ଆଜି ଯେଉଁ ୮ ଗୋଟି ରାଶିର ସଙ୍କଟ ଯୋଗ ଅଛି ସେମାନେ ସେହି ସଙ୍କଟ ଟାଳିବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ” ତ୍ରୈଅମ୍ବକ୍ୟମ୍ ଯଜାମହେ ସୁଗନ୍ଧି ପୃଷ୍ଟି ବର୍ଦ୍ଦନମ୍ ଉର୍ବାରୁ କିମବବନ୍ଧନାତ ମୃତ୍ୟୁମୁକ୍ଷିୟମା ମୃତାତ୍ ” ଜପ କରନ୍ତୁ
ମେଷ:-
ଆଜି ରବିଙ୍କ ସହ ଚନ୍ଦ୍ରଙ୍କ ସଯୋଗ ଷଷ୍ଠ ଭାବରେ ହେତୁ ଘରୋଇ ଆଲୋଚନା କିମ୍ବା ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ । କୃତିକା ନକ୍ଷତ୍ରର ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ କଥାଗୁଡିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ଆନୁଷ୍ଠାନିକ କାମ,ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ:-
ସକାଳୁ ସକାଳୁ ପୂର୍ବ ସ୍ଥିରୀକୃତ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । କୌଣସି ବନ୍ଧୁ କିମ୍ବା ଗୁରୁଜନଙ୍କ ଅନୁପସ୍ଥିତି ମନରେ ଗଭୀର ଆଘାତ ଆଣିଦେଇପାରେ ା ଘର ସକାଶେ,ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଦ୍ୱିଜା ନକ୍ଷତ୍ର କ୍ରୀଡା,କଳା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା କାରଣରୁ ଖୁସୀ ରହିପାରନ୍ତି।
ମିଥୁନ:-
ଚତୁର୍ଥସ୍ଥ ଚନ୍ଦ୍ର ହେତୁ ପରିବାରରେ ବନ୍ଧୁମିଳନ, ଆନୁଷ୍ଠାନିକ କାମରେ ଜନ ସମର୍ଥନ ପାଇବା ସହ ପାରିବାରିକ ଜୀବନ ମଧ୍ୟ ସୁଖପ୍ରଦ ରହିବ । ଅଫିସରେ କିଛି କଡା ଭାଷା ପ୍ରୟୋଗ କଲେ ବ୍ୟକ୍ତିଗତ ଜୀବନ ପାଇଁ ଶତ୍ରୁତା ଅର୍ଜନ କରିବେ । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିବାର ସୂଚନା ରହିଛ।
କର୍କଟ:-
ଚନ୍ଦ୍ରଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଜନିତ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଲାଗି ରହିଲେ ମଧ୍ୟ ଆପଣ କଦାପି ପଛକୁ ଫେରିବେ ନାହିଁ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସୀ ହେବେ । ଶିଳ୍ପ,ସାମ୍ବାଦିକତା, ପରିବହନ, ବାଣିଜ୍ୟ,ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
ସିଂହ:-
ରବି ଜନିତ ଶାରୀରିକ ଦୁର୍ବଳତା ଅନୁଭବ କଲେ ମଧ୍ୟ ମଙ୍ଗଳ ପ୍ରଭାବରୁ ଦୃଢ଼ ମନୋବଳ କାର୍ଯ୍ୟହାସଲରେ ସହାୟକ ହେବ। ବନ୍ଧୁଙ୍କ ପରାମର୍ଶରେ ବ୍ୟବସାୟକୁ ଆଗକୁ ବଢାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ କାରଣ ନ ଥାଇ ମଧ୍ୟ ସମାଲୋଚିତ ହୋଇପାରନ୍ତି।
କନ୍ୟା:-
ପରିବାରିକ ଜୀବନରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଆଜିର କାମ ସକାଶେ ତାହାର କୌଣସି କୁପ୍ରଭାବ ପଡିବ ନାହିଁ । ରାହୁଙ୍କ କୁପ୍ରଭାବରୁ ଭ୍ରାତୃବର୍ଗରେ କିମ୍ବା ସହକର୍ମୀଙ୍କ ସହ ଭୁଲ୍ ବୁଝାମଣା ଜନିତ ମନାନ୍ତର ଘଟିପାରେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି।
ତୁଳା:-
ରାଶିରେ ତିନୋଟିଗ୍ରହ ଏବଂ ଦ୍ୱାଦଶ ଚନ୍ଦ୍ର ମନ ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିବ । ଭାବପ୍ରବଣତାର ବଶବର୍ତୀ ହୋଇ ବିଭିନ୍ନ ଦୁର୍ଭାବନା ମନରେ ବସା ବାନ୍ଧିପାରେ । ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟାର ହେତୁ ସ୍ବରୂପ ହୋଇପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା:-
ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ କିନ୍ତୁ ତରବରିଆ ପଦକ୍ଷେପ ନେଲେ ଓଲଟା ହେବ। ଲେଖାପଢାରୁ, କଳା, ସାହିତ୍ୟ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ଧନୁ:-
ପାପଗ୍ରହ ରାଶିରେ ଥିବାରୁ କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟ ମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍ ହେବନାହିଁ। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁ ମାନେ ସାହାଯ୍ୟ କରିବେ। ଶିଳ୍ପ,ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ। ପରିବାରରେ ଅଯଥା ଅଶା‘ିର ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ମକର:-
ରାଶିରେ କେତୁ ଏବଂ ଚନ୍ଦ୍ର ସହ ରବିଙ୍କ ସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବା ସହ ଟେନ୍ସନ ଲାଗି ରହିବ। ସାମାଜିକ ସ୍ତରରେ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଠାରୁ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ । ଦୀର୍ଘଦିନର ବନ୍ଧୁତାରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ସୂଚନା ରହିଛି । ସାଧାରଣକଥାକୁ କେନ୍ଦ୍ର କରି ଝଗଡା ଲାଗିପାରେ।
କୁମ୍ଭ:-
କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଓ ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତିହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ । ଚିନ୍ତା କରିଥିବା ଯୋଜନା ବିଗିଡି ଯିବାରୁ ମନ ଭଲ ରହିବ ନାହିଁ ।
ମୀନ:-
ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିଲେ ମଧ୍ୟ କୈାଣସି ଅସୁବିଧା ହେବନାହିଁ । ଯାହା ଚିନ୍ତା କରୁଛନ୍ତି ସେହି ସମ୍ବନ୍ଧୀୟ ଆଶଙ୍କାରେ ବିବ୍ରତ ହୁଅନ୍ତୁ ନାହିଁ। ତଥାପି ପୂର୍ବଭାଦ୍ରପଦ୍ ନକ୍ଷତ୍ର ବନ୍ଧୁମାନଙ୍କ ଗହଣରେ ସାଧାରଣ କଥାରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି। ସଭାସମିତିରେ ସମ୍ମାନ ଲାଭ କରିବେ।
- 201Shares