୧୨ ବର୍ଷରୁ କମ୍‌ ବୟସର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁ ଦଣ୍ଡ

ଦେଶ ବିଦେଶ ନ୍ୟୁଜ୍

ଜୟପୁର: ପ୍ରତିବର୍ଷ ହେଉଥିବା ସର୍ଭେରୁ ଜାଣିବାକୁ ମିଳୁଛି ଯେ ବର୍ଷକୁ ବର୍ଷ ନାବାଳିକା ଦୁଷ୍କର୍ମ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଦେଶରେ ସବୁଠାରୁ ବେଶି ଦୁଷ୍କର୍ମର ଶିକାର ହେଉଛନ୍ତି ନାବାଳିକା। ଏପରିକି ଦୁଷ୍କର୍ମର ଅର୍ଥ ବୁଝିନଥିବା ଶିଶୁମାନେ ବି ହେଉଛନ୍ତି ଏପରି ମନ୍ଦ କାର୍ଯ୍ୟର ଶିକାର। ଦେଶର କୁଢ଼ କୁଢ଼ ଶିଶୁ ଦୁଷ୍କର୍ମର ଶିକାର ହେଉଥିବା ବେଳେ ରାଜସ୍ଥାନ ଏବେ ଏକ ନୂଆ ନିଷ୍ପତ୍ତି ନେଇଛି।

ଏଣିକି ରାଜସ୍ଥାନରେ ୧୨ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଏ ନେଇ ନିକଟରେ ଏକ ବିଲ୍‌ ପାରିତ ହୋଇଛି। ଏଠାରେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏପରି କରିବାରେ ରାଜସ୍ଥାନ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ପ୍ରଦେଶ ଏପରି ଏକ ବିଲ୍‌ ପାରିତ କରିସାରିଛି। ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ବିଲ୍‌ ପାରିତ କରିବାରେ ରାଜସ୍ଥାନ ଦ୍ୱିତୀୟ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.