୨୧.୧୦.୨୦୧୮ ରବିବାର ଆଜିର ରାଶିଫଳ

ରାଶିଫଳ

ଆଜି ସୂର୍ଯ୍ୟ ନାରାୟଣଙ୍କର ପ୍ରିୟ ବାର , ଆପଣଙ୍କର ରାଶିର ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରନ୍ତୁ ଓ ଜବା କୁସୁମ ସମର୍ପଣ କରନ୍ତୁ

ମେଷ:-

ଆଜି ଚନ୍ଦ୍ରଙ୍କ ଦୃଷ୍ଟି ସମ୍ବନ୍ଧରୁ ବନ୍ଧୁ ମିଳନ ସହ  ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। ପାରିବାରିକ ସୈାଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ  ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆତ୍ମୀୟମାନେ ଈର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି ସହ ନୂତନ  ସ୍ଥାନ ପରିଦର୍ଶନର ମଉକା ଜୁଟିପାରେ।

ବୃଷ:-

ବୁଧଙ୍କ ଦ୍ୱାଦଶ ସ୍ଥାନ ସମ୍ପର୍କ ଜନିତ ବନ୍ଧୁଙ୍କ ସହ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ନେଇ ବିଚଳିତବୋଧ କରିପାରନ୍ତି। କର୍ମ କ୍ଷେତ୍ରରେ  ପର କଥାକୁ ସତମନେକରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ମହିଳା ମାନେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଅଣନିଶ୍ୱାସୀ ହୋଇପାରନ୍ତି।

ମିଥୁନ:-

ନିକଟ ସମ୍ପର୍କୀୟଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ବନ୍ଧୁ ଗହଣରେ ପରିଭ୍ରମଣ,ନୂତନ ସ୍ଥାନ ପରିଦର୍ଶନ ଓ  ସତ୍‌ସଙ୍ଗ ସୁଯୋଗ ପାଇବେ । ସଭାସମିତି,ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହିନପାରେ । କର୍ମକ୍ଷେତ୍ରରେ ଦକ୍ଷତା ଓ ଦୃଢତା କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ ।

କର୍କଟ:-

ସହକର୍ମୀଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ  କରାଇବ । ଶନିଙ୍କ ପ୍ରଭାବରେ ଭଲ ସମ୍ପର୍କ ରହିଥିବା ବନ୍ଧୁମାନେ ଦୂରେଇ ରହିପାର‘ି । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତି ମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଅତି ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ । ପାର୍ବଣରେ ପୂଜା ମଉଜର ଫାଇଦା ଉଠାଇବେ ।

ସିଂହ:-

ସାମାଜିକ ସ୍ତରରେ ସାମୂହିକକ ଆଲୋଚନା ପରିବେଶକୁ ସରସ ସୁନ୍ଦର କରିବାରେ ସମର୍ଥହେବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବରେ ପାଇବେ। ସଭାସମିତି,କଳା ସାହିତ୍ୟ,ରାଜନୀତିରେ  କାମ କରି ଉଚ୍ଚ ପ୍ରଶଂସିତ ହେବେ। ନିଜର ପ୍ରିୟ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି।

Loading...

କନ୍ୟା:-

ରାଶ୍ୟାଧିପଙ୍କ ସହ ଶୁକ୍ରଙ୍କ ସମ୍ବନ୍ଧରୁ ନୂତନ ବସ୍ତ୍ରଭୂଷଣ ପ୍ରାପ୍ତି ସହ ସୁପରିଚିତ ବ୍ୟକ୍ତିଙ୍କ ସହ ଆଲୋଚନାରୁ ଖୁସୀ ରହିବେ । ଉଚ୍ଚ ବର୍ଗର ପ୍ରତିଷ୍ଟିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ସାମୁହିକ କାମରେ ନିଜର ପତିଆରା ଜାହିର୍‌ କରିପାର‘ି । ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ ସ୍ତ୍ରୀ ପ୍ରତିଦ୍ୱନ୍ଦୀ, ବାଣିଜ୍ୟ  ଓ ଯାତ୍ରା  ସଂପର୍କରେ ଚିନ୍ତା ବଢିବ।

ତୁଳା:-

ଅତୀତକୁ ସ୍ମରଣ କରି ମନରେ ବହୁବିଧ ଭାବନା ଉଦ୍ରେକ ହୋଇପାରେ । ସହାନୁଭୂତି ବଦଳରେ  ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାର‘ି । ବହୁ ପୂର୍ବର ସୁପରିକଳ୍ପିତ  ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ପ୍ରତ୍ୟୁଷ  ଯାତ୍ରା ଶୁଭପ୍ରଦ ହେବ,ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି ।

ବିଛା:-

 ପ୍ରିୟଜନଙ୍କ ସହ  ଏକ  ସାଧାରଣ କିମ୍ବା ମାମୁଲି ଘଟଣାରେ ମତାନ୍ତର ଘଟିପାରେ । ଅବଶ୍ୟ କର୍ମକ୍ଷେତ୍ରରେ ବିବାଦୀୟ  ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରଶଂସିତ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ  ପଦକ୍ଷେପ ଗ୍ରହଣ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି।

ଧନୁ:- 

ପ୍ରତ୍ୟେକ କ୍ଷେତ୍ରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି। ସନ୍ତାନମାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା ଫଳପ୍ରଦ ହୋଇପାରେ । କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ । ଘର ଲୋକଙ୍କ ଦ୍ୱାରା କିଛିଟା ଅସୁବିଧାର ସମ୍ମୁଖୀନ ହେବାର ସଂଭାବନା ରହିଛି ।

ମକର:-

ଚନ୍ଦ୍ର ସହ ମଙ୍ଗଳଙ୍କ ସଂଯୋଗ ଲକ୍ଷ୍ମୀଯୋଗ ସୃଷ୍ଟିକରୁଥିବାରୁ ଆର୍ଥିକ ଉନ୍ନତି ସହ ନୂତନ ମିତ୍ରତା ସୃଷ୍ଟିହେବ। ଉତରାଷାଢା ନକ୍ଷତର୍ର ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ। ପ୍ରତିଯୋଗୀତା କିମ୍ବା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ ।  ଶିଳ୍ପ, ବାଣିଜ୍ୟରେ ସମସ୍ୟା କ୍ରମଶଃ  ଦୂରେଇ ଯିବ ।

କୁମ୍ଭ:-

କର୍ମକ୍ଷେତ୍ରରେ ଆଗାମୀ ସମୟର କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ  । ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। କାରବାର,ପୂଜାବଜାର ଏବଂ ବନ୍ଧୁମିଳନ ସମ୍ବନ୍ଧୀୟ ଆନନ୍ଦ ଉପଭୋଗ କରିବେ। କେତେକ କ୍ଷେତ୍ରରେ ପ୍ରଥମେ  କାମଟି କରିସାରିବା ପରେ  ଚି‘ା କରି ମନସ୍ତାପ କରିବାକୁ ପଡିବ।

ମୀନ:-

କର୍ମକ୍ଷେତ୍ରରେ  ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ଉପରେ ଖପ୍ପା ହୋଇପାରନ୍ତି। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିକୋଣରୁ ଆଜି ଆପଣ କୈାଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟ ମନେ ହେବ । ଆର୍ଥିକ ସ୍ବଚ୍ଛଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ ।

Loading...
Share It
  • 173
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.