ଉହାନ୍: ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଉହାନ୍ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆପ୍ୟାୟିତ କରିବେ। ଏଠାରେ ହିଁ ୨୪ ଘଣ୍ଟା ମଧ୍ୟରେ ୬ଟି ବୈଠକ କରାଇବାକୁ ସମୟ ଧାର୍ଯ୍ୟ କରାଯାଇଛି। ସେଥିରେ ପୁଣି ଗୋଟିଏ ବୈଠକ ଇଷ୍ଟ୍ ଲେକ୍ ମଧ୍ୟରେ ଏକ ଡଙ୍ଗାରେ ଅନୁଷ୍ଠିତ ହେବ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଓ ବିଶ୍ୱସ୍ତରୀୟ ବିଭିନ୍ନ ବିଷୟରେ ଆଲୋଚନା ଅନ୍ତର୍ଭୁକ୍ତ।
ଏ ପର୍ଯନ୍ତ ଯାହା ଜଣାପଡ଼ିଛି, ୬ଟି ବୈଠକ ମଧ୍ୟରୁ ୪ଟି ବୈଠକ କେବଳ ମୋଦି ଓ ଜି’ଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟଙ୍କୁ ସହାୟତା କରିବେ ଜଣେ ଭାଷାନ୍ତରକାରୀ। ବାକି ଦୁଇଟି ବୈଠକରେ ଉଭୟ ଦେଶର ୬ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେବେ।
ଏ ଦୁଇଟି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ପ୍ରଥମଟି ହୁବେଇ ପ୍ରଦେଶ ଯାଦୁଘରେ ଅନୁଷ୍ଠତ ହେବ। ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ ଇଷ୍ଟ୍ ଲେକ୍ କୂଳରେ ଅବସ୍ଥିତ ଗେଷ୍ଟ୍ ହାଉସ୍ରେ ଅନୁଷ୍ଠିତ ହେବ। ଏହା ପରେ ଡିନର୍ ଏବଂ ପରେ ପରେ ଆଉ ଗୋଟିଏ ବୈଠକ।
ଏହି ଅଣଆନୁଷ୍ଠାନିକ ବୈଠକର ଫଳାଫଳ ସଂକ୍ରାନ୍ତରେ ମିଳିତ ମନ୍ତବ୍ୟ ଆଶା କରାଯାଉ ନ ଥିଲେ ମଧ୍ୟ ଉଭୟ ଦେଶ ତରଫରୁ ପୃଥକ୍ ମନ୍ତବ୍ୟ ଦିଆଯିବ।
ଗସ୍ତ କାଳରେ ମୋଦିଙ୍କ ପାଇଁ ସ୍ୱତନ୍ତ୍ର ଗୁଜରାଟୀ ନିରାମିଷ ଭୋଜନ ବ୍ୟବସ୍ଥା କରାଯାଇଛି।
- 18Shares