ଓଡିଶା

ରୂପାରେ ଛାଉଣି ହେବ ଶ୍ରୀମନ୍ଦିର ସଂହଦ୍ବାର ଓ ପତିତପାବନଙ୍କ ମନ୍ଦିର

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ତଥା ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିରକୁ ସଂପୂର୍ଣ୍ଣ ଭାବେ ରୂପାରେ ଛାଉଁଣି କରାଯିବ । ଏନେଇ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବାକୁ ନିଷ୍ପତ୍ତି ହୋଇଛି ।

 

ବୈଠକ ପରେ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଅଧିକ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୂପା ଛାଉଁଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା । ଏହା ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ପତିତପାବନ ମନ୍ଦିର ଓ ସିଂହାସନ ଆଚ୍ଛାଦିତ କରିବାକୁ ବି ଯୋଜନା କରାଯାଇଥିଲା । ଆଜି ଏସବୁର ଡିଜାଇନ୍‌ ପ୍ରଦର୍ଶିତ ହୋଇଥିଲା ।

ବୈଠକରେ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ, ପୂର୍ବତନ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button