ମାଛ ଧରିବାକୁ ବାପା ସମୁଦ୍ରକୁ ଯାଇଥିଲେ ଓ ତାଙ୍କ ସହ ପୁଅ ମଧ୍ୟ ଯାଇଥିଲା । ତେବେ ସେହି ଅଞ୍ଚଳରେ ଗ୍ରୀଷ୍ମ ପ୍ରଭାବ ଅଧିକ ଥିବା କାରଣରୁ ମାଛ ଧରି ଘରକୁ ଆସି ବାପା ଅସୁସ୍ଥତତା ମନେ କରିଥିଲେ ।
ତେବେ ବାପାଙ୍କ ଦେହ ଅଧିକ ମାତ୍ରାରେ ଗୁରୁତର ହେବା କାରଣରୁ ତାଙ୍କୁ ଉଦଳା ଚିକିତ୍ସାଳୟକୁ ନିଆଯାଇଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ପାଇବା ପରେ ପୋଲିସ ଡାକ୍ତରଖାନାକୁ ଯାଇ ସେଠାରେ ଅଭିଯୋଗ ଦାଖଲ କରାଇ ଶବକୁ ଘରକୁ ପଠାଇଥିଲେ। ଆପଣ ଦେଖିପାରୁଥିବେ ପୁଅର ଚିତ୍ର ବାପାକୁ ହରାଇ ଯେପରି ସେ ସ୍କବ୍ଦ ହେଇଯାଉଛି ।
କୁହାଯାଏ ପୁଅ ପାଇଁ ବାପା ହିଁ ସବୁକିଛି ମାତ୍ର ଆଜି ସେହି ବାପାକୁ ହରାଇ ଯେମିତି ସେ ଏକୁଟିଆ ହୋଇପଡିଛି । ବାପା ବୀନା ସେ ଆଗକୁ କେମିତି ପଢିବ କେମିତି ବଞ୍ଚିବ । ବାପା ଛାମୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ପୁଅକୁ ବଡ ଅଫିସର କରିବାର ସ୍ଵପ୍ନ ଦେଖିଥିଲେ ଓ ଏଥିପାଇଁ ଆବଶ୍ୟକ ହେଉଥିବା ଜିନିଷ ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରୁଥିଲେ । ମାତ୍ର ମାଛ ପାଇଁ ବାହାରକୁ ଯିବା ତାଙ୍କ ପାଇଁ ମହଙ୍ଗା ପଡିଲା ।
ମାଛ ସିନା ଘରକୁ ଆଣି ରାନ୍ଧିବାକୁ କହିଥିଲେ ମାତ୍ର ମାଛକୁ ଖାଇପାରିଲେ ନାହିଁ । କାରଣ ମଝି ରାସ୍ତାରେ ଜଗି ବସିଥିଲା ଯମ ଓ ଅକାଳରେ ନେଇଗଲା ଜୀବନ । ତିନିଜଣଙ୍କୁ ନେଇ ତାଙ୍କ ସୁନ୍ଦର ସଂସାର ଟି ଗଢିଥିଲେ । ମାତ୍ର ଏବେ ଘରର ମେରୁଦଣ୍ଡ ଯେପରି ଭାଙ୍ଗିଗଲା ସ୍ତ୍ରୀ ଲୋଟ ଲୋଟ କାନ୍ଦିଛନ୍ତି । ପୁଅ ବାପାଙ୍କ ଅକାଳର ମରଣରେ ମାନସିକ ଭାବରେ ଆହତ ହୋଇ ନୀରବରେ ବସିପଡିଛି ।
ତେବେ ଛୁଆ ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମ ବାସୀ । ତେବେ ଏଭଳି ଦୁଃଖଦାୟକ ବାର୍ତ୍ତା ଗ୍ରାମବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି ।