୧୩.୧୦.୨୦୧୮ ଶନିବାର କେଉଁ କେଉଁ ରାଶି ଶନି ଗ୍ରହଙ୍କ କବଳିତ ଆଉ ତାହାର ପ୍ରତିକାର କଣ ଜାଣନ୍ତୁ

ରାଶିଫଳ

୫ ଗୋଟି ରାଶି ଚକ୍ରରେ ଶନିଙ୍କର ଅଶୁଭ ଦୃଷ୍ଟି ରହିଛି ତେଣୁ ସେମାନେ ସଙ୍କଟ ମୋଚନ ହନୁମାନଙ୍କୁ ସିନ୍ଦୁର ଲେପନ ସହିତ ୭ ଥର ହନୁମାନ ଚାଳିଶା ପାଠ କରନ୍ତୁ

ମେଷ:-

ରାଶ୍ୟାଧିପତିଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ ।  ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବେ ।  ବ୍ୟବସାୟ ଓ ପରିବହନ  ବାଧାପ୍ରାପ୍ତ ହୋଇପାରେ ।  କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।

ବୃଷ:-

ସ୍ବସ୍ଥାନସ୍ଥ ଶୁକ୍ର ହେତୁ  ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ  ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ ା ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା  ଲେଖାପଢ଼ା, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯିବାର ସମ୍ଭାବନା ରହିଛି।

ମିଥୁନ:-

ସୁବିଧା ସୁଯୋଗ ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁମାନଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ  କିମ୍ବା  କିଛି କରିବା ସକାଶେ କର୍ମମୁଖର ହେବେ। କଳା, ସାହିତ୍ୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।

Loading...

କର୍କଟ:-

କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ  ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ।

ସିଂହ:-

ବାକି ପଡିଥିବା କାମକୁ ସମ୍ପୂର୍ଣ୍ଣ କରିବା ସକାଶେ କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିବେ। ପ୍ରତ୍ୟେକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି। ମାଲିମକଦ୍ଦମା, ଯାତ୍ରା, ଗବେଷଣା ତଥା ପରିବହନରେ ଲାଭବାନ ହେବେ ।

କନ୍ୟା:-

ସହକର୍ମୀଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇବେ ।  ଯାତ୍ରା କାଳରେ କୌଣସି ଖଳ ଲୋକଙ୍କ କଥାରେ ପଡି ଭୁଲ୍‌ ମାର୍ଗ ଅନୁସରଣ କରି ହଇରାଣ ହେବାକୁ ପଡିପାରେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ।  କଚେରି ମାମଲାରେ ବିଳମ୍ବ ଜନିତ ଅଶାନ୍ତି ଅନୁଭବ କରିପାରନ୍ତି।ହସ୍ତା ନକ୍ଷେତ୍ର କେତେକ ବ୍ୟକ୍ତିଙ୍କ ଜାତକରେ କାଳସର୍ପ ଯୋଗ ରହିଥିବାରୁ , ବହୁ କାର୍ଯ୍ୟରେ ବ୍ୟାହତ ସୃଷ୍ଟିହେବ ଓ କାର୍ଯ୍ୟରେ ବିଳମ୍ବ ହେବ , ତେଣୁ ସେମାନେ ଭଗବାନ ଅନନ୍ତସୁନ୍ଦର ଙ୍କ ଉଦେଶ୍ୟରେ ରୌପ୍ୟ ସର୍ପ ପ୍ରଦାନ ପୂର୍ବକ ବସ୍ତ୍ର ଓ ଦୀପ ଦାନ କରନ୍ତୁ

ତୁଳା:-

ଅଯଥାରେ ବିରକ୍ତି ପ୍ରକାଶ କରି ବିଭିନ୍ନ ପ୍ରକାର କଥା କହିବା କାରଣରୁ  ବିବାଦ ବଢ଼ିପାରେ ।  ସାମାଜିକ ଓ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ ।  ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା,ସାହିତ୍ୟ, ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।  ଯେତେ ଚେଷ୍ଟା କଲେ ମଧ୍ୟ  ହଠାତ୍‌ କୌଣସି ଆଶାନୁରୂପ ସଫଳତା ମିଳି ନ ପାରେ ।

ବିଛା:-

ଦୀର୍ଘ ଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ ।  ଆଲୋଚନାକାଳରେ  ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ଅସଂଯତ  କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ  ସମାଲୋଚିତ ହେବେ।

ଧନୁ:-

କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌  ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ଶତ୍ରୁତା କରିପାରନ୍ତି। ଆଜି ଦିନଟିରେ ଯାନବାହନରେ ସତର୍କତା ରକ୍ଷା କରନ୍ତୁ, ଆଲୋଚନା ମାଧ୍ୟମରେ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ ।  ବାଣିଜ୍ୟ,ବ୍ୟବସାୟରେ ଉନ୍ନତି କରିବେ।

ମକର:-

ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ ।  ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ରପ୍ତାନି କାରବାର  ଏଜେନ୍ସି , ସାମ୍ବାଦିକତାରେ ପ୍ରଂଶସିତ ହେବେ।

କୁମ୍ଭ:-

ଦୀର୍ଘଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ବନ୍ଧୁଙ୍କ ମାଧ୍ୟମରେ  ତାହା ଅତି ସୁବିଧାରେ ପାଇଯିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବନ୍ଧୁମାନଙ୍କ ସହ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାମ କରିବା ଭଲ ହେବ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବ।

ମୀନ:-

ବହୁପୂର୍ବରୁ ଅଟକି ରହିଥିବା  କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ, କିନ୍ତୁ  ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ । ଆଲୋଚନା ପରିସରରେ  ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ ।  ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ।

Loading...
Share It
  • 4
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.