ମନୋରଞ୍ଜନ

ହେମାମାଳିନୀଙ୍କ ଜନ୍ମଦିନ ପାର୍ଟିରେ ଦିଶିଲେନି ସନ୍ନି ଓ ବବି: ସମାଲୋଚନା କଲେ ଲୋକ – bajravana

[ad_1]

ନୂଆଦିଲ୍ଲୀ: ଗତକାଲି ନିଜର ୭୫ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ର ଡ୍ରିମ୍‌ଗାର୍ଲ ହେମାମାଳିନୀ। ଲେଡି ସୁପର୍‌ଷ୍ଟାର୍‌ ଜନ୍ମଦିନ ଅବସରରେ ରେଖା, ଈଶା ଦେଓଲ, ଜୟା ବଚ୍ଚନ, ସଲମାନ ଖାନ, ବିଦ୍ୟା ବାଲାନ, ଅନୁପମ ଖେର ଏବଂ ଜ୍ୟାକି ଶ୍ରଫଙ୍କ ସମେତ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ। ହେଲେ ତାଙ୍କ ଜନ୍ମଦିନରେ ସ୍ବାମୀ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ସନ୍ନି ଦେଓଲ ଓ ବବି ଦେଓଲ ପହଞ୍ଚି ନାହାନ୍ତି। କେବଳ ଫୁଲ ପଠାଇ ସେ ସାବତ ମାଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କଥାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି।

ଡ୍ରିମ୍‌ଗାର୍ଲ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ର, ଝିଅ ଈଶା ଓ ଆହାନାଙ୍କ ସହ କେକ୍ କାଟୁଥିବାର ଭାଇରାଲ୍‌ ଫଟୋ ଭିଡିଓରେ ଦେଖିବାକୁ ମିଳିଥିବା ବେଳେ ପ୍ରଶଂସକଙ୍କ ଆଖି ସନ୍ନି ଓ ବବି ଦେଓଲଙ୍କୁ ଖୋଜୁଥିଲା। ହେଲେ ଜଣାପଡ଼ିଛି ଯେ ସେ ଦୁଇ ଭାଇ ହେମାଙ୍କ ଜନ୍ମଦିନ ପାର୍ଟିରେ ପହଞ୍ଚିନଥିଲେ।

ଦୁଇ ଭାଇଙ୍କୁ ପାର୍ଟିରେ ନଦେଖି ଲୋକ ପଚାରିବା ଆରମ୍ଭ କରିଛନ୍ତି କି ସେମାନଙ୍କୁ ନିମନ୍ତ୍ରଣ ହୋଇନାହିଁ କି? ହେଲେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସନ୍ନି ଓ ବବି ଦେଓଲଙ୍କୁ ପାର୍ଟି ପାଇଁ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ପାର୍ଟିକୁ ଆସିପାରିନାହାନ୍ତି। ହେମାଙ୍କ ସହ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ସନ୍ନି ଦେଓଲ ଓ ବବି ଦେଓଲଙ୍କ ସଂପର୍କ ଖୁବ୍ ଭଲ। ସେମାନଙ୍କ ମଧ୍ୟରେ କୌଣସି ତିକ୍ତତା ନାହିଁ।

ଏହି ଶୁଭ ଅବସରରେ ହେମାଙ୍କୁ ମଞ୍ଚ ଉପରେ ନାଚିବା ଏବଂ ଗୀତ ଗାଉଥିବ‌ାର ଦେଖିବାକୁ ମିଳିଛି। ଯେଉଁ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଦିୱାନା ପାଲଟିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button