ଜ୍ୟୋତିଷ

ମୋତେ ବଡ ଦାଣ୍ଡରେ ତୋ ରଥ ଟାଣିବାକୁ ମନା, କାରଣ ମୁଁ ହେଉଛି ମୁସଲମାନ! ସେଥିପାଇଁ ଘରେ ତିଆରି କରିଛି ରଥ… ସମ୍ପୂର୍ଣ୍ଣ ଘଟଣା ଜାଣି ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୋତେ ବଡ ଦାଣ୍ଡରେ ତୋ ରଥ ଟାଣିବାକୁ ମନା ,କାରଣ ମୁଁ ହେଉଛି ମୁସଲମାନ ସେଥିପାଇଁ ଘରେ ତିଆରି କରିଛି ରଥ । ହଁ ଦର୍ଶକବନ୍ଧୁ ମହାପ୍ରଭୁଙ୍କ ପ୍ରେମ କଣ ଧର୍ମକୁ ଦେଖିଥାଏ । ଅନ୍ୟ ଧର୍ମର ଲୋକେ ମଧ୍ୟ ତାଙ୍କୁ ଟିକେ ଦର୍ଶନ କରିବାକୁ ଓ ରଥ ଟିକେ ଟାଣିବାକୁ ଇଛା କରୁଛନ୍ତି ତାହାରି ଏକ ଜଳନ୍ତା ଉଦାହରଣ ହେଉଛନ୍ତି ହବତାବ ହୁସେନ୍ ।

ସେ ଜଣେ ମୁସଲମାନ ପରିବାରର ହୋଇଥିଲେ ମଧ୍ୟ ପ୍ରତିବର୍ଷ ନିଜ ଗାଁ ରେ ରଥଯାତ୍ରାର ଆୟୋଜନ କରିଥାନ୍ତି ଏବଂ ପୁରୀରେ ଅନୁଷ୍ଟିତ ହେବା ଭଳି ପାରମ୍ପରିକ ରୀତିନୀତିରେ ରଥକୁ ସଜାଇଥାନ୍ତି । ରଥର ଆବଶ୍ୟକ ହେଉଥିବା ଜିନିଷକୁ ଆଣି ଠାକୁର କୁ ସଜାଇ ପ୍ରଥମେ ମଙ୍ଗଳ ଆରତି କରି ରଥଯାତ୍ରା ଆରମ୍ଭ ହୋଇଥାଏ

ତେବେ ଏହି ଦୃଶ୍ୟ ଟି ହେଉଛି ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମରେ ବାସ କରୁଥିବା ହବତାବ ଯେବେ କାଳିଆଙ୍କ ପ୍ରେମ କୁ ବୁଝିଥିଲେ ତେବେ ସେ ନିଜ ଧର୍ମକୁ  ତ୍ୟାଗ କରି କାଳିଆ ସେବାରେ ଲାଗିଥିଲେ । କରୋନା ଭଳି ଭାଇରସ୍ ଥିବାବେଳେ ମଧ୍ୟ ସେ ରଥଯାତ୍ରା ପାଳନ କରିଥିଲେ । ସତରେ ତାଙ୍କ ଭକ୍ତି କେତେ ଉଚ୍ଚ ମୁସଲମାନ ହେଇକି ମଧ୍ୟ ଧର୍ମରୁ ନୁହେଁ ବରଂ ମନରୁ ସେ ଜଣେ ହିନ୍ଦୁ ପାଲଟି ଯାଇଛନ୍ତି ।

ହୁସେନଙ୍କ ଏହି ରଥରେ ଶୋଭା ପାଇଥିଲେ ଭଗବାନ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା । ଏଥିକି ନୁହେଁ ପୁରା ଗାଁ ତାଙ୍କ ରଥଯାତ୍ରାରେ ସାମିଲ ହେବାକୁ ଆସିଥିଲେ ପୂଜା,ମଙ୍ଗଳ ଆରତି କରି ରଥଯାତ୍ରା ଆରମ୍ଭ ହୋଇଥିଲେ ପ୍ରତି ଟି  ଘରେ ରହି ଭୋଗ ଖାଇଥିଲେ କାଳିଆ । ସାନରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହି ରଥଯାତ୍ରାରେ ଯୋଗ ଦେଇ ଏହାକୁ ବିଶେଷ ରଥଯାତ୍ରା କରିଥିଲେ ଯାହାର ଚର୍ଚ୍ଚା ଏବେ ଜୋର ଧରିଛି ।

ଗ୍ରାମ ବାସୀ ମଧ୍ୟ ହୁସେନ୍ କୁ ପ୍ରଶଂସା କରିଛନ୍ତି ମୁସଲମାନ ହେଇକି କାଳିଆ ସେବା କରିବାକୁ ଧର୍ମ ଭେଦ ନ ଦେଖାଇ ତାଙ୍କୁ ସହଯୋଗ କରି ରଥଯାତ୍ରାକୁ ସଫଳତାପୂର୍ବକ କରିଛନ୍ତି । ତେବେ ଏଭଳି ଏକ ନିଆରା ଦୃଶ୍ୟ ଲୋକମାନଙ୍କୁ ବେସ୍ ଆକର୍ଷିତ କରିଛି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button