୦୫.୧୦.୨୦୧୮ ଶୁକ୍ରବାର, ଆଜିର ରାଶିଫଳ, ଏହି ରାଶିର ଲୋକେ ମହିଳା ବନ୍ଧୁଙ୍କ ଦ୍ୱାରା ଉପକୃତ

ରାଶିଫଳ

Image result for santoshi maa

କଳି ଯୁଗର ପ୍ରତ୍ୟେକ୍ଷ ଦେବୀ ମା’ ସନ୍ତୋଷିନୀଙ୍କ ଆରାଧନା ଆଜି ହିଁ କରନ୍ତୁ, ମା’ ଙ୍କୁ ରକ୍ତ ମନ୍ଦାର ସମର୍ପଣ ପୂର୍ବକ ତାଙ୍କର ପବିତ୍ର ପାଦପଦ୍ମରେ ପ୍ରଣାମ କରନ୍ତୁ ଦେଖିବେ ଆପଣଙ୍କର ଅଧୁରା କାମ ଅଚିରେ ପୁର୍ଣ ହେବ 

ମେଷ:-

ଆଜି କେତୁଙ୍କ ନକ୍ଷତ୍ରରେ ପାପଗ୍ରହ ଯୁକ୍ତ ଚନ୍ଦ୍ର କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିବେ। ତଥାପି କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରୁ କୌଣସି କାମରେ ପଛକୁ ଫେରିବେ ନାହିଁ । ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହଁ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ ।

ବୃଷ:-

କର୍ମାଧିପତି ଅଷ୍ଟମସ୍ଥ ଯୋଗୁ ପ୍ରତ୍ୟେକ କାମ ସମସ୍ୟାବହୁଳ ହେବାର ସୂଚନା ରହିଛି । ପାପଯୁକ୍ତ ସପ୍ତମାଧିପତି ଜନିତ ସ୍ତ୍ରୀଙ୍କ ସହ ମତଭେଦ କିମ୍ବା ଅସୁସ୍ଥତା ଅଥବା କୌଣସି ମହିଳାଙ୍କ ପ୍ରତି ଆସକ୍ତି ଜନିତ ମିଥ୍ୟାରୋପ ଲାଗିପାରେ  । ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ । 

ମିଥୁନ:-

ଏକାଦଶାଧିପ ଦୁଃସ୍ଥାନ ଓ ପାପଯୁକ୍ତ ହେତୁ ଯାହା ପାଇବାକୁ ଚାହୁଁଛନ୍ତି ସେଥିପାଇଁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବେ। ତଥାପି ପରିସ୍ଥିତିବଶତଃ ଆପଣଙ୍କୁ ନିଜର ଘର କାମ ସଙ୍ଗକୁ ବନ୍ଧୁମାନଙ୍କ  କାମକୁ ମଧ୍ୟ ଅଗ୍ରାଧିକାର ଭିତରେ କରିବାକୁ ପଡିବ। ଅଫିସ କାମରେ ବିଭିନ୍ନ ଦିଗରୁ ଆଲୋଚନା କରିବାକୁ ପଡିପାରେ।

Loading...

କର୍କଟ:-

ସ୍ବଗୃହୀ ଚନ୍ଦ୍ର  ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିଲେ ମଧ୍ୟ କାର୍ଯ୍ୟଭାବର ବୋଝ ଆପଣଙ୍କୁ ଅତିଷ୍ଠ କରିପାରେ। ନୂତନ ସ୍ଥାନ, ନୂଆ କାମ, ଅଜଣା ଲୋକମାନଙ୍କ ସଂସ୍ପର୍ଶରେ ଆସି  ନିଜକୁ ସାମାନ୍ୟ ସଂକୁଚିତବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଙ୍ଗ୍‌ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି  ପାଇବ । ବ୍ୟବସାୟ, ପରିବହନ ବାଧାପ୍ରାପ୍ତ ହୋଇପାରେ । 

ସିଂହ:-

ଭାଗ୍ୟାଧିପତି ଉଚ୍ଚସ୍ଥ ଥିବାରୁ ବୁଦ୍ଧିବଳ ସଙ୍ଗକୁ କୌଶଳ ପ୍ରୟୋଗକରି କାର୍ଯ୍ୟ ସାଧନ କରିବେ। ତଥାପି ଷଷ୍ଠଭାବର ପ୍ରାବଲ୍ୟତା କାରଣରୁ ଈର୍ଷା ଓ ଅସୂୟା ଜନିତ ପରୋକ୍ଷରେ ଅନ୍ୟମାନେ ପଛରେ ବିଭିନ୍ନ ପ୍ରକାରର ସମାଲୋଚନା କରିପାରନ୍ତି। କେତେକ  ପରିସ୍ଥିତିରେ ଆପଣଙ୍କ ମନ କଥା ଅପ୍ରକାଶ୍ୟ ରହିଯିବ।

କନ୍ୟା:-

କାର୍ଯ୍ୟଦକ୍ଷତା ସଙ୍ଗକୁ ଯୁକ୍ତିଯୁକ୍ତ ଶାଳୀନତାପୂର୍ଣ୍ଣ ବ୍ୟବହାର ଯୋଗୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ । ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ। ବ୍ୟବସାୟ ଓ  ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେବ ।

ତୁଳା:-

ସ୍ବରାଶିସ୍ଥ ଶୁକ୍ର ଓ ଉଚ୍ଚାରୋହୀ ଶନି ଆପଣଙ୍କୁ ସମ୍ମାନଜନକ ସ୍ଥିତିରେ ରଖିବାରେ ସମର୍ଥ ହେବ । ଆକସ୍ମିକ ଭାବେ ଆର୍ଥିକ ଅଭାବ ଇଚ୍ଛା ପୂରଣରେ ବାଧା ସୃଷ୍ଟି କରିବାର ସୂଚନା ରହିଛି  କିନ୍ତୁ କୌଣସି ଅସୁବିଧା ହେବନାହିଁ । ରାଜନୀତି, ନିର୍ମାଣ ଓ କଳା, ସାହିତ୍ୟ କ୍ଷେତ୍ରରେ ସୁନାମକୁ ନିକଟସ୍ଥ ବ୍ୟକ୍ତିମାନେ ଈର୍ଷାନ୍ବିତ ହେବେ। 

ବିଛା:-

ତୃତୀୟସ୍ଥ ପାପଗ୍ରହ ଯୁକ୍ତ ମଙ୍ଗଳ ଭ୍ରାତୃ, ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସୁସମ୍ବନ୍ଧ ରଖି ନ ପାରେ। ଅବଶ୍ୟ କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି, ସଭାସମିତି, ପ୍ରଶାସନ ଓ ଜମଜିମା କାରବାର ପାଇଁ ଦିନଟି ମନ୍ଦ ହେବନି । ଜମା ଭଲ ପଡୁ ନ ଥିବା ନିଜ ପରିସରର ଲୋକମାନେ ଆପଣଙ୍କ ଅପଯଶ ଗାଇ ବୁଲିପାରନ୍ତି।

ଧନୁ:-

ଦ୍ୱିତୀୟସ୍ଥ ମଙ୍ଗଳ ହେତୁ ଆପଣଙ୍କ କଠୋର ଅପ୍ରିୟସତ୍ୟ ଆଧାରିତ ବାକ୍ୟାଳାପ ସମସ୍ୟା ସୃଷ୍ଟି କରିବ। ଆର୍ଥିକସ୍ଥିତି ମଜଭୁତ୍‌ ରହିବା ଦୁଃସାହସିକ ପଦକ୍ଷେପ କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ହଟାଇ ନେଇପାରେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।

ମକର:-

ଦୁଇଟି ଗ୍ରହ ଉଚ୍ଚସ୍ଥ ଏବଂ ଅନ୍ୟ ଦୁଇଟି ସ୍ବଗୃହୀ ହେତୁ ଆଜିର ଦିନଟିର କୌଣସି ସ୍ମରଣୀୟ ମୁହୂର୍ତ୍ତ ଆପଣଙ୍କ ପାଇଁ ଆସିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଖର୍ଚ୍ଚଭାର ବୃଦ୍ଧି ମାନସିକ ଅଶାନ୍ତିର କାରଣ ହେବାର ସୂଚନା ରହିଛି । ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ ।

କୁମ୍ଭ:-

ସମସ୍ୟାର ସମାଧାନ କରିବା ସଙ୍ଗକୁ ଋଣ ପରିଶୋଧ କରି ଆଶ୍ୱସ୍ତି ଲାଭ କରିବେ । ପାରସ୍ପରିକ ଆଲୋଚନାରେ ବିବାଦୀୟ ଘଟଣା ମୀମାଂସିତ ହୋଇ ଆଗାମୀ କର୍ମକ୍ଷେତ୍ର ପାଇଁ ମାର୍ଗ ଉନ୍ମୁକ୍ତ କରିବ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର  ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରି ପ୍ରଶଂସିତ ହେବେ । 

ମୀନ:-

ଅଷ୍ଟମସ୍ଥ ବୃହସ୍ପତି ଓ ପାପଗ୍ରହ ଯୁକ୍ତ ଚନ୍ଦ୍ରଜନିତ କର୍ମକ୍ଷେତ୍ରରେ ସମସ୍ୟାଗୁଡିକ ଆପଣାଛାଏଁ ସୁଧୁରି ଯିବ। ତଥାପି ଅନ୍ୟମାନଙ୍କ ମନକୁ ମନେଇ କାମ ହାସଲ କରିବେ। କଳା, ସାହିତ୍ୟ ପ୍ରତି ଅନୁରାଗ ବଢିବ ଓ ପ୍ର୍ରଶଂସିତ ମଧ୍ୟ ହେବେ। ବନ୍ଧୁଙ୍କ ସହାୟତାରେ ହଠାତ୍‌ ପାଇଥିବା ସୁଯୋଗର ସଦ୍‌  ବ୍ୟବହାର କରିପାରିବେ।

Loading...
Share It
  • 255
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.