ନୂଆଦିଲ୍ଲୀ,୧୦।୩: ଯୁଦ୍ଧ ବିମାନ ରାଫେଲ କିଣାକୁ ନେଇ ଲାଗି ରହିଛି ବାଦବିବାଦ। ଫ୍ରାନ୍ସରୁ ୩୬ଟି ରାଫେଲ କିଣା ମାମଲାରେ ଦେଶ ୧୨ ହଜାର କୋଟି କ୍ଷତି ସହିଥିବା ଅଭିଯୋଗ କରିଛି କଂଗ୍ରେସ। କେବଳ ଭାଜପା ପାଇଁ ଏହି କ୍ଷତି ହୋଇଥିବା କଂଗ୍ରେସ କହିଛି। ତେବେ ପ୍ରତିଟି ବିମାନ ପିଛା ୩୫୧ କୋଟିଟଙ୍କା ଅଧିକ ଦିଆଯାଇଥିବା କଥା ଉଠାଇଛି କଂଗ୍ରେସ।
