watch
ମେଷ:

ବୃଷ:
ଅଫିସରେ କିମ୍ବା ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ। ଅପରାହ୍ନରେ ଅନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିନପାରେ। ଆଗାମୀ ରାଜନୈତିକ, ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି।

ମିଥୁନ:
ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରୁ ଭାବପ୍ରବଣତାକୁ ନିଜର ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟ ଉପରେ ସୁଝାଇଲେ ତିକ୍ତତା ସୃଷ୍ଟି ହୋପାରେ। ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ। ବିଶେଷ ଭାବରେ ପ୍ରଶାସନ, ସଂଗଠନ, ସଭାସମିତି କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।

କର୍କଟ:
ରାହୁ ଜନିତ ପ୍ରତ୍ୟେକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ନଚଳିଲେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଜଣେ ପ୍ରତିଷ୍ଟାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।

ସିଂହ:
ଶନି ଓ ରାହୁଙ୍କ କୁପ୍ରଭାବରେ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି। କ୍ରୀଡା, କଳା, ସାହିତ୍ୟ ଓ ସଂଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କଚେରୀ ମାମଲାର ଶୁଣାଣି ରୁ ମନ ଖୁସୀ ରହିବ।

କନ୍ୟା:
ବୁଧାଦିତ୍ୟ ଯୋଗରୁ ଆଜି ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ଭଲରେ କଟିବ। ଦୀର୍ଘ ଦିନରୁ ଜମା ପଡୁନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ। ଆଜିର ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ।

ତୁଳା:
ବୃହସ୍ପତି ରାଶିସ୍ଥ ହେତୁ କୌଣସି ବନ୍ଧୁଙ୍କୁ ଅନୁରୋଧ କରି କାମ ହାସଲ କରିବାର ଚେଷ୍ଟା କରିବେ। ଅବଶ୍ୟ ଶତ୍ର୍ଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡିପାରେ। ଅଫିସ୍ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ। ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିଯିବ।

ବିଛା:
ଶୁଭ ଚନ୍ଦ୍ର ପ୍ରଭାବରୁ ଅଟକି ରହିଥିବା କାମଗୁଡିକ ଆଜି ଆକସ୍ମିକ ଭାବରେ ତାହା ହୋଇଯିବ। ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରିବେ ଓ ସଫଳ ମଧ୍ୟ ହେବେ। ନିଜ ପରିବାର କିମ୍ବା ସହକର୍ମୀ ମାନଙ୍କ ତରଫରୁ ସମସ୍ୟା ଆସିପାରେ। ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି।

ଧନୁ:
ଶନିଙ୍କ ପ୍ରଭାବ ଜନିତ କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ,ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ। ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସୀରେ କଟିଯିବ।

ମକର:
ଆଜି କୌଣସି ବ୍ୟକ୍ତି ଠାରୁ ହଠାତ୍ କାୈଣସି ଖବର ପାଇ ଖୁସୀ ହୋଇଯିବେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣଙ୍କ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ।ବନ୍ଧୁମାନଙ୍କ ସାହାହଯ୍ୟରୁ ଆର୍ଥିକ ଦୁଃସ୍ଥିତି ଦୂର ହୋଇଯିବ। ଶିଳ୍ପ, ବ୍ୟବସାୟ, ପରିବହନ,ନିର୍ମାଣ,ସଭାସମିତିରୁ ସୁଫଳ ପାଇବେ।

କୁମ୍ଭ:
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ଅଫିସରେ ସାଧାରଣ କଥାରେ ହଠାତ୍ କଳହ ସୃଷ୍ଟି ହୋଇପାରେ। ଧନହାନୀ, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।

ମୀନ:
ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ବୃହସ୍ପତି ଆପଣଙ୍କୁ ଅର୍ଥ ଓ ସମ୍ମାନ ଦେବାର ପରିବେଶ ସୃଷ୍ଟି କରିପାରେ। କିନ୍ତୁ ପରିବାରରେ ଆନ୍ତରିକତାର ଅଭାବ ଜନିତ କେତେକ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ବହୁତ ଦିନରୁ ଲାଗି ରହିଥିବା ରୋଗ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଅଟକି ରହିଥିବା କାମଟି ଅପରାହ୍ନେ ସମ୍ପନ୍ନ କରିବେ।
- 4Shares