ଜ୍ୟୋତିଷ

ମହାପ୍ରଭୁ ରତ୍ନ ସିଂହାସନକୁ ଫେରିବା ପରେ ରଥ ସହ କଣ କରାଯାଇଥାଏ, ଆପଣ ଜାଣିଛନ୍ତି କି ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ଵିତୀୟ ତିଥିରେ ରଥଯାତ୍ରା ପୁରୀ ଠାରେ ପାଳନ କରାଯାଇଥାଏ । ରତ୍ନ ବେଦିରୁ ଜନ୍ମ ବେଦୀକୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଯାଇଥାନ୍ତି କଳା ଠାକୁର । ମହାପ୍ରଭୁଙ୍କ ଯାତ୍ରାକୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ସମାଗମ ହୋଇଥାନ୍ତି । ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ଏବଂ ଏହା କେଉଁ କାଳରୁ ହୋଇ ଆସୁଥିବା ପୁରାତନ ପରମ୍ପରା ଅଟେ ।

ଯାହାକୁ ଓଡିଶାରେ ବହୁତ ଆଡମ୍ବର ସହ ପାଳନ କରିଥାନ୍ତି । ଜନ୍ମ ଜନ୍ମାନ୍ତର ପାପକୁ ହରଣ କରୁଥିବା ରଥକୁ ଛୁଇଁ ଶହେ ଗୁଣ ଆର୍ଶୀବାଦ ପ୍ରାପ୍ତ କରିଥାନ୍ତି ଭକ୍ତବୃନ୍ଦ । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସିଲା ପରେ ଶ୍ରୀ ମନ୍ଦିରକୁ ଯାଇଥାନ୍ତି । ତେବେ ମହାପ୍ରଭୁ ବିଜୟ  କରିଥିବା ରଥକୁଆଡେ ଯାଇଥାଏ ବା ତାହା ସହ କଣ କରାଯାଇଥାଏ ।

ଆପଣମାନେ କେବେବେଳେ ଚିନ୍ତା କରିଛନ୍ତି କି ରଥକୁ କଣ କରାଯାଏ ବୋଲି । ପ୍ରାୟ ରଥଯାତ୍ରାର ଦୁଇ ମାସ ପୂର୍ବରୁ କାମ ଆରମ୍ଭ କରାଯାଇଥାଏ ଜଗନ୍ନାଥଙ୍କ ପାଇଁ ନନ୍ଦୀକୋଷ ଓ ବଳଭଦ୍ରଙ୍କ ପାଇଁ  ତାଳ ଧଜ ଓ ସୁଭଦ୍ରାଙ୍କ ନିମନ୍ତେ ଦର୍ପଦଳନ ରଥ ନିର୍ମାଣ କରାଯାଇଥାଏ । ଯେତେବେଳେ ଭଗବାନ ବିଷ୍ଣୁ ରାଜା ଇନ୍ଦ୍ରଦ୍ୟୁମ୍ନ କୁ ଖୁସି ହୋଇ ବର ଦେଇଥିଲେ ।

ସେହିପରି  ରାଣୀ ଗୁଣ୍ଡିଚାକୁ ମଧ୍ୟ ଏକ  ବର ଦେଇଥିଲେ ଯେ ପ୍ରତି ବର୍ଷ ରଥଯାତ୍ରା ଅବସରର ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଥିରେ ନେଇ ମାଉସୀ ମା ‘ମନ୍ଦିରକୁ ଯିବେ ଓ ନଅ ଦିନ ରହି ଦଶମ ଦିନ ଶ୍ରୀ ମନ୍ଦିରକୁ ପ୍ରସ୍ଥାନ କରିବେ । ଯେବେ ମହାପ୍ରଭୁ ଶ୍ରୀ ମନ୍ଦିରକୁ ଫେରନ୍ତି ତେବେ ତାଙ୍କୁ ସିଂହାସାନରେ ଉପସ୍ଥାନ କରାଇ ଆରମ୍ଭ କରାଯାଇଥାଏ ରଥ ଭଙ୍ଗା କାର୍ଯ୍ୟ ।

ପ୍ରଥମେ ସୁଭଦ୍ରାଙ୍କ ରଥ ତା ‘ପରେ ବଳଭଦ୍ରଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥକୁ ଭଙ୍ଗା ଯାଇଥାଏ । ରଥଭଙ୍ଗା କାର୍ଯ୍ୟ 12 ଦିନ ଚାଲିଥାଏ । ରଥକୁ ଯେପରି ତଳଚକକୁ ଆରମ୍ଭ  କରି ଦଧିନଉତି  ରେ ଶେଷ ହୁଏ ଠିକ ସେହି ପ୍ରଣାଳୀରେ ଭଙ୍ଗା ଯାଏ ଯଥା ଦଧିନଉତି  ରୁ ଭଙ୍ଗା ଆରମ୍ଭ କରି ତଳଚକରେ ଶେଷ ହୋଇଥାଏ ।

ଶ୍ରୀମନ୍ଦିର ରଥ କାଠକୁ ନେଇ ରୁଷିଶାଳାରେ ରଖାଯାଇଥାଏ । ରଥକାର୍ଯ୍ୟକୁ ସହଯୋଗ କରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଟ୍ରେନ୍ ର ବ୍ୟବସ୍ଥା ମଧ୍ୟ କରିଥାନ୍ତି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button