୫୦ କୋଟି ମୋବାଇଲ ନମ୍ବର ସେବା ବହିର୍ଭୁକ୍ତ ହେବ
ନୂଆଦିଲ୍ଲୀ,୧୮।୧୦: ଭାରତ ବର୍ଷ ରେ ୫୦ କୋଟି ମୋବାଇଲ ନମ୍ବର ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆଧାର କାର୍ଡ ସଂଯୋଗ କୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି , ଇତିମଧ୍ୟରେ ୫୦ କୋଟ ମୋବ ନମ୍ବର ଆଧାର ସହ ସଂଯୋଗ ହୋଇଛି ତାହା ର ଡାଟା ପରିବର୍ତନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନନେଲେ ସେହି ମୋବାଇଲ ନମ୍ବର ଗୁଡିକ ଅଚଳ ହୋଇଯିବ , କିଛି ଦିନ ତଳେ ସୁପ୍ରିମ୍କୋର୍ଟ ସୂଚିତ କରିଥିଲେ ଯେ, ମୋବାଇଲ୍ କମ୍ପାନୀ ଗ୍ରାହକଙ୍କଠାରୁ ଆଧାର କାର୍ଡକୁ ଏକ ପରିଚୟ ତଥ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ। ତେଣୁ ମୋବାଇଲ୍ କମ୍ପାନୀଗୁଡ଼ିକ ଗ୍ରାହକଙ୍କର ଆଧାର ତଥ୍ୟକୁ ଡାଟା ବେସ୍ରୁ ହଟାଇ ଏହା ବଦଳରେ ଅନ୍ୟ କୌଣସି ପରିଚୟ ପ୍ରମାଣ ପତ୍ର ଗ୍ରହଣ କରିବେ। ଏହାଦ୍ୱାରା ୫୦ କୋଟି ଗ୍ରାହକଙ୍କୁ ଅନ୍ୟ ପରିଚୟ ପ୍ରମାଣପତ୍ର ସମ୍ପୃକ୍ତ ମୋବାଇଲ୍ କମ୍ପାନୀ ନିକଟରେ ଦାଖଲ କରିବାକୁ ପଡ଼ିବ। ଏପରି ନ କଲେ ସେମାନଙ୍କ ସଂଯୋଗ କାଟି ଦିଆଯିବ।
Share It