ଯେଉଁ ବୋହୂ ଉପରେ ପିତୃଙ୍କ ଆଶୀର୍ବାଦ ଥାଏ , ସେହି ଘରକୁ ଆସିଥାନ୍ତି ମାତା ଲକ୍ଷ୍ମୀ :-
ସାଧରଣତଃ ପିତୃ ଅନେକ ପ୍ରକାରର ହୋଇଥାନ୍ତି । କାରଣ ପୂର୍ବଜ ମାନଙ୍କ ମଧ୍ୟରୁ କିଛି ଆଗାମୀ ଜନ୍ମ ନେଇଥାନ୍ତି । ଆଉକିଛି ପିତୃଲୋକରେ ଅସ୍ଥାନ ପ୍ରାପ୍ତ କରିଥାନ୍ତି । ତେଣୁ ଯେଉଁମାନେ ପିତୃଲୋକରେ ଅସ୍ଥାନ ପ୍ରାପ୍ତ କରନ୍ତି ସେମାନେ ପ୍ରତି ବର୍ଷ ଶ୍ରାଦ୍ଧ ସମୟରେ ନିଜର ପରିଜନଙ୍କୁ ଦେଖିବାକୁ ଆସନ୍ତି । ସେହି ସମୟରେ ସେମାନେ ଆଶୀର୍ବାଦ ଦେଇ ଯାଆନ୍ତି କିମ୍ବା ଅଭିଶାପ ଦେଇ ଯାଆନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଯେଉଁ ବୋହୂଙ୍କ ଉପରେ ପୂର୍ବଜଙ୍କ ଆଶୀର୍ବାଦ ଥାଏ ସେମାନେ କିପରି ହୋଇଥାନ୍ତି ଏବଂ ଯେଉଁ ଘର ଉପରେ ପିତୃଙ୍କ ଆଶୀର୍ବାଦ ଥାଏ ସେହି ଘରେ କଣ ଥାଏ ।
ଏହା ସାଧାରଣ କଥା ଯେ ଯେଉଁ ଘରେ ପ୍ରତ୍ୟେକ ଦିନ ଭଗବାନଙ୍କ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ଦୀପ ପ୍ରଜ୍ଜ୍ଵଳିତ ହୋଇଥାଏ ସେହି ଘର ଉପରେ ନିଶ୍ଚିତ ରୂପରେ ପୂର୍ବଜଙ୍କ ଆଶୀର୍ବାଦ ରହିଥାଏ । ମାତ୍ର ଯେଉଁଘରେ ପୂଜା ହୁଏନାହିଁ ଏବଂ ଭୋଗ ଲଗାଯାଏ ନାହିଁ । ସେହି ଘରେ ରାକ୍ଷସ ମାନେ ବାସ କରନ୍ତି । ତେଣୁ ସେହି ଘର ଉପରେ ପୂର୍ବଜ ମାନଙ୍କ ଅଭିଶାପ ପଡ଼ିଥାଏ । ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ସେହି ଘର ଉପରେ ପିତୃଦେବଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । କାରଣ ସେହି ଘରେ ସବୁ ଲୋକଙ୍କର ସଂସ୍କାର ରହିଥାଏ ।
ମାତ୍ର ଯେଉଁ ଘରେ ମହିଳାଙ୍କ ଆଖିରୁ ଲୁହ ଝରିଥାଏ ସେଠାରେ ପିତୃଙ୍କ ଅଭିଶାପ ପଡ଼ିଥାଏ । ଯେଉଁ ଘରେ ସନ୍ତାନ ମାନେ ଆଜ୍ଞାକାରୀ ହୋଇଥାନ୍ତି ଏବଂ ଗୁରୁଜନଙ୍କ କଥା ମାନନ୍ତି ଏହାବ୍ୟତୀତ ବଡ଼ ଲୋକେ ମଧ୍ୟ ସାନ ଲୋକଙ୍କ ମାନ ରଖନ୍ତି ସେହି ଘର ଉପରେ ପିତୃଙ୍କ ଆଶୀର୍ବାଦ ବର୍ଷା ହୋଇଥାଏ । ତେଣୁ ପିଲାଙ୍କୁ ସର୍ବଦା ଭଲ ସଂସ୍କାର ହିଁ ଦିଅନ୍ତୁ । ଯଦି ଆପଣଙ୍କ ସ୍ବପ୍ନରେ ସର୍ବଦା ପିତୃ ଆସୁଛନ୍ତି କିମ୍ବା ଆପଣ କୌଣସି ସାପ ଦେଖୁଛନ୍ତି ଯାହା ଆପଣଙ୍କୁ କୌଣସି ଜିନିଷ ଦେଇ ଯାଉଛି । ତେବେ ଏହାର ଅର୍ଥ ଯେ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ପୂରଣ ହୋଇଥାଏ ଏବଂ କୌଣସି ବାଧା ମଧ୍ୟ ଆସି ନଥାଏ ।
ପିତୃ ଦେବଙ୍କ ପ୍ରସନ୍ନ ରହିବାର ଏହା ସବୁଠାରୁ ବଡ଼ ପ୍ରମାଣ ଅଟେ । କାରଣ ପିତୃଦେବ ପ୍ରସନ୍ନ ରହିବା ଦ୍ୱାରା ସବୁ କାର୍ଯ୍ୟ ବିନା ବାଧାରେ ପରିଚାଳିତ ହୋଇଥାଏ । ଆପଣ ଘରେ ଜାଳୁଥିବା ଦୀପ ଯଦି ଭଲଭାବରେ ଜଳିଥାଏ ଏବଂ ଶ୍ରାଦ୍ଧ ପକ୍ଷରେ ଯଦି ସବୁ କାର୍ଯ୍ୟ ଭଲଭାବରେ ପରିଚାଳିତ ହୁଏ ତେବେ ତାହାର କାରଣ ଏହା ଯେ ପୂର୍ବଜ ଆପଣଙ୍କ ଉପରେ ଖୁସି ଅଛନ୍ତି । ଏହାବ୍ୟତୀତ ଧନର ଆଗମନ ହେବା ଏବଂ ଘରେ ବାହାରେ ସମସ୍ତଙ୍କ ସହଯୋଗ ପ୍ରାପ୍ତ ହେବା ଅର୍ଥ ପିତୃ ଦେବଙ୍କ ଆଶୀର୍ବାଦ ସେହି ଘର ଉପରେ ରହିଛି ।