ଦେଶ ବିଦେଶ

ଘାଟୀରେ ପ୍ରତିଶୋଧ ନେଲା ସେନା, ଏନକାଉଣ୍ଟରରେ ୨ ଆତଙ୍କୀ ସଫା

ଶ୍ରୀନଗର,୦୮/୧୧: ଅଶାନ୍ତ ଉପତ୍ୟାକାରେ ପୁଣି ଫୁଟିଲା ଗୁଳି । ସେନାକୁ ମିଳିଛି ବଡ଼ ସଫଳତା । ୨୪ ଘଣ୍ଟା ନ ପୂରୁଣୁ ପ୍ରତିଶୋଧ ନେଲା ସେନା । ଦୁଇ ଗ୍ରାମରକ୍ଷୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାବାହିନୀ। ଜମ୍ମୁ କାଶ୍ମୀର ସୋପୋର ଏନକାଉଣ୍ଟରରେ ୨ ଆତଙ୍କୀଙ୍କୁ ନିପାତ କରିଛି ସେନା । ଗତକାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ ।

ଏ ନେଇ ଆଜି ବିଭିନ୍ନ ସ୍ଥାନରେ ଟାୟାର ଜାଳିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ଲୋକେ।

ସୂଚନାନୁଯାୟୀ, ସୋପୋରରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେନା ଏହାର ପ୍ରତି ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କୀକୁ ନିହତ ହୋଇଛନ୍ତି । ଏହା ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କାଶ୍ମୀର ପୋଲିସ ଏ ନେଇ ସୂଚନା ଦେଇଛି । ଜମ୍ମୁ କାଶ୍ମୀର ପୋଲିସ, ଭାରତୀୟ ସେନାଙ୍କ ମିଳିତ ସର୍ଚ୍ଚ ଅପରେସନ ସଫଳ ହୋଇଛି ।

ପ୍ରକାଶ ଥାଉକି, ଗତକାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସ ଆରମ୍ଭ କରିଥିଲେ । ଅକ୍ଟୋବର ୨୯ରୁ ନଭେମ୍ବର ୫ ତାରିଖ ମଧ୍ୟରେ ମୋଟ ୫ ଥର ଏନକାଉଣ୍ଟର ହୋଇଛି । ଏଥିରେ ୬ ଆତଙ୍କୀକୁ ନାପତ କରିଛି ସେନା ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button