ଏସବିଆଇ କମାଇଲା ଏଟିଏମରୁ ଟଙ୍କା ଉଠାଣ ସୀମା, ଦୈନିକ ୪୦,୦୦୦ ବଦଳରେ ହେଲା ୨୦,୦୦୦

ଦେଶ ବିଦେଶ ନ୍ୟୁଜ୍

Related imageମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ନ ହେଉଣୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଝଟକା ଦେଇଛି। ଏଟିଏମରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ପ୍ରତିବନ୍ଧକ ଅକ୍ଟୋବର ୩୧ରୁ ଲାଗୁହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ୩୧ ଅକ୍ଟୋବରରୁ ବ୍ୟାଙ୍କ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ବର୍ତ୍ତମାନ ଏଟିଏମରୁ ଦୈନିକ ଟଙ୍କା ଉଠାଣ ସୀମା ୪୦ ହଜାର ଟଙ୍କା ରହିଛି ।

Related imageଏସବିଆଇ ପକ୍ଷରୁ ଶାଖାଗୁଡ଼ିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଟଙ୍କା ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।

Loading...
Loading...
Share It
  • 6
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.