୦୯.୧୦.୨୦୧୮, ମଙ୍ଗଳ ବାର , ଆଜିର ରାଶିଫଳ

ରାଶିଫଳ

ମା ମଙ୍ଗଳାଙ୍କର ଆଜି ପ୍ରିୟବାର , ଇତି ମଧ୍ୟରୁ ୮ ଗୋଟି ରାଶି ବ୍ୟକ୍ତିଙ୍କର ଅସୁବିଧା ସମ୍ମୁଖୀନ ଯୋଗ ରହିଛି , ମା ଯୋଗମାୟା ସ୍ୱରୂପିଣୀ ଜଗତ ଜନନୀ ମଙ୍ଗଳାଙ୍କୁ ଜବା କୁସୁମ ସମର୍ପଣ ପୂର୍ବକ ଗାଈ ଘିଅର ଗୋଟେ ଦୀପ ପ୍ରଦାନ କରି ନିଜକୁ ସମର୍ପଣ ମାନସରେ ମାଙ୍କ ପବିତ୍ର ପାଦପଦ୍ମରେ ଲୋଟାଇ ଦିଅନ୍ତୁ ଦେଖିବେ କିଛି ବି ଅସୁବିଧା ରେ ସମ୍ମୁଖୀନ ହେବେ ନାହିଁ , ତେଣୁ କଥାରେ ଅଛି
ତୋ ନାମ ଧରିଣ ଘରୁ ବାହାରିଲେ ବିପଦ ନଥାଏ ମାତ
ଶତ୍ରୁ ଯେବେ ଥିବେ ଆଡ ହୋଇଯିବେ ଏକଥା ଅଟଇ ସତ

ମେଷ:-

ଆଜିର ଚନ୍ଦ୍ର ସ୍ବନକ୍ଷତ୍ରରେ ରହି ବ୍ୟୟଭାବକୁ ଦେଖୁଥିବାରୁ ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବ, ଯାନବାହାନରେ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟ, ପ୍ରଶାସନ, ପ୍ରକାଶନ ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।

ବୃଷ:-

ମିତ୍ର ନକ୍ଷତ୍ରସ୍ଥ ରବିଙ୍କ ପ୍ରଭାବରେ ଜଣାଶୁଣା ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ସାଧନ କରିବେ । ଶନି ଅଧିଷ୍ଠିତ ଅଷ୍ଟମାଧିପତି ଶୁକ୍ର ସଙ୍ଗରେ ରହିଥିବାରୁ ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ । ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରା ସଫଳ ହେବ ।

ମିଥୁନ:-

ଏକାଦଶ ଭାବ ପ୍ରତି ଶୁଭଗ୍ରହଙ୍କ ଦୃଷ୍ଟି ଆପଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବ । ଫଳତଃ ଯାହା ଚାହୁଁଛନ୍ତି ତାହା ପାଇବେ ଏବଂ ପ୍ରତ୍ୟେକ କର୍ମ ଶୁଭପ୍ରଦ ହେବ । ଅବଶ୍ୟ ଆବଶ୍ୟକ ସ୍ଥଳେ ବନ୍ଧୁଙ୍କ ସହଯୋଗ  ଲୋଡିପାରନ୍ତି।  କିନ୍ତୁ ଆରଦ୍ରା ନକ୍ଷତ୍ର ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିବେ।

କର୍କଟ:-

କେନ୍ଦ୍ରକୋଣାଧିପତି ମଙ୍ଗଳଙ୍କ ସୁପ୍ରଭାବ ହେତୁ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମନା କରିବାର ସାହସ ଜୁଟିଯିବ। କିନ୍ତୁ ରାହୁଦ୍‌ୃଷ୍ଟିରୁ ଅନ୍ୟମନସ୍କତା କାରଣ ଜନିତ କେତେକ ଭୂଲ୍‌ କରିବେ । ଅବଶ୍ୟ ବିତର୍କ ଜନିତ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କଚେରି ମାମଲାର ଆଶୁ ଶୁଣାଣି ହେବ।

Loading...

ସିଂହ:-

ରବି ଧନସ୍ଥାନରେ ରହିଥିବାରୁ ଅର୍ଥପ୍ରାପ୍ତିର ବିଭିନ୍ନ ଖସଡା ପ୍ରସ୍ତୁତ କରିପାରନ୍ତି। କିନ୍ତୁ ବ୍ୟୟାଧିପ ସମ୍ବନ୍ଧରୁ ଖର୍ଚ୍ଚାନ୍ତ ହୋଇ ଆଜିର କାମ ହାସଲ କରିବେ । ପାରିବାରିକ କ୍ଷେତ୍ରରେ  କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ମାତ୍ର କାମର ଚାପ ବଢିଯିବ।

କନ୍ୟା:-

କର୍ମାଧିପ କେନ୍ଦ୍ରାଧିପତିଦୋଷଯୁକ୍ତ ବୃହସ୍ପତି ସମ୍ପର୍କରୁ ଅର୍ଥ ସମ୍ପର୍କୀୟ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ବନ୍ଧୁଙ୍କ ଜରିଆରେ ସମାଧାନ କରିବା ପାଇଁ ଯେତେ ପ୍ରକାରର ଚେଷ୍ଟା କଲେ ପାରିବେ ନାହିଁ। ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛ। ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ।

ତୁଳା:-

ଭାଗ୍ୟାଧିପତି ରାଶିରେ ରହି ନୂଆ ନୂଆ ଯୋଜନାର ନକ୍‌ସା ମାନସିକ ସ୍ତରରେ ପ୍ରସ୍ତୁତ କରାଇବେ । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି  ପ୍ରୟୋଗ କାମ ହାସଲ କରିବାରେ ଆପଣ ସମର୍ଥ ହେବେ। କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ  ରହିଥିବା କାରଣରୁ ବହୁତ ଗୁଡାଏ କାମ ହାତକୁ  ନେଇ ବ୍ୟଥିତ ହୋଇପାରନ୍ତି।

ବିଛା:-

ଯେକୈାଣସି କ୍ଷେତ୍ରରେ ପ୍ରବେଶ କରିବା ଅଥବା  ପ୍ରତିଦ୍ୱନ୍ଦିତା କଲେ ସଫଳତା ଅବଶ୍ୟ ପାଇବେ। ତଥାପି ଯେତିକିଟା ସହଯୋଗ ପାଇବାର ଆଶା ରଖିଛନ୍ତି ସେତିକି ମିଳି ନ ପାରେ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ସାହିତ୍ୟ,ରାଜନୀତି, ନୂତନକର୍ମାରମ୍ଭ, କଳା ପ୍ରଭୃତିରୁ ସୁଫଳ ପାଇବେ।

ଧନୁ:-

ଶନି ଓ ଚନ୍ଦ୍ରଙ୍କ ସମ୍ଭନ୍ଧରେ ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ । ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ହାସଲରେ ଆଶାରେ ପୂର୍ଣ୍ଣଚ୍ଛେଦ ପଡିପାରେ । ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ ଓ ପରିବହନ କ୍ଷେତ୍ର ମନ୍ଦ ହେବନାହିଁ ।

ମକର:-

ବୃହସ୍ପତି ଓ ବୁଧ ଏବଂ ଶୁକ୍ରଯୁକ୍ତ ରାଶି ଉନ୍ନତ ଚିନ୍ତା, ନୂତନ ଯୋଜନା ସୃଷ୍ଟିରେ ସହାୟକ ହେବେ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ସହଯୋଗମୂଳକ କାମରେ ସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି  । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡା ଲାଗିପାରେ।

କୁମ୍ଭ:-

କେତୁଯୁକ୍ତ ମଙ୍ଗଳ ପ୍ରଭାବରୁ  ସାମାଜିକ କ୍ଷେତ୍ରରେ  ଆଶଙ୍କା କରି ମନ ଅସ୍ଥିର ରହିବ। ଅଧିକାଂଶ ସମୟ ଅନ୍ୟମନସ୍କ ହେତୁ ପ୍ରତ୍ୟେକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସକାଳୁ ସକାଳୁ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛି। ନିକଟ ସଂପର୍କୀୟମାନଙ୍କ ଈର୍ଷା ଭାବ ଯୋଗୁ ମନ ବିଚଳିତ ରହିବ।

ମୀନ:-

ଶୁଭପଦ ଗ୍ରହ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ଗୁରୁ କାରଣରୁ ଦୀର୍ଘଦିନ ହେଲା ଆପଣ ଯାହା ଆଶା କରୁଥିଲେ ତାହା ବହୁତ ବିଳମ୍ବରେ ଅବଶ୍ୟ ମିଳିବ। ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ  ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂରେଇ ଯିବ।  ତଥାପି ରେବତୀ ନକ୍ଷତ୍ର ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି।

Loading...
Share It
  • 212
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.