ଅପରାଧ

ୱାସିଂ ସେଣ୍ଟର କର୍ମଚାରୀଙ୍କୁ ଏସିଡ଼ ମାଡ଼; ଜଣେ ଅଟକ, ୪ ଯୁବକ ଫେରାର – bajravana

[ad_1]

ରାଉରକେଲା/ବେଦବ୍ୟାସ: ବେଦବ୍ୟାସ ଦୟାନନ୍ଦନଗର ବିଶ୍ବକର୍ମା ବିହାର ମନ୍ଦିର ନିକଟସ୍ଥ ୱାସିଂ ସର୍ଭିସ୍‌ ସେଣ୍ଟର କର୍ମଚାରୀଙ୍କୁ କିଛି ଯୁବକ ମାଡ଼ ମାରିବା ସହ ଏସିଡ୍‌ ମାଡ଼ କରିଛନ୍ତି। ଗୁରୁତର କର୍ମଚାରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ବ୍ରାହ୍ମଣୀତରଙ୍ଗ ପୁଲିସ ଜଣେ ଯୁବକକୁ ଅଟକ ରଖିଛି। ଅନ୍ୟ ଚାରି ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ପ୍ରତିବାଦରେ ଗୁରୁତର କର୍ମଚାରୀଙ୍କ ପରିବାର ଓ ସମ୍ପର୍କୀୟ ଥାନା ପହଞ୍ଚି ପାଟିତୁଣ୍ଡ କରିଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏସିଡ୍‌ ମାଡ଼ର ଶିକାର କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବିଶ୍ବକର୍ମା ବିହାର ମନ୍ଦିର ନିକଟରେ ମାରୁତି ନନ୍ଦନ ନାମରେ ୱାସିଂ ସେଣ୍ଟର ରହିଛି। ମାଲିକ ସୁନୀଲ ସାହୁ ଓ ତାଙ୍କର ସୁପରଭାଇଜର ରାକେଶ ଶର୍ମା କାମ କରନ୍ତି। ରାଉରକେଲା ନୂଆ ବଜାର ଅଞ୍ଚଳର ବିଶାଳ ସିଂଙ୍କର କିଛି ଟଙ୍କା ସୁନୀଲଙ୍କ ଉପରେ ବାକି ଥିଲା। ବିଶାଳ ବାରମ୍ବାର ସୁନୀଲକୁ ବକେୟା ଟଙ୍କା ଦେବାକୁ କହୁଥିଲେ। ପାଖରେ ଟଙ୍କା ନଥିବାରୁ ସୁନୀଲ ପରେ ଦେଇ ଦେବାକୁ କହିଥିଲେ।

ଆଜି ବିଶାଳ ଓ ତା’ର ୪ ସହଯୋଗୀ ସର୍ଭିସ ସେଣ୍ଟରରେ ପହଞ୍ଚିଥିଲେ। ମାଲିକ ସୁନୀଲକୁ ଖୋଜିଥିଲେ। ହେଲେ ପାଇନଥିଲେ। ସେଠାରେ କାମ କରୁଥିବା ରାକେଶକୁ ସୁନୀଲ କୁଆଡେ ଗଲେ ବୋଲି ପ୍ରଶ୍ନ କରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ବିଶାଳ ଓ ତା’ର ଅନ୍ୟ ୪ ସାଙ୍ଗ ମିଶି ରାକେଶକୁ ମାଡ଼ ମାରିଥିଲେ। ଏସିଡ୍‌ ମାଡ଼ ମଧ୍ୟ କରିଥିଲେ। ଦୋକାନରେ ଭଙ୍ଗାରୁଜା କରିଥିଲେ। ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁଇ ଯୁବକକୁ କାବୁ କରି ଗାଡ଼ିରେ ବସାଇଥିଲେ। ସେଠାରୁ ଜଣେ ଯୁବକ ଗାଡ଼ିରୁ ଦେଇ ଚମ୍ପଟ ମାରିଥିଲା। ଅନ୍ୟ ତିନି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।



[ad_2]

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button