ରାଜନୀତି

୪ ରାଜ୍ୟରେ ହେବ କଂଗ୍ରେସ ସରକାର : ସଚ୍ଚିନ ପାଇଲଟ – bajravana

[ad_1]

ନୂଆଦିଲ୍ଲୀ, ୨୮/୧୧ : କଂଗ୍ରେସ ନେତା ସଚ୍ଚିନ ପାଇଲଟ କହିଛନ୍ତି ଯେ ତାଙ୍କ ପାର୍ଟି ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ସରକାର କରିବାକୁ ଯାଉଛି। ନଭେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଥିବା ତେଲେଙ୍ଗାନା ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ ଦେବେ। ସେହିପରି ଯେଉଁ ୩ଟି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ଶେଷ ହୋଇଛି ସେଠାରେ ମଧ୍ୟ କଂଗ୍ରେସ ସ୍ପଷ୍ଟ ଓ ପୂର୍ଣ୍ଣ ବହୁମତରେ ସରକାର କରିବାକୁ ଯାଉଛି।

ମୋର ପୁରା ବିଶ୍ୱାସ ତେଲେଙ୍ଗାନାରେ କଂଗ୍ରେସର ଏକ ଭଲ ସରକାର ହେବ ଓ ନିର୍ବାଚନ ଘୋଷଣାପତ୍ରରେ କରାଯାଇଥିବା ଘୋଷଣା (୬ଟି ଗ୍ୟାରେଣ୍ଟି) ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲାଗୁ କରାଯିବ। ପାଇଲଟ କହିଛନ୍ତି ଯେ ସେଠାରେ ଆମର ଏକ ପାରଦର୍ଶି ଓ ସମ୍ବେଦନଶୀଳ ସରକାର ହେବ। ସେ କହିଛନ୍ତି ଯେ ତେଲେଙ୍ଗାନାରେ କଂଗ୍ରେସ ବହୁତ ଆଗରେ ରହିଛି ଓ ତେଲେଙ୍ଗାନାରେ ଲୋକେ କଂଗ୍ରେସକୁ ସ୍ପଷ୍ଟ ବହୁମତର ଆଶିର୍ବାଦ କରିବେ। କଂଗ୍ରେସ ନେତା କହିଛନ୍ତି ଯେ ରାହୁଲ ଗାନ୍ଧି, ପ୍ରିୟଙ୍କା ଓ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନ ପ୍ରଚାର କାଳରେ ଯାହା କହୁଛନ୍ତି ଲୋକେ ସେମାନଙ୍କୁ ବିଶ୍ୱାସ କରୁଛନ୍ତି।

[ad_2]

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button