ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସଂପନ୍ନ – bajravana

[ad_1]
ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ମର୍ଦ୍ଦରାଜ ବଂଶର ଶେଷ ଦାୟାଦ ତଥା ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓ(୮୭)ଙ୍କ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏଥିପାଇଁ ଜଗନ୍ନାଥ ମନ୍ଦିର ରୋଷଘରୁ ଅଗ୍ନି ଓ ଖଣ୍ଡୁଆ ପାଟ ଅଣାଯାଇଥିଲା । ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ବ୍ରାହ୍ମଣ ପରିବାର ଯୁବକ କରେସ ଚନ୍ଦ୍ର ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ରାଣୀସାହେବା ଶ୍ରୀମତୀ ଦେଓଙ୍କ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ସମର୍ଥକ ଉପସ୍ଥିତ ରହି ଶବାଧାରରେ ସାମିଲ ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଅପରାହ୍ଣରେ ଏକ ସୁସଜ୍ଜିତ ରଥରେ ରାଣୀମା’ଙ୍କ ମର ଶରୀର ଖଲ୍ଲିକୋଟ ସହର ପରିକ୍ରମା କରିଥିଲା। ବାଲୁଙ୍କେଶ୍ବର ମନ୍ଦିର ନିକଟସ୍ଥ ରାଜ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବ୍ରାହ୍ମଣ କରେଶ ଚନ୍ଦ୍ର ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ। ରାଣୀମା’ଙ୍କୁ ଶେଷ ବିଦାୟ ଦେବା ବେଳେ ସମସ୍ତଙ୍କ ଆଖି ଛଳଛଳ ହୋଇ ଉଠିଥିଲା। ଏକ ଭାବବିହ୍ବଳ ପରିବେଶରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସହ ବହୁ ସ୍ଥାନୀୟ ନେତା ଓ ହଜାର ହଜାର ସ୍ଥାନୀୟ ବାସିନ୍ଦା ଓ ଶୁଭେଚ୍ଛୁ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ।
[ad_2]