ଆଜି ପବିତ୍ର ଗୁରୁବାର ତଥା ଲକ୍ଷ୍ମୀ ସ୍ୱରୂପିଣୀ ଦୁର୍ଗା ଦେବୀଙ୍କର ମହା ନବମୀ (ପୀଠ ଦେବୀଙ୍କର ଦଶମୀ ) ତିଥି, ଆଜିର ଦିନଟି ପ୍ରତ୍ୟେକ ରାଶି ଚକ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ଆଜି ଦିନରେ କେବଳ ମା ଦୁର୍ଗାଙ୍କୁ ଲକ୍ଷ୍ମୀ ସ୍ୱରୂପରେ
ଘୃତ ଦୀପ ପ୍ରଦାନ ପୂର୍ବକ ନିଜକୁ ସମର୍ପଣ କଲେ ସମସ୍ତ ଅଭୀଷ୍ଟ ଖଣ୍ଡନ ହେବ
ମେଷ-
ଆଜି କର୍ମସ୍ଥ କେତୁଯୁକ୍ତ ଚନ୍ଦ୍ର ଓ ମଙ୍ଗଳ ଯୋଗୁ ସାମୟିକ ଅସୁସ୍ଥତା ସହ ମାନସିକ ଅସ୍ଥିରତା ବିକ୍ଷିପ୍ତ ଚିନ୍ତାଧାରା ସୃଷ୍ଟି କରିବ। ପରିବାର, ଯାନବାହନ, ଜମିଜମା ସମ୍ବନ୍ଧୀୟ କଳହ ଲାଗିପାରେ। ଶିକ୍ଷା, ସନ୍ତାନ, ଆଲୋଚନା କ୍ଷେତ୍ର, ରାଜନୀତି ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ । ବ୍ୟବସାୟରେ ଉନ୍ନତି ହେବ, ତଥାପି ଏ ଦିଗରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ବୃଷ-
ବାଧକାଧିପତି ଅଷ୍ଟମସ୍ଥ ଯୋଗୁ କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ ଯାହାକି ସମସ୍ୟା ବହୁଳ ହୋଇପାରେ । ମନ ଅନୁଯାୟୀ କାମ ନ ହେବା ଯୋଗୁ ଅଶାନ୍ତି ଅନୁଭବ କରିବେ। ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ସନ୍ତାନଙ୍କ ଅନୁପସ୍ଥିତିଜନିତ ଅଭାବ ଅନୁଭବ କରି ଦୁଃଖ ପ୍ରକାଶ କରିବେ ।
ମିଥୁନ-
ଧନ ସ୍ଥାନକୁ ଧନାଧିପତିଙ୍କ ଦୃଷ୍ଟିଜନିତ ଆର୍ଥି କ ସମସ୍ୟାର ସମାଧାନ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ହୋଇପାରିବ । କୌଣସି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ ଉଠିପାରେ । ମଧ୍ୟାହ୍ନରେ ସହକର୍ମୀ କିମ୍ବା ବନ୍ଧୁ ମାନଙ୍କ ଠାରୁ ଖୁସି ଖବର ପାଇବେ । ଶତ୍ରୁମାନେ ବିବାଦୀୟ ଘଟଣାକୁ ବୃଦ୍ଧି କରିଦେଇପାରନ୍ତି । ବହୁତ ଦିନରୁ ଭାବୁଥିବା ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।
କର୍କଟ-
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିଲେ ମଧ୍ୟ କମ୍ଜୋର ଅନୁଭବ କରିପାରନ୍ତି। ତଥାପି ଦୃଢ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ପାରିପାର୍ଶ୍ୱକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ।
ସିଂହ-
ଭୁଲ୍ବୁଝାମଣା ଓ ବାକ୍ ବିତଣ୍ଡାଜନିତ ସାମୟିକ ପାରିବାରିକ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି । ଆକସ୍ମିକ ଭାବରେ ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ । ଜମିଜମା, ଯାନବାହନ, ପ୍ରେସ୍, ପବ୍ଲିକେଶନ, ଅନୁସନ୍ଧାନାଦି କାମରେ ସଫଳତା ଅର୍ଜନ କରିବେ । ମଘା ନକ୍ଷତ୍ର ମାନସିକ ଅବସାଦ ଯୋଗୁ କାମ କରି ପାରିବେ ନାହିଁ ।
କନ୍ୟା-
ସବୁ କିଛି ଠିକ୍ଠାକ୍ ଥିଲେ ମଧ୍ୟ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇ ହଡବଡେଇ ଯାଇପାରନ୍ତି। ପୁରାତନ ଗାଡି, ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବାର ସୂଚନା ରହିଛି । ଅଫିସ୍ ସମୟରେ କୌଣସି ସମ୍ପର୍କୀୟଙ୍କ ଦ୍ୱାରା ଆଶା କରୁଥିବା ସୂଚନା ପାଇ ଖୁସି ହେବେ।
ତୁଳା-
ଶୁଭଗ୍ରହଙ୍କ ପ୍ରଭାବରେ ପ୍ରତିଦାନ ପାଇବାର କୌଣସି ଆଶା ନ ରଖି କର୍ତ୍ତବ୍ୟ ଦୃଷ୍ଟିକୋଣରୁ କାମ କରିଚାଲିବେ । ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ବନ୍ଧୁ ଗହଣରେ ବିଳାସପ୍ରିୟ ହେବେ ।
ବିଛା-
ରାଶିରେ ବୃହସ୍ପତିଙ୍କ ନୂତନ ଚିନ୍ତା ଓ ନୂଆ ଯୋଜନା ସକାଶେ ଖସଡା ପ୍ରସ୍ତୁତ କରିପାରନ୍ତି। ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଯାହା କରୁଛନ୍ତି ସେଥିପ୍ରତି ସତର୍କତା ଅଭାବରେ ପରିସ୍ଥିତି ଅଣାୟତ୍ତ ହୋଇପାରେ । ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ଧନୁ-
ମୁହଁଜୋର୍ ରହିଥିବାରୁ ଅନ୍ୟମାନେ ସାମନାରେ କିଛି କହିବାକୁ ସାହସ କରିପାରିବେ ନାହିଁ । ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର କିମ୍ବା ପୋଷାଜନ୍ତୁର ଖୋଜ ଖବର ପାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି।
ମକର:-
ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ମାତ୍ର ସାମୟିକ ଉତ୍ତେଜନାପୂର୍ଣ୍ଣ ଦେଖାଦେବାର ସୂଚନା ରହିଛି। କର୍ମକ୍ଷେତ୍ର, ରାଜନୀତି, ମାଲିମକଦ୍ଦମା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
କୁମ୍ଭ-
ଚତୁର୍ଥାଧିପତି ତୁଳା ରାଶିରେ ଥିବାରୁ ସତର୍କରେ ନ ଚଳିଲେ କର୍ମକ୍ଷେତ୍ର୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ। ଯେ କୌଣସି ପରିସ୍ଥିତିରେ ରୁହନ୍ତୁନା କାହିଁକି, ଆପଣ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି। ଅର୍ଥ ସମ୍ପର୍କ, ଆଲୋଚନା, ବ୍ୟବସାୟ ଓ ପରିବହନ ପାଇଁ ମନ୍ଦ ନୁହେଁ। ଆଜିର ଯାତ୍ରା ମନ୍ଦ ହେବନି ।
ମୀନ:-
ଦେବଗୁରୁଙ୍କ ସ୍ଥାନ ପରିବର୍ତ୍ତନ କାରଣରୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଅର୍ଥନୈତିକ ଅବରୋଧ ହଟିଯିବ ଏବଂ ଆପଣଙ୍କ ଅଭିଳାଷ ଅନୁଯାୟୀ ପ୍ରାପ୍ୟ ଅବଶ୍ୟ ପାଇବେ। ଗଲା କଥାକୁ ମନରୁ ପୋଛିଦେଇ ଆଗାମୀ ଦିନର କାମ ସକାଶେ ଚିନ୍ତା କରିବା ଭଲ ହେବ । ପରିବହନ, ଶେୟାର ବଜାର କ୍ଷେତ୍ରରୁ ସୁଫଳ ମିଳିବ।