ଆଜି ପବିତ୍ର ଗୁରୁବାର , ଧନ ଶାଳିନୀ ମହାମାୟୀ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ବାର , ଆଜିର ବାତ୍ୟା ବହୁତ କିଛି ବିପଦକୁ ଆମନ୍ତ୍ରଣ କରିବ , ପ୍ରକୃତି ସ୍ୱରୂପିଣୀ ମହାଲକ୍ଷ୍ମୀ ରୁଷ୍ଟ ହେଲେ ତାଙ୍କୁ କିଏ ବା ଅଟକାଇବା , ସମସ୍ତଙ୍କ ରାଶି ଚକ୍ରରୁ ଏହି ବିପଦ ଟାଳିବାକୁ ଶକ୍ତି ସ୍ୱରୂପିଣୀ ମହା ଲକ୍ଷ୍ମୀଙ୍କୁ ଶ୍ରଦ୍ଧାର ସହ ଆରାଧନା କରନ୍ତୁ , କେବଳ ମା ଲକ୍ଷ୍ମୀଙ୍କୁ ନୁହଁ ତାଙ୍କ ସହିତ ଭଗବାନ ନୃସିଙ୍ଗଙ୍କୁ ପ୍ରାର୍ଥନା କରନ୍ତୁ , ସେହି ଲକ୍ଷ୍ମୀ ନୃଷିଂହ ସମସ୍ତଙ୍କର ବିପଦ ଟାଳିଦେବେ
(ଓଁ ଉଗ୍ରବୀର ମହାବିଷ୍ଣୁ ଜ୍ୱଳନ୍ତ ସର୍ବତୋ ମୁଖଂ , ନୃସିଂହ ଭୀଷଣମ ଭଦ୍ର ମୃତୟୋ ମୃତ୍ୟୁ ନମାମ୍ୟାହମ)
ମେଷ:-
ଆଜି କେନ୍ଦ୍ରସ୍ଥାନରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା ଅନୁଭବ କରିବାରୁ ମନ ଖୁସି ରହିବ। ବିବାଦୀୟ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ।
ବୃଷ:-
ଧନାଧିପତି ଶୁଭଭାବରେ ରହିଥିବା କାରଣରୁ ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ। ବୁଧ ପ୍ରଭାବରେ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହଁି । ମହିଳାମାନେ ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ:-
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ଏହାର କୁପରିଣାମ ସ୍ବରୂପ ପରିବାର ମଧ୍ୟରୁ ନିଜ ଲୋକମାନଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡିବ। ଅବଶ୍ୟ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। ଅନ୍ୟମନସ୍କ ନ ରହି ଯାନବାହନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ:-
ଶନିଙ୍କ ସ୍ଥିତି ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି କିମ୍ବା ମନାନ୍ତର ସୃଷ୍ଟି କରିବ। ମାତ୍ର ଶିଳ୍ପ, ବ୍ୟବସାୟ ପାଇଁ ଦିନଟି ଭଲ ରହିବ । କେତେକ କ୍ଷେତ୍ରରେ ଏମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯାହାଦ୍ୱାରା ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝି ପାରିବେନି । ବନ୍ଧୁମିଳନରୁ ଉତ୍ସାହିତ ହେବେ। ମହିଳାମାନଙ୍କ ସକାଶେ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପଦ ରହିବ।
ସିଂହ:-
ସ୍ବଗୃହୀ ଶୁକ୍ର ଚତୁଃଗ୍ରହ ମଧ୍ୟସ୍ଥ ଯୋଗୁ ପ୍ରତ୍ୟେକ ପ୍ରକାରର ସମସ୍ୟା ମଧ୍ୟରେ ନିଜକୁ ସମ୍ଭାଳି ନେଇ କାମ କରିବା ଦୁଷ୍କର ହୋଇପଡିବ । ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇ ପାରିବେ । ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍ ଅତି ନିକଟରୁ ପାଇଯିବେ ା ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ପ୍ରକଟ କରିପାରନ୍ତି।
କନ୍ୟା:-
ଶୁକ୍ର ଦ୍ୱିତୀୟରେ କ୍ଷେତ୍ର ସିଂହାସନ ଯୋଗ ସୃଷ୍ଟି ହେଉଥିବାରୁ ଅନ୍ୟମାନଙ୍କ ସମସ୍ୟାମୂଳକ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ । ଫଳରେ ପାରିବାରିକ ଜୀବନରେ ବିଲୁପ୍ତ ସ୍ନେହ,ଶ୍ରଦ୍ଧା ଓ ଆଦରର ସଦ୍ଭାବ ଆକସ୍ମିକ ଅନୁଭବ କରିବେ । ତଥାପି ଚିତ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।
ତୁଳା:-
ଶନିଙ୍କ ପ୍ରଭାବରେ ପୂର୍ବରୁ ମନେ ମନେ ଚିନ୍ତା କରିଥିବା କଥା ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରିବାରେ ପଛେଇ ଯିବେ ା ବିବାଦୀୟ ଘଟଣାର ଆପୋସ ସମାଧାନ ହୋଇଯିବ । ନିର୍ମାଣ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବ । ମହିଳାଙ୍କ ପାଇଁ କାର୍ଯ୍ୟବ୍ୟସ୍ତତାର ସମୟ କହିଲେ ଅତ୍ୟୁକ୍ତି ହେବନାହିଁ ।
ବିଛା:-
ମନ ଅନୁଯାୟୀ କାମ ହାସଲ ନ ହେବା ସାଙ୍ଗକୁ ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ନୀଚସ୍ଥ ଚନ୍ଦ୍ର ପ୍ରଭାବରୁ ମାନସିକ ସ୍ଥିତି ଦୁର୍ବଳ ରହିବା ସାଙ୍ଗକୁ ସଂସର୍ଗତା ଦୋଷ ଲାଗିପାରେ ା କଳା,ସଙ୍ଗୀତ,ଚଳଚ୍ଚିତ୍ର କ୍ରୀଡା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ମହିଳାମାନେ କଳା, ସାହିତ୍ୟରେ ଉନ୍ନତି କରିବେ।
ଧନୁ:-
ପରିସ୍ଥିତି କେତେକାଂଶରେ ବଦଳି ଯିବାରୁ ମନ ହାଲୁକା ହୋଇଯିବ । ପାରିବାରିକ କ୍ଷେତ୍ର, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେଇପାରେ। ମହିଳାମାନେ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
ମକର:-
ଏକାଧିକ ଗ୍ରହ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ । ସାମାଜିକ ସ୍ତରରେ ତଥା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ମଧ୍ୟ ପାଇବେ । ବୃତ୍ତି, ବାଣିଜ୍ୟ, ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । ପରିବାରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।
କୁମ୍ଭ:-
ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ । ଅନ୍ୟ ଦ୍ୱାରା ପ୍ରଭାବିତ ମହିଳାମାନେ ବାନ୍ଧବୀଙ୍କ କାର୍ଯ୍ୟରେ ଅପମାନିତ ବୋଧ କରିପାରନ୍ତି।
ମୀନ:-
ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ଯାତ୍ରା, ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ ଫଳରେ ଅଶାନ୍ତିର ଆଶଙ୍କା ରହିଛି । ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ।
- 11Shares