ଦେଶ ବିଦେଶ

ପ୍ରେଗନେନ୍ସି ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି 8 ଟି କାମ, ନହେଲେ ପରେ ପସ୍ତେଇବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମହିଳା ଙ୍କ ପାଇଁ ମାଆ ହେବା ଏକ ସୌଭାଗ୍ୟ ର କଥା ଅଟେ। ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ମାଆ ହେବାକୁ ଯାଉଛନ୍ତି, ସେତେବେଳେ ଗର୍ଭ ଧାରଣ ସମୟରେ ତାଙ୍କୁ କିଛି ଖାସ କଥାର ଧ୍ୟାନ ରଖିବା ଉଚିତ। ଯାହାଦ୍ୱାରା ତାଙ୍କ ପାଇଁ ଏହି ସମୟ ସୁଖଦ ଓ ସହଜ ରହିବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ୮ଟି କାମ ବିଷୟରେ କହିବୁ ଯାହାକୁ କରିବା ଆଦୋୖ ଉଚିତ ନୁହେଁ। ଏହି କାର୍ଯ୍ୟ ଗୁଡ଼ିକୁ ନ କରିବା ଦ୍ୱାରା ଆପଣ ଓ ଆପଣଙ୍କ ଛୁଆ ଦୁହେଁ ସୁସ୍ଥ ରହିବେ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଗର୍ଭ ଧାରଣ ସମୟରେ ହେଭି ଏକ୍ସରସାଇଜ କରିବା ଆଦୋୖ ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ଉପରେ ପ୍ରେସର ପଡ଼ିଥାଏ।ଯାହାଦ୍ୱାରା ଗର୍ଭପାତ ର ସମ୍ଭାବନା ରହିଥାଏ। ଏହା ସହିତ ଆପଣଙ୍କ ନିଶ୍ୱାସ ମଧ୍ୟ ଫୁଲିଥାଏ ଯାହାଦ୍ୱାରା ଆପଣଙ୍କ ଛୁଆ କୁ ବହୁତ ଅସୁବିଧା ହୋଇଥାଏ।

୨. ବନ୍ଧୁଗଣ ଦ୍ବିତୀୟତଃ, ଗର୍ଭ ଧାରଣ ସମୟରେ କେବେବି ଘରେ ପେଣ୍ଟିଙ୍ଗ କରାନ୍ତୁ ନାହିଁ। କାରଣ ଏଥିରେ ବିଭିନ୍ନ ପ୍ରକାର କେମିକାଲ ରହିଥାଏ। ଯାହା ଶରୀର ମଧ୍ୟକୁ ପ୍ରବେଶ କରିଥାଏ।ଏହାଦ୍ବାରା ନିଶ୍ୱାସ ନେବାରେ ଆପଣ ଅସମର୍ଥ ହୋଇଥାନ୍ତି।

୩. ବନ୍ଧୁଗଣ ତୃତୀୟତଃ, ଗର୍ଭ ଧାରଣ ସମୟରେ ଅଧିକ ମାତ୍ରାରେ ଫଳ ର ଜୁସ ପିଇବା ଉଚିତ ନୁହେଁ। କାରଣ ଏଥିରେ ସୁଗର ର ପରିମାଣ ରହିଥାଏ ଏବଂ ଏହାର ଅଧିକ ସେବନ କରିବା ଦ୍ୱାରା ଆପଣଙ୍କୁ ଡାଇବେଟିସ ରୋଗ ହେବାର ସମ୍ଭାବନା ରହିଥାଏ।

୪. ବନ୍ଧୁଗଣ ଚତୁର୍ଥତଃ, ଗର୍ଭ ଧାରଣ ସମୟରେ ଯେତେ ମାତ୍ରାରେ ସମ୍ଭବ ଆପଣ ଟ୍ରଭେଲିଙ୍ଗ କରନ୍ତୁ ନାହିଁ।ଏହାଦ୍ବାରା ଆପଣଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଗର୍ଭପାତ ର ମଧ୍ୟ ସମ୍ଭାବନା ଥାଏ। ୫. ବନ୍ଧୁଗଣ ପଞ୍ଚମତଃ, ଗର୍ଭ ଧାରଣ ସମୟରେ ଡବା ରେ ବନ୍ଦ ଥିବା ଖାଦ୍ୟ କୁ ତ୍ୟାଗ କରନ୍ତୁ। ଏଥିରେ ବିଭିନ୍ନ ପେଷ୍ଟିସାଇଡ଼ ମିଶା ଯାଇଥାଏ। ଯାହା ହାନଇକାରକ ହୋଇଥାଏ।

 

୬. ବନ୍ଧୁଗଣ ଷଷ୍ଠତଃ, ଗର୍ଭ ଧାରଣ ସମୟରେ ଶୋଇବା ବେଳେ ଚିତ୍ ହୋଇ ଶୁଅନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ପିଠି ଉପରେ ପ୍ରେସର ପଡ଼ିଥାଏ ଏବଂ ପିଠି ବିନ୍ଧା ର ସମସ୍ୟା ଦେଖା ଯାଇଥାଏ। ତେଣୁ ଆପଣ ବାମ ଆଡ଼କୁ ମୁହଁ କରି ଶୁଅନ୍ତୁ।

 

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button