କ୍ରେତାଙ୍କୁ ହସ୍ତାନ୍ତର ପୂର୍ବରୁ ୨୫୨ କିଲୋ ଗଂଜେଇ ସହ ଧରାପଡ଼ିଲେ ବିକ୍ରେତା – bajravana
[ad_1]
ଜୟପୁର: ଜୟପୁର ସଦରଥାନା ପୁଲିସ କ୍ରେତାଙ୍କୁ ଗଂଜେଇ ହସ୍ତାନ୍ତର କରିବା ପୂର୍ବରୁ ବିକ୍ରେତା ଜୟପୁର ସଦରଥାନା ପୁଲିସ ହାତରେ ଧରା ପଡ଼ିଛି। ୨୫୨କିଲୋ ଗଂଜେଇ ଜବତ କରି ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବୈପାରୀଗୁଡା ଥାନା ଅର୍ନ୍ତଗତ କୁମ୍ବିଗୁଡା ଗାଁର ଭଗୁ ମାଝୀ(୪୬)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡିଙ୍କ ନିର୍ଦ୍ଦେଶରେ ସବଇନିସପେକ୍ଟର ଆରକେ ବାରିକ ଦିନରେ ପାତ୍ରପୁଟ ଛକ ଅଂଚଳରେ ପାଟ୍ରୋଲିଂ କରୁଥିଲେ। ଛକରେ ଜଣେ ବ୍ୟକ୍ତିଙ୍କ ହାବଭାବ ପୁଲିସକୁ ସଂଦେହ ହୋଇଥିଲା। ପୁଲିସ ଉକ୍ତ ବ୍ୟକ୍ତି ଧରିଥିବା ବ୍ୟାଗ ଯାଂଚ କରିବାରେ ଏଥିରେ ପୁଲିସ ଗଂଜେଇ ଦେଖିଥିଲା। ଜୟପୁର ସଦରଥାନା ପୁଲିସ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଏହି ଗଂଜେଇ ଜବତ କରି ଓଜନ କରିବାରେ ୨୫୨କିଲୋ ହୋଇଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ଗଂଜେଇ ଧରି କ୍ରେତାଙ୍କୁ ଅପେକ୍ଷା କରିବା ସମୟରେ ପୁଲିସ ହାତରେ ଧରାପଡ଼ିଥିଲେ। ଅଭିଯୁକ୍ତକୁ କୋର୍ଟ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦେଇଥିବା କହିଛନ୍ତି ସଦରଥାନା ଅଧିକାରୀ
[ad_2]