ଦେଶ ବିଦେଶ

୮ ଲକ୍ଷ ଟଙ୍କାର ହୋମ୍‌ ଲୋନ୍‌, ୪ ପ୍ରତିଶତ ସୁଧ ସବସିଡି : ମଧ୍ୟବିତ୍ତଙ୍କ ପାଇଁ ମୋଦି ସରକାରଙ୍କର ଉପହାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ଅନେକ ଏମିତି ଯୋଜନା ଅଛି, ଯାହାକି ସାଧାରଣ ଲୋକଙ୍କୁ ଫାଇଦା ଦେଇଛି। ଏଥିରୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ନିକଟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ (ପିଏମଏୱାଇ) ୨.୦କୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ଆର୍ଥିକ ଭାବେ ଦୁର୍ବଳ ବର୍ଗ (ଇଡବ୍ଲୁଏସ)/ ନିମ୍ନ ଆୟ ବର୍ଗ (ଏଲଆଇଜି) / ମଧ୍ୟମ ଆୟ ବର୍ଗ (ଏମଆଇଜି) ପରିବାର ଅନ୍ତର୍ଭୁକ୍ତ।

ପିଏମଏୱାଇ-ୟୁ ୨.୦ ପାଞ୍ଚ ବର୍ଷରେ ସହରାଞ୍ଚଳରେ ଗୋଟିଏ ଘର ନିର୍ମାଣ , କ୍ରୟ କିମ୍ୱା ଭଡ଼ା ଦେବାକୁ ରାଜ୍ୟ /କେନ୍ଦ୍ର ଶାସିତ ରାଜ୍ୟ / ପ୍ରାଥମିକ ଋଣ ସଂସ୍ଥା ଗୁଡ଼ିକ ( ପିଏଲଆଇ)ର ମାଧ୍ୟମରେ ୧ କୋଟି ସହରୀ ଗରିବ ଓ ମଧ୍ୟମବର୍ଗୀୟ ପରିବାର ଗୁଡ଼ିକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଅନୁସାରେ ୨.୩୦ ଲକ୍ଷ କୋଟି ଟଙ୍କାର ସରକାରୀ ସହାୟତା ଦିଆଯିବ।

ପିଏମଏୱାଇ-ୟୁ ୨.୦ ଯୋଜନାର ଚାରି ପ୍ରକାରର କମ୍ପୋନେଣ୍ଟ ରହିଛି। ଏଥିରେ ଲାଭାର୍ଥୀ ଆଧାରିତ ନିର୍ମାଣ (ବିଏଲସି) , ସହଭାଗୀତାରେ ଘର (ଏଏଚପି), ସୁଲଭ ମୂଲ୍ୟରେ ଭଡ଼ା ଘର (ଏଆରଏଚ) ଏବଂ ସୁଧ ସବସିଡ୍ ଯୋଜନା (ଆଇଏସଏସ) ସାମିଲ ଅଛି। ହିତାଧିକାରୀ ଯୋଜନା ଅନ୍ତର୍ଗତ ଲାଭ ପ୍ରାପ୍ତ କରିବା ପାଇଁ ୪ଟି କମ୍ପୋନେଣ୍ଟ ମଧ୍ୟରୁ ନିଜର ଯୋଗ୍ୟତା ଓ ପସନ୍ଦ ଅନୁସାରେ ଏକ କମ୍ପୋନେଣ୍ଟକୁ ଚୟନ କରି ପାରିବେ। ଆସନ୍ତୁ ଜାଣିବା ଏହି କମ୍ପୋନେଣ୍ଟ ଗୁଡ଼ିକୁ ମଧ୍ୟରୁ ଗୋଟିଏ ହେଉଛି ସୁଧ ସବସିଡି ଯୋଜନା ।

ସୁଧ ସବସିଡି ଯୋଜନା (ଆଇଏସଏସ) –

ଏହି କମ୍ପୋନେଣ୍ଟ ଇଡବ୍ଲ୍ୟୁଏସ/ଏଲଆଇଜି ଓ ଏମଆଇଜି ପରିବାର ପାଇଁ ହୋମ୍ ଲୋନରେ ସବସିଡିର ଲାଭ ପ୍ରଦାନ କରିଥାଏ। ୩୫ ଲକ୍ଷ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ କୋଠା ଘର ପାଇଁ ୨୫ ଲକ୍ଷ ଟଙ୍କା ଯାଏ ହୋମ୍ ଲୋନ୍ ନେଉଥିବା ହିତାଧିକାରୀ ୧୨ ବର୍ଷର ଅବଧି ଯାଏ ପ୍ରଥମ ୮ ଲକ୍ଷ ଟଙ୍କାର ଋଣ ଉପରେ ୪ ପ୍ରତିଶତ ସୁଧ ସବସିଡିର ଯୋଗ୍ୟ ହେବେ। କହି ରଖୁଛୁ କି ଯୋଗ୍ୟ ହିତାଧିକାରୀଙ୍କୁ ୫ ବାର୍ଷିକ କିସ୍ତିରେ ପୁଶ ବଟନର ମାଧ୍ୟମରେ ୧.୮୦ ଲକ୍ଷ ଟଙ୍କାର ସବସିଡି ଜାରି କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button