ଓଡିଶା

ଗାଁ ଅର୍ଥନୀତିକୁ ସମୃଦ୍ଧ କରୁଛି ‘ଚନ୍ଦନୀ’ ମସଲା ଚାଷ – bajravana

[ad_1]

ଜଳେଶ୍ୱର: ମସଲା ଜାତୀୟ ‘ଚନ୍ଦନୀ’ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ମାକିଡ଼ିଆ ପଞ୍ଚାୟତର ଶତାଧିକ ଚାଷୀ। ଏହି ଚାଷ ଗାଁ’ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିଛି। ଫଳରେ ଆଖପାଖ ପଞ୍ଚାୟତର ଅନେକ ଲୋକ ଏବେ ଏହି ମସଲାଜାତୀୟ ଚାଷ କରିବା ପାଇଁ ଆଗଭର ହେଉଥିବା ଦେଖିବାକୁ ମିଳୁଛି। ମାକିଡ଼ିଆ ପଞ୍ଚାୟତ ଅଧୀନ ମାକଡ଼ିଆ ଓ କୁଆଁରପୁର ଗ୍ରାମର ଏକାଧିକ ଚାଷୀ ୩ ବର୍ଷ ତଳେ ମସଲା ଜାତୀୟ ‘ଚନ୍ଦନୀ’ ଚାଷ ଆରମ୍ଭ କରିଥିଲେ। ଉତ୍ତର ଓଡ଼ିଶାରେ ପ୍ରଥମକରି ଏହି ଚାଷ କରାଯାଇଥିବା ବେଳେ ଭଲ ଆୟ ହେଲା। ଏକର ପିଛା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ମିଳିଲା। ଫଳରେ ଉଭୟ ଗ୍ରାମ ଓ ପାଖ ଗ୍ରାମର ଅନ୍ୟ ଚାଷୀମାନେ ମଧ୍ୟ ‘ଚନ୍ଦନୀ’ ଚାଷ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏବେ ପଞ୍ଚାୟତରେ ପ୍ରାୟ ୪୫୦ ଜଣ ଚାଷୀ ୩୦୦ ଏକରରୁ ଅଧିକ ଜମିରେ ଏହି ଚାଷ କରୁଛନ୍ତି। ଏଠାରେ ଉତ୍ପାଦିତ ହେଉଥିବା ‘ଚନ୍ଦନୀ’ ମସଲାର ଚାହିଦା ଓଡ଼ିଶା ଓ ପଶ୍ଚିମବଙ୍ଗ ବଜାରରେ ବେଶ୍‌ ରହିଛି। ସବୁଠାରୁ ବଡ଼ କଥା ହେଲା; ‘ଚନ୍ଦନୀ’ ବିକ୍ରି ପାଇଁ ଚାଷୀଙ୍କୁ କାହା ପାଖକୁ ଯିବା ପାଇଁ ପଡୁନି। ବେପାରୀମାନେ ଚାଷୀଙ୍କ ପାଖକୁ ଆସି କେଜି ପିଛା ୮ ଶହରୁ ୯୦୦ ଟଙ୍କାରେ କିଣି ନେଉଛନ୍ତି।

ମାକିଡ଼ିଆ ଗ୍ରାମର ସତୀଶ ଚନ୍ଦ୍ର କୁଇଲା ଜଣେ ସଫଳ ଆଖୁ ଓ ପନିପରିବା ଚାଷୀ। ପାରମ୍ପରିକ ଚାଷରୁ ସେ କିଛି ଲାଭ ପାଇଲେନି; ବରଂ ଅଭାବୀ ବିକ୍ରିକୁ ସାମ୍‌ନା କଲେ। ଫଳରେ ୩ ବର୍ଷ ତଳେ ଆଖୁ ଓ ପନିପରିବା ଚାଷ ଛାଡ଼ି ‘ଚନ୍ଦନୀ’ ଚାଷ ଆରମ୍ଭ କରିଥିଲେ। ଗତବର୍ଷ ସେ ଗୋଟିଏ ଏକର ଜମିରେ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ପାଖାପାଖି ୨ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି। ପ୍ରଥମେ ‘ଚନ୍ଦନୀ’ କିଲୋ ପିଛା ୬ ଶହରୁ ୭ ଶହ ଟଙ୍କାରେ ବିକିଥିଲେ ସତୀଶ। କିଛି ମାସ ପରେ ୮ରୁ ୯ ଶହ ଟଙ୍କାରେ ବିକ୍ରି କରିଛନ୍ତି। କେବଳ ସତୀଶ ନୁହଁନ୍ତି, ମାକିଡ଼ିଆ ଓ କୁଆଁରପୁର ଗାଁ’ର ଅଧିକାଂଶ ଚାଷୀ ଏକର ପିଛା ୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରି ପାରୁଛନ୍ତି। ଏପରି ସମୟରେ ପାଖ ପଞ୍ଚାୟତର ଚାଷୀମାନେ ମଧ୍ୟ ‘ଚନ୍ଦନୀ’ ଚାଷ ପ୍ରତି ଆଗ୍ରହ ଦେଖାଉଥିବା କୁଆଁରପୁର ଗ୍ରାମର ଚାଷୀ ଲକ୍ଷ୍ମୀନାରାୟଣ କୁଇଲା ଓ ଜଗନ୍ନାଥ ଦାସ କହିଛନ୍ତି। ଉଲ୍ଲେଖଥାଉକି; ‘ଚନ୍ଦନୀ’ ବିଭିନ୍ନ ତରକାରିରେ ମସଲା ଭାବେ ବ୍ୟବହାର ହୋଇଥାଏ। ଏହାର ସୁଗନ୍ଧ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଦିଏ। ‘ଚନ୍ଦନୀ’ ଅମଳ ପାଇଁ ୮ ମାସ ସମୟ ଲାଗିଥାଏ। ପ୍ରଥମେ ‘ଚନ୍ଦନୀ’ ମଞ୍ଜିର ତଳି ପଡ଼ିଥାଏ। ୨୦ରୁ ୨୫ ଦିନ ପରେ ଉଠିଥିବା ଗଛକୁ ଜମିରେ ରୁଆଯାଏ ଓ ଅଢ଼େଇ ମାସ ଯାଏ ସ୍ବତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ତେବେ ରୁଆ ହେବାର ପ୍ରଥମ ୨୨ ଦିନ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଅଧିକ ସୂର୍ଯ୍ୟକିରଣ ତାପରୁ ରକ୍ଷା ପାଇଁ ଗଛଗୁଡ଼ିକୁ ଘୋଡ଼ାଇ ରଖାଯାଏ। ‘ଚନ୍ଦନୀ’ ଗଛରେ ଧୋସା ରୋଗ ଲାଗେ। ଯାହାର ମୁକାବିଲା ପାଇଁ ଚାଷୀକୁ ତତ୍ପର ରହିବାକୁ ପଡ଼ିଥାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button