ମେଣ୍ଢା ମାଂସ ଚପ୍ ସହ ମଟନ ତରକାରୀ…ଭାରତରେ ଏଭଳି ଅନେକ ସ୍ବାଦିଷ୍ଟ ଖାଦ୍ୟ ଖାଇବେ ପାକ୍ କ୍ରିକେଟର – bajravana
[ad_1]
ହାଇଦ୍ରାବାଦ: ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ କ୍ରିକେଟ୍ ବିଶ୍ବକପ୍ ଆରମ୍ଭ ହେବ। ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ହେବାକୁ ଥିବା ମ୍ୟାଚ୍କୁ ସାରା ବିଶ୍ବ ଚାହିଁ ବସିଛି। କେବଳ ପଡ଼ିଆ ଭିତରେ ନୁହେଁ, ପଡ଼ିଆ ବାହାରେ ମଧ୍ୟ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ମଧୁର ଲଢ଼େଇ ଦେଖିବାକୁ ମିଳେ। ତେବେ ବିଶ୍ବକପ୍ ପୂର୍ବରୁ ଆଜି ପାକିସ୍ତାନୀ କ୍ରିକେଟ ଟିମ୍ ଆସି ହାଇଦ୍ରାବାଦରେ ପହଞ୍ଚିଛନ୍ତି। ହାଇଦ୍ରାବାଦରେ ପହଞ୍ଚିବା ପରେ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିସାରିଥିବା ବେଳେ ସେମାନଙ୍କ ଡାଏଟରେ କେଉଁ ସବୁ ଖାଦ୍ୟ ସାମିଲ ହୋଇଛି, ତାହା ସାମ୍ନାକୁ ଆସିଛି।
Pakistan Cricket Team have safely reached the team hotel in Hyderabad and straightaway had the famous Hyderabadi Biryani in India. #worldcup2023 #BabarAzam𓃵 #pakistancricket pic.twitter.com/fZAU5uSB06
— King👑 Babar Azam Fans club (@BasitBasit24360) September 27, 2023
ମିଳିଥିବା ସୂଚନା ମୁତାବକ, ପାକ୍ ଖେଳାଳିମାନଙ୍କୁ ଫିଟ୍ ରଖିବା ପାଇଁ ସ୍ବତନ୍ତ୍ର ଡାଏଟ୍ ପ୍ଲାନ କରାଯାଇଛି। ଡାଏଟରେ ଗ୍ରିଲ ହୋଇଥିବା ମେଣ୍ଢା ମାଂସ ଚପ୍, ମଟନ ତରକାରୀ, ବଟର ଚିକେନ ଓ ଗ୍ରୀଲଡ ଫିସ ରହିଛି। ଶରୀରକୁ କାର୍ବୋହାଇଡ୍ରେଟ ଦେବା ପାଇଁ ବାସୁମତି ଚାଉଳର ଭାତ, ବୋଲଗ୍ନିସ୍ ସସ୍ ସହ ସ୍ପାଗେଟି ଓ ପଲଉର ବ୍ୟବସ୍ଥା କରାଯାଇଛି। ପ୍ରାୟ ଦୁଇ ସପ୍ତାହ ଧରି ପାକିସ୍ତାନୀ ଟିମ୍ ଏଠାରେ ରହିବାକୁ ଥିବା ବେଳେ ଚିଟ୍ ଡେ’ ପାଇଁ ପ୍ରସିଦ୍ଧ ହାଇଦ୍ରାବାଦୀ ବିରିୟାନିର ବ୍ୟବସ୍ଥା କରାଯାଇଛି।
[ad_2]