ବୁଧବାର ଆଜି ବିଷ୍ଣୁଙ୍କର ପ୍ରିୟ ବାର ତାହା ପରେ ଆଜି ପବିତ୍ର ଦୁର୍ଗାଷ୍ଟମୀ ଓ ପୀଠ ଦେବୀ ଙ୍କର ନବମୀ ଆଜି ଦୁର୍ଗା ମାଧବଙ୍କୁ ଘିଅ ଦୀପ ଦେଇ ପ୍ରଣାମ କରନ୍ତୁ ଆପଣଙ୍କର ସମସ୍ତ ମନୋରଥ ପୁର୍ଣ ହେବ , ଏଥିରେ ସନ୍ଦେହ ନାହିଁ
ମେଷ:-
ପାପଗ୍ରହ ଯୁକ୍ତ ଚନ୍ଦ୍ର ପ୍ରଭାବରେ ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବଢ଼ିପାରେ । ସବୁକଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢିବା ଠିକ୍ ହେବ । ପରିସ୍ଥିତିର ଗୁରୁତ୍ୱ କାରଣରୁ ବନ୍ଧୁଗୃହକୁ ଯାତ୍ରା କରିବାକୁ ବାଧ୍ୟ ହେବେ । ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସୂଚନା ପ୍ରାପ୍ତ ହେବ ।
ବୃଷ:-
ନିକଟ ସମ୍ପର୍କୀୟମାନଙ୍କ ସହ ବେଶ୍ ବନ୍ଧୁତା ଜମାଇ କାମ ହାସଲ ପାଇଁ ଚେଷ୍ଟିତ ହେବେ। ଆଗକୁ ଆସୁଥିବା ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ କରିବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବାର ଆଶା କରାଯାଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଣ୍ଡ ନ ପୂରାଇବା ଭଲ ।
ମିଥୁନ:-
ବନ୍ଧୁଙ୍କ ପରାମର୍ଶରେ ଦୂରଯାତ୍ରା କରିବା ସକାଶେ ମନସ୍ଥ କରିପାରନ୍ତି। କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ନିଜର କୃତି ଓ କୃତିତ୍ୱ ସକାଶେ ସାମାଜିକ ସ୍ତରରେ ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧାଭାଜନ ହେବେ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ:-
ମାନସିକ ଅସ୍ଥିରତା ବଶତଃ ଅନାଗତ ସମସ୍ୟା ବିଷୟ ଚିନ୍ତାକରି ମନଦୁଃଖ ହେବ। ନିର୍ମାଣ କାର୍ଯ୍ୟରେ, ମାଲିମକଦ୍ଦମାରେ, କ୍ରୟ ଓ ବାଣିଜ୍ୟ ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ପରିବହନରେ କିଛି ସମସ୍ୟା ଦେଖାଦେବ, କିନ୍ତୁ ସେଥିରୁ ମୁକୁଳି ଯିବେ।
ସିଂହ:-
ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ସଫଳତା ପାଇବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବାକୁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ଦୀର୍ଘ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ ା
କନ୍ୟା:-
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ ଗତିକରିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ନିଜର ଆମତ୍ୀୟମାନେ ହଠାତ୍ ଶତ୍ରୁତା କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି।
ତୁଳା:-
ବାରମ୍ବାର ଚେଷ୍ଟା କରି ମଧ୍ୟ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବିଭିନ୍ନ ପ୍ରକାରର ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ । କୌଣସି ଜିନିଷ କିଣିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ । ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ।
ବିଛା:-
ବୃଥା ସନ୍ଦେହ ଏବଂ ଭୁଲ୍ ବୁଝାମଣା ଯୋଗୁ ନିଜ ଲୋକମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା କାହିଁକି କେମିତି କେମିତି ଲାଗିବ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ:-
କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ଅନୁରୋଧରେ ଆକସ୍ମିକ ଭାବରେ ଯାତ୍ରା କରିବାକୁ ପଡିପାରେ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା,ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର:-
ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। ଅପରାହ୍ନେ ଟେନସନ କମିଯିବା ସାଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟରେ ଉନ୍ନତି କରିବେ। ଟିକିଏ କଥାରେ ରାଗିଯିବା ଫଳରେ କିଛି ସମସ୍ୟା ଆସିପାରେ ା
କୁମ୍ଭ:-
କର୍ମକ୍ଷେତ୍ରରେ ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ କୌଣସି ପ୍ରକାରର ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପଦାଧିକାରୀଙ୍କ ପରୋକ୍ଷ ସମର୍ଥନ ବିବାଦୀୟ ସ୍ଥିତିକୁ ନିୟନ୍ତ୍ରିତ କରିବାରେ ସମର୍ଥ ହେବ।
ମୀନ:-
ଆଜି ଦିନଟିରେ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। ଚେଷ୍ଟା କରୁଥିବା କାମରେ ସନ୍ଧ୍ୟାରେ ସଫଳତା ଲାଭ କରିବେ। ଆଗାମୀ ସମୟର କାର୍ଯ୍ୟକ୍ରମକୁ ନେଇ ସ୍ତ୍ରୀଙ୍କ ପରାମର୍ଶ ଏବଂ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ବିଶେଷ ଭ୍ରମଣ କିମ୍ବା କଠିନ ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସ୍ବସ୍ତି ଅନୁଭବ କରିବେ।