ସ୍ୱାସ୍ଥ୍ୟ

କାହିଁକି ହୁଏ Migraine, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ

ବନ୍ଧୁଗଣ ମାଇଗ୍ରେନ ହେଉଛି ଏକ ହେଡଏକ ଯାହାକୁ ଅଧକପାଳୀ ମଧ୍ୟ କୁହାଯାଏ । ମୁଣ୍ଡା ବିନ୍ଧା ୨ ପ୍ରକାରର ଯଥା ପ୍ରାଇମେରୀ ଓ ସେକେଣ୍ଡାରୀ । ପ୍ରାଇମେରୀ ମୁଣ୍ଡ ବିନ୍ଧା ସାମାନ୍ଯ ହୋଇଥାଏ କିନ୍ତୁ ସେକେଣ୍ଡାରୀ ମୁଣ୍ଡ ବିନ୍ଧା ବହୁତ ଜଟିଳ ହୋଇଥାଏ । ମାଇଗ୍ରେନ ହେଲେ ଅଧ କପାଳୀ ମାନେ ମୁଣ୍ଡ ଫାଳିକିଆ ବିନ୍ଧା ହେବ । ଏହା ସହ ଏକା ରହିବାକୁ ମନେ ହେବା ସହ ବାନ୍ତି ମଧ୍ୟ ଲାଗିପାରେ । ଅଧିକ ଆଲୁଅ ବା ଶବ୍ଦ ଶୁଣିପାରିବେ ନାହି । ଅନେକ ରୋଗୀଙ୍କ ଠାରେ ତୀବ୍ର ସ୍ମେଲ ମଧ୍ୟ ହୋଇଥାଏ ଯାହା ଅନ୍ୟ ମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହି ।

ଯେଉଁ ମାନଙ୍କର ଲଗାତାର ମାଇଗ୍ରେନ ହେଉଥାଏ ସେମାନେ ଜାଣି ପାରନ୍ତି କଣ କଣ ଲକ୍ଷଣ ଦେଖାଯିବ । ଏହା ସହ ରାତି ଅନିଦ୍ରା ହେବା କାରଣରୁ ଏହି ସମସ୍ଯା ଦେଖାଯାଏ । ଅଧିକ ଚାହା ବା କଫି ସେବନ ଦ୍ଵାରା, ଅଧିକ ସମୟ ଉପାସରେ ରହିବା ଦ୍ଵାରା, ମାନସିକ ଚିନ୍ତା ଅକରନରୁ ମାଇଗ୍ରେନ ହୋଇଥାଏ । ଅଧିକ ସାଉଣ୍ଡ କାରଣରୁ ବା ଖରାରେ ଅଧିକ ସମୟ ରହିବା କାରଣରୁ ମାଇଗ୍ରେନ ସମସ୍ଯା ହୋଇଥାଏ । ମାଇଗ୍ରେନ ଅନ୍ୟ କୌଣସି ରୋଗ ନୁହେଁ ଏହା ସ୍ଵତନ୍ତ୍ର ଅଟେ । ଏହା ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ହରମୋନ ପରିବର୍ତ୍ତନ ସମୟରେ ମାଇଗ୍ରେନ ସମସ୍ଯା ଅଧିକ ଦେଖାଯାଏ । ଏହି ସମସ୍ଯା ପାଇଁ ସ୍ଵତନ୍ତ୍ର ପ୍ରକାରର ମେଡିକେସନ ରହିଛି ଯାହାକୁ ଠିକ ଭାବେ କରିଲେ ଆଟାକ କମ ହୋଇଥାଏ ।

ଅଧିକ ପେନ କ୍ଲିୟର ଖାଇଲେ ଏହା ହାନିକାରକ ହୋଇଥାଏ । ଯଦି ମାଇଗ୍ରେନ ସମସ୍ଯା ବାରମ୍ବାର ହେଉଥାଏ ତେବେ ପେନ କ୍ଲିୟର ଖାଇବା ସ୍ୱାସ୍ଥ୍ୟ ପାଇଁ ବ ବିପଦ ଜନକ ଅଟେ । ଏହା ସହ ଅଧିକ ମୁଣ୍ଡ ବିନ୍ଧା ହେଉଥିଲେ ଏହାର କାରଣ କଣ ହୋଇପାରେ ତାହା ମଧ୍ୟ ଜାଣିବାକୁ ପଡିଥାଏ । ଏହି କ୍ଷେତ୍ର ରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ଅଟେ । ମାଇଗ୍ରେନ ଆଟାକ ହେଲେ କାହା ସହ କଥା ହୋଇ ପାରିବେ ନାହି, କାମ କରିପାରିବେ ନାହି ବା ବାନ୍ତି ଲାଗିପାରେ । ଏହାକୁ ଦୂର କରିବା ପାଇଁ ପ୍ରତି ଦିନ ଠିକ ସମୟରେ ଖାଇବା ଉଚିତ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଉଚିତ । ନିଜ ମନକୁ ସ୍ଥିର ରଖିବା ସହ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ଯେତେ ସମ୍ଭବ ମାନସିକ ଚାପ ରୁ ନିଜକୁ ଦୂରେଇ ରଖିବା ଉଚିତ ।

ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ନେବା ଉଚିତ । ଏହା ବ୍ଯତୀତ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ । ଏହା ବ୍ଯତୀତ କଫି ବା ଆଲକୋହଲ ର ସେବନ ଅଧିକ କରିବା ଉଚିତ ନୁହେଁ । ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ମାଇଗ୍ରେନ ସମସ୍ୟାରୁ ଦୂରେଇ ରହି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Share It

Related Articles

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Back to top button