୧୨.୧୦.୨୦୧୮ .ଶୁକ୍ରବାର .ଆଜିର ରାଶିଫଳ

ରାଶିଫଳ

ଆଜି ମା ସନ୍ତୋଷୀଙ୍କର ପ୍ରିୟ ବାର . ଯେଉଁ ରାଶିର ବ୍ୟକ୍ତିବିଶେଷଙ୍କର କାମ ଅଧୁରା ରହିଛି ସେମାନେ ମାଙ୍କ ଆଶିଷ ନେବାପାଇଁ ତାଙ୍କ ଉଦେଶ୍ୟରେ ଜବା କୁସୁମ ସମର୍ପଣ କରି ଘିଅ ଦୀପ ଦାନ କରନ୍ତୁ

ମେଷ:-

ଆଜି ଧନ ସ୍ଥାନକୁ ଶୁଭଗ୍ରହ ଦେଖୁଥିବାରୁ ଅର୍ଥଲାଭ ସହ କୌଣସି କର୍ମାରମ୍ଭର ପ୍ରସ୍ତୁତି କରିବେ। ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହିବେ। କୃତ୍ତିକା ନକ୍ଷତ୍ର ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡିବ।  ପୂର୍ବରୁ ଯେଉଁଥିପାଇଁ ଚିନ୍ତିତ ଥିଲେ ଆଜି ତାହା ମିଳିପାରିବ।

ବୃଷ:-

ରବିଙ୍କ ସ୍ଥିତି ଜନିତ କୌଣସି ବନ୍ଧୁ କିମ୍ବା ସହକର୍ମୀ ସହଯୋଗର ହାତ ବଢ଼ାଇବେ, ଫଳରେ ଆଜିର କାମ ଅଟକିବ ନାହିଁ। ଆଲୋଚନା କ୍ଷେତ୍ରରେ  କାର୍ଯ୍ୟବ୍ୟସ୍ତ  ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ।  ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଆଗାମୀ  ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି।

ମିଥୁନ:-

ଚନ୍ଦ୍ରଙ୍କ ଦୁର୍ବଳତାଜନିତ ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପି ୍ରୟ କଟୁ ସତ୍ୟ କହି ସେମାନଙ୍କ ସହ ତିକ୍ତତା ସୃଷ୍ଟି ହେବାର ଆଶଙ୍କା ରହିଛି। ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ ହାସଲ କରିବେ। ମୃଗଶିରା ନକ୍ଷତ୍ର ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।

Loading...

କର୍କଟ:-

ମଙ୍ଗଳଙ୍କ ସବଳତା ଉଦ୍ୟମ ଅବ୍ୟାହତ ରଖିଲେ ଯେତିକି ଓ ଯେମିତି ପାଇବା କଥା ତାହାକୁ କିଏ ଅଟକାଇ ପାରିବେ ନାହିଁ। କେତେକ ଅପୂରଣୀୟ ଆଶା ଦୁଶ୍ଚିନ୍ତାର କାରଣ ହେବ। ପୁଷ୍ୟା ନକ୍ଷତ୍ରର ମାଲିମକଦ୍ଦମା, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ମାନସିକ ଅଶାନ୍ତି  ବଢ଼ିବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।

ସିଂହ:-

ବୁଧଙ୍କ ମିତ୍ରଗୃହ ମଣ୍ଡନ କାରଣରୁ ଆଜି ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ ା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଏ ଦିଗରେ ସାହାଯ୍ୟ କରିବ। ପ୍ରଶାସନ, ପ୍ରକାଶନ, ଔଦ୍ୟୋଗିକ କର୍ମ, ବାଣିଜ୍ୟ, ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ ା ନିଜ କାମ ସକାଶେ ପରିବାରବର୍ଗଙ୍କ ସହାୟତା ପାଇବେ।

କନ୍ୟା:-

ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ଆଜି ଦିନଟିରେ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରିବା ଭଲ ହେବ। ବ୍ୟବସାୟ କ୍ଷେତ୍ରରେ ଅଧିକ  କିଛି  ଆଶା ମନରେ ଦୁଃଖ ଦେଇପାରେ । ହସ୍ତା ନକ୍ଷତ୍ର କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ହେବେ।

ତୁଳା:-

ଅର୍ଥ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିବା କୌଣସି  ବନ୍ଧୁଙ୍କୁ ଆଜି ହଁ କରିବେ ନାହିଁ କିମ୍ବା ନାହିଁ ମଧ୍ୟ  କରିବେନି ା ଅବଶ୍ୟ ଶତ୍ରୁଠାରୁ  ଦୂରତା ରଖି କାମ କରିବା ଭଲ ହେବ। ଚିତ୍ରା ନକ୍ଷତ୍ର ସକାଶେ ପରିବାରରେ  ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ଶିଳ୍ପ,ବାଣିଜ୍ୟ,ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।

ବିଛା:-

ବିଭିନ୍ନ ପ୍ରକାର ପ୍ରତିବନ୍ଧକ ମଧ୍ୟରେ ଯାହା ଦୀର୍ଘଦିନ ହେଲା ହୋଇ ପାରି ନ ଥିଲା ଆଜି ତାହାକୁ ସମ୍ପନ୍ନ କରିବେ। ପରିବହନ, ଶିଳ୍ପ ଓ ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କଲେ ସଫଳତା ପାଇପାରିବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ନିଜ ପରିବାରର ସଦସ୍ୟ କିମ୍ବା ସହକର୍ମୀମାନଙ୍କ ତରଫରୁ ସମସ୍ୟା ଆସିପାରେ।

ଧନୁ:-

ଶନିଙ୍କ ପ୍ରଭାବ ଜନିତ କୌଣସି ଅତି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ କିନ୍ତୁ ସୁଧାରି ନେବାରେ ବନ୍ଧୁଙ୍କ ଅବଦାନ ଅବଶ୍ୟ ରହିବ ା ପୂର୍ବାଷାଢ଼ା ନକ୍ଷତ୍ର ପିଲାମାନଙ୍କ ସଫଳତାରେ ଆନନ୍ଦ ପାଇବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

ମକର:-

ପାପଗ୍ରହ ମଧ୍ୟସ୍ଥ ବଳହୀନ ଚନ୍ଦ୍ର ପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। କୌଣସି ବ୍ୟକ୍ତିଠାରୁ ହଠାତ୍‌ ଦୁଃଖଦ ଖବର  ପାଇ ବିଚଳିତ ବୋଧ କରିପାରନ୍ତି। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଶ୍ରବଣା ସକାଶେ ପଡୋଶୀମାନେ ବିଭିନ୍ନ ପ୍ରକାର ଝମେଲା ସୃଷ୍ଟି କରିପାରନ୍ତି।

କୁମ୍ଭ:-

ଶୁକ୍ର ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ  ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ  ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ଦୁଃସାହସିକ କାର୍ଯ୍ୟରେ ସଫଳତା ପାଇବେ।

ମୀନ:-

ବୁଧଜନିତ ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ଅଶାନ୍ତ ରହିପାରନ୍ତି। କିନ୍ତୁ ଅନ୍ୟମାନଙ୍କ ଅସୁବିଧାକୁ ସୁଧାରିବା ସକାଶେ ସୁପରାମର୍ଶ ଦେବାରେ ପଛାଇବେ ନାହିଁ। ବ୍ୟବସାୟ ଓ ପରିବହନରେ  ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ ା ରାସ୍ତାରେ ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି।

Loading...
Share It
  • 3
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.