ପବିତ୍ର ଦଶହରା ମା ଦୁର୍ଗା ସ୍ୱରୂପିଣୀ ସନ୍ତୋଷିନୀ ଙ୍କ ପ୍ରିୟ ଶୁକ୍ରବାର , ମାଙ୍କୁ ୭ ଗୋଟି ବିଲ୍ୱଦଳ ସମର୍ପଣ ପୂର୍ବକ ଘୃତ ଦୀପ ପ୍ରଦାନ କରନ୍ତୁ ଆପଣଙ୍କ ରାଶି ଚକ୍ରର ସବୁ ବିପଦ ନିଶ୍ଚିତ ଖଣ୍ଡନ ହେବ
ମେଷ:-
ଆଜିର ଦୁର୍ଲଭ ଗ୍ରହଯୋଗ ଏକାଧାରରେ ଅର୍ଥ, ସମ୍ମାନ, ଉପଢ଼ୌକନ, ବନ୍ଧୁମିଳନାଦି ମାଧ୍ୟମରେ ମନକୁ ଖୁସିରେ ରଖିବ। ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ କରିପାରୁ ନ ଥିଲେ ଆଜି ପାଇଁ ସମୟଟି ଅନୁକୂଳ। ପାରିବାରିକ ସୁଖ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ବୃଷ:-
ଅଷ୍ଟମସ୍ଥ ଶନି ଭାଗ୍ୟସ୍ଥ କେତୁଙ୍କ ନକ୍ଷତ୍ରସ୍ଥ ହେତୁ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ କ୍ରମଶଃ ବଦଳିବାରେ ଲାଗିବ। ବନ୍ଧୁ ମାନେ ସାମୟିକ ସହଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। କର୍ମ କ୍ଷେତ୍ରରେ ପର କଥାକୁ ସତ ମନେ କରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ:-
ରବି ସହ ବୁଧଙ୍କ ସଂଯୋଗ କାରଣରୁ ନିକଟ ସମ୍ପର୍କୀୟଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ନୂତନ ସ୍ଥାନ ପରିଦର୍ଶନ ଓ ସତ୍ସଙ୍ଗ ସୁଯୋଗ ପାଇବେ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ଦକ୍ଷତା ଓ ଦୃଢତା କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।
କର୍କଟ:-
ଆଜି ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସପ୍ତମସ୍ଥ ଏକାଧିକ ଗ୍ରହ ଯୋଗୁ ବିବାଦୀୟ କ୍ଷେତ୍ରରୁ ଦୂରେଇ ରହିବା ଭଲ। ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଅର୍ଥଲାଭ କରାଇଲେ ସୁଦ୍ଧା ଶନିଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ରକୁ ଅସ୍ଥିରତା ପ୍ରଦାନ କରିପାରନ୍ତି। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ସିଂହ:-
ଷଷ୍ଠସ୍ଥ ଚନ୍ଦ୍ର ଓ ମଙ୍ଗଳଙ୍କ ପରିବାର, କର୍ମକ୍ଷେତ୍ର, ଶିକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ସମର୍ଥହେବ। ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୈାଶଳ କିଛି ମାତ୍ରାରେ ସାହାଯ୍ୟ କରିପାରେ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବରେ ପାଇବେ।
କନ୍ୟା:-
ରାଶ୍ୟାଧିପ ଧନସ୍ଥାନରେ ଆପଣଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ ଏବଂ ଆର୍ଥିକ ସ୍ଥିତି ମଧ୍ୟ କମ୍ ହେବନି। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ଗଠନମୂଳକ କିମ୍ବା ସାମୂହିକ କାମରେ ନିଜର ପତିଆରା ଜାହିର୍ କରିପାରିବେ। ଶନିଙ୍କ ସୂତ୍ରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ ସ୍ତ୍ରୀ, ପ୍ରତିଦ୍ୱନ୍ଦ୍ୱୀ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ ।
ତୁଳା:-
ଆଜି ଦୁଇ କେନ୍ଦ୍ରରେ ୬ଟି ଗ୍ରହ ଆପଣଙ୍କ ଚିନ୍ତା ଓ କାର୍ଯ୍ୟଧାରାକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ବହୁ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ,ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି ।
ବିଛା:-
ଚନ୍ଦ୍ରଙ୍କ ଏକାଦଶ ସ୍ଥାନରେ ଧନ ଓ ସନ୍ତାନଭାବାଧିପ ସାମଗ୍ରିକ ଦୃଷ୍ଟିକୋଣରୁ ହିତକାରୀ ହେବେ। ଫଳତଃ ଆଜି ଆପଣ ଯାହା କରନ୍ତୁନା କାହିଁକି ଆପଣଙ୍କର କୈାଣସି ଅସୁବିଧା ହେବନାହିଁ। ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରଶଂସିତ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ:-
ଆଜି ଅଷ୍ଟମସ୍ଥ ରାହୁ ଚନ୍ଦ୍ରକେନ୍ଦ୍ରରେ ସମସ୍ୟା ସୃଷ୍ଟି ପାଇଁ ପରିବେଶ ସୃଷ୍ଟି କଲେ ମଧ୍ୟ କୈାଣସି ଅସୁବିଧା ହେବନାହିଁ । ଆପଣଙ୍କ ପାଇଁ ଯିଏ ଖାଲ ଖୋଳିବ ସେଥିରେ ସେହି ବ୍ୟକ୍ତି ପଡିବାର ଖବର ପାଇବେ। ତଥାପି ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ।
ମକର:-
ଶନିଶ୍ଚର ବୈରାଗ୍ୟକାରକ ଦ୍ୱାଦଶରେ ଅବସ୍ଥାନ କରିବାହେତୁ ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟରେ ସମସ୍ୟା କ୍ରମଶଃ ଦୂରେଇ ଯିବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ:-
ପାପଗ୍ରହ ଯୁକ୍ତ ଚନ୍ଦ୍ର ହେତୁ ଆଜି ଆପଣ କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ କିନ୍ତୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଖୁସି ହୋଇପାରିବେ ନାହିଁ । ଆଗାମୀ ସମୟର ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ ଏବଂ ଏଥି ସକାଶେ ଅତ୍ୟଧିକ ଭ୍ରମଣଜନିତ ସ୍ବାସ୍ଥ୍ୟହାନି ଦେଖାଦେବ। ସାମ୍ବାଦିକତା,କଳା,କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଲାଗି ରହିବ।
ମୀନ:-
ଆଜିର ଗ୍ରହସ୍ଥିତିଜନିତ ଆପଣ କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ମନେ ହେବ। ଅବଶ୍ୟ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢିଯିବ। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ ଏବଂ ଶୁକ୍ରଙ୍କ ପ୍ରଭାବରୁ ଅର୍ଥାଳଙ୍କାର, ନୂତନ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି ।