୭୬ରେ ପାଦଦେଲେ ବିଗ୍‌ ବି

ସିନେମା
Image result for amitabh bachchan wallpaper birthday
ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ୭୬ ବର୍ଷରେ ପାଦ ଦେଇଛନ୍ତି। ବଡ ପରଦା କୁହନ୍ତୁ ଅବା ଛୋଟ ପରଦା ସବୁଠି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅମିତାଭ ଏବେ ବଲିଉଡ୍‌ ଦୁନିଆର ଜଣେ ଅପ୍ରତିଦ୍ୱନ୍ଦି କଳାକାର। ପ୍ରଥମେ ରିଜେକଶନ୍‌କୁ ସାମ୍ନା କରିଥିଲେ ଅମିତାଭ । ହେଲେ ନିଜର ଦୃଢ ଇଚ୍ଛାଶକ୍ତି ତାଙ୍କୁ ଆଣି ଦେଇଥିଲା ସଫଳତା। ପ୍ରଥମେ ଏକ ବଙ୍ଗଳା ଚଳଚ୍ଚିତ୍ରରେ ପ୍ରଚ୍ଛଦ ସ୍ବର ଦେଇ ସେ ଆରମ୍ଭ କରିଥିଲେ ତାଙ୍କ କ୍ୟାରିୟର। ଏହାପରେ ସେ ବଲିଉଡ୍‌ରେ ପାଦଦେଇ ଦର୍ଶକଙ୍କୁ ଭେଟିଦେଲେ ଗୋଟିଏ ପରେ ଗୋଟିଏ ହିଟ୍‌ ମୁଭି। ତାଙ୍କ ଅଭିନୀତ ଫିଲ୍ମ ‘ଆନନ୍ଦ’ରେ ସେ ପ୍ରଥମେ ବେଷ୍ଟ ସପୋର୍ଟିଂ ଆକ୍ଟର ଆଓ୍ବାର୍ଡ ହାତେଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏବେ ବି ୭୬ ବର୍ଷରେ ସେ ବେଶ୍‌ ଚଳଚଞ୍ଚଳ। ୭୦ ଦଶକରେ ତାଙ୍କ ଅଭିନୀତ ଫିଲ୍ମ ଜଞ୍ଜିର, ଦିଓ୍ବାରେ, ଶୋଲେ ଆଜିବି ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ମନରେ। ଅମିତାଭ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଏକ ରକ୍ଷଶଶୀଳ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପିତା ହରିବଂଶ ରାୟ ବଚ୍ଚନ ପୁଅର ନଁା ରଖିଥିଲେ ଇନ୍‌କ୍ଲାବ। ସେ ଏବେ ଛୋଟ ପରଦାର ରିୟଲିଟି ଶୋ’ ‘କୌନ ବନେଗା କରୋଡତି’ ପାଇଁ ଘରେ ଘରେ ବେଶ୍‌ ପରିଚିତ।

Loading...
Share It
  • 70
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.