କୁଡୁମୀ ଏକତା ମଂଚ ପକ୍ଷରୁ କଳା ଦିବସ ପାଳନ ଓ ବିଶାଳ ରାଲି – bajravana
[ad_1]
ରାଇରଙ୍ଗପୁର: ସେପ୍ଟେମ୍ବର ତାରିଖ, ୧୯୫୦ ମସିହାରେ କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ବର୍ଗ ତାଲିକାରୁ ବାଦ ଦିଆଯାଇଥିବାରୁ ଓଡିଶା କୁଡୁମୀ ସେନା ରାଜ୍ୟ ଅଧକ୍ଷ ଦିବ୍ୟସିଂ ମହାନ୍ତଙ୍କ ଆବାହକରେ କୁଡୁମୀ ଏକତା ମଂଚ ପକ୍ଷରୁ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଠାରେ କଳା ବ୍ୟାଚ୍ ପରିଧାନ କରିବା ସହିତ ଏକ ବିଶାଳ ରାଲି କରି କଳା ଦିବସ ପାଳନ କରାଯାଇଛି।
କୁଡୁମୀମାନଙ୍କ ପକ୍ଷରୁ କୁଡୁମୀ ସମ୍ପ୍ରଦାୟ ଦେଶର ବିଭିନ୍ନ ସ୍ଥାନରେ କଳା ଦିବସ ପାଳନ କରିଛନ୍ତି । ଉକ୍ତ ସଭାରେ କୁଡୁମୀ ଏକତା ମଂଚର ଦିବ୍ୟସିଂ ମହାନ୍ତ,ନିର୍ମଳ ମହାନ୍ତ, ଦୂର୍ଗାଚରଣ ମହାନ୍ତ,ଜଗବନ୍ଧୁ ମହାନ୍ତ,ଲାଲ ମହୋନ ମହାନ୍ତ,ଫନ୍ଟୁସ ମହାନ୍ତ, ବିରେନ୍ଦ୍ର ନାଥ ମହାନ୍ତ ଭବାନୀ ଶଙ୍କର ମହାନ୍ତ, ବାବୁରାମ୍ ମହାନ୍ତ, ପରେଶ ମହାନ୍ତ, ଖଗଶେ ଚନ୍ଦ୍ର ମହାନ୍ତ, ତରଣୀ ସେନ୍ ମହାନ୍ତ, ଦିନେଶ ମହାନ୍ତ, ବିପିନ ବିହାରୀ ମହାନ୍ତ,ଅଶୋକ ମହାନ୍ତ, ଶରତ ମହାନ୍ତ, ଦୁଃଶାସନ ମହାନ୍ତ ପ୍ରମୁଖ ସାମିଲ ହୋଇ କୁଡୁମୀ ଜାତିକୁ ପୁନଃଆଦିବାସୀ ବର୍ଗରେ ସାମିଲ କରିବା ସମ୍ବନ୍ଧରେ ନିଜ ନିଜର ବ୍ୟକ୍ତବ ରଖିଥିଲେ । ତେବେ କୁଡୁମୀ ଜାତିଙ୍କ ସର୍ଭେ ପାଇଁ ମୟୂରଭଞ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ତେବେ ମୟୂରଭଞ ଭଳି ଓଡିଶାର ଅନ୍ୟ ୮ ଟି ଜିଲ୍ଲାରେ ବସବାସ କରୁଥିବା କୁଡୁମୀ ଜାତି ବହୁଳ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ ରାଜ୍ୟ ସରକାର ନିଦେ୍ର୍ଦଶ ଦିଅନ୍ତୁ ବୋଲି ଦାବି କରିବା ସହିତ କୁଡୁମୀ ଜାତିକୁ ଏସଟି ବର୍ଗରେ ସାମିଲ ନକଲେ ଆସନ୍ତା ନିର୍ବାଚନରେ ଓଡିଶାରେ ବସବାସ କରୁଥିବା ୨୫ ଲକ୍ଷ କୁଡୁମୀ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହା ବ୍ୟତିତ ଗତ ୨ ସେପ୍ଟେମ୍ବରରେ ମୟୂରଭଞ ଜିଲ୍ଲାର ପୂର୍ବତନ ସାଂସଦ ସାଲଖାନ୍ ମୁର୍ମୁ କୁଡୁମୀ ଜାତି ପ୍ରତି କଟୁ ମନ୍ତ୍ୟବ ଦେଇଥିବାରୁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ରାଲିରେ କୁଡୁମୀ ଏକତା ମଂଚର ଉପେନ୍ଦ୍ର ମହାନ୍ତ,ସବିତା ମହାନ୍ତ, ବିନତୀ ମହାନ୍ତ, ପ୍ରତିଭା ମହାନ୍ତ, ପୂର୍ଣିମା ମହାନ୍ତ, କିରଣ ମହାନ୍ତ, ଆରତୀ ମହାନ୍ତ, ଗୀତାରାଣୀ ମହାନ୍ତ, ଏକାନ୍ତି ମହାନ୍ତ, ନିରଞନ ମହାନ୍ତଙ୍କ ସମେତ ହଜାର ହଜାର କୁଡୁମୀ ମାନେ ସାମିଲ ଥିଲେ ।ଶେଷରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖ୍ୟରେ ବିକ୍ଷଭ କରିବା ସହିତ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତ ଆଉ ଚଳିବ ନାହିଁ ବୋଲି ନାରା ଦେବା ସହିତ ଉପଜିଲ୍ଲାପାଳଙ୍କ ଅନୁପସ୍ଥିରେ ରାଇରଙ୍ଗପୁର ତହସିଲଦାର ଚିତତରଞନ ମହାନ୍ତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
[ad_2]