୦୪.୧୦.୨୦୧୮ ଗୁରୁବାର, ଆଜିର ରାଶିଫଳ,ଏହି ରାଶିର ଲୋକଙ୍କ ମନ ଅଶାନ୍ତ ରହିବ

ରାଶିଫଳ

Image result for maa laxmi wallpaper

ଆଜି ମହା ଲଷ୍ମୀଙ୍କ ପ୍ରିୟ ବାର, ରାଶିଚକ୍ରରେ ଯେତେ ବିଘ୍ନତା ଥାଉନା କାହିଁକି ନିମ୍ନୋକ୍ତ ମନ୍ତ୍ରକୁ ପ୍ରତ୍ୱେହ ସାତ ଥର ଲେଖାଏଁ ଜପ କରନ୍ତୁ, ଦେଖିବେ ୧୫ ଦିନ ମଧ୍ୟରେ ଆପଣଙ୍କ ଭାଗ୍ୟରେ ନିଶ୍ଚୟ ପରିବର୍ତନ ଆସିବ

“ଓଁ ଐ ହ୍ରୀଂ ଶ୍ରୀଂ ହ୍ୱଂ ଫଟ୍ ସ୍ୱାହା ଇଦମ୍ ଅର୍ଣ୍ଣପୁର୍ଣ୍ଣୟେ”

ମେଷ:-

ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି।  ଭୁଲ୍‌ ନିଷ୍ପତ୍ତି ଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । ଅବଶ୍ୟ ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇଲେ ମଧ୍ୟ ସକାଳ ସମୟଟି  ମାନସିକ ଅସ୍ଥିରତା ମଧ୍ୟରେ କଟିବ । ଶାରୀରିକ ଅସୁସ୍ଥତା କେତେକାଂଶରେ ଦୂରୀଭୂତ ହେବା  ସୂଚନା ରହିଛି । 

ବୃଷ:-

ଭଲ ରୂପେ ନ ବୁଝି ନ ଶୁଝି କୌଣସି କଥାରେ ହଁ ଭରିବା ନୂତନ ସମସ୍ୟାକୁ ଆମନ୍ତ୍ରଣ କରିପାରେ। ଆରମ୍ଭ କରିବାକୁ ଯାଉଥିବା କାମଟି ପୂର୍ଣ୍ଣାଙ୍ଗ ହେଲେ ମଧ୍ୟ ଏଥିପାଇଁ ସାମାନ୍ୟ ହଇରାଣ ହେବାକୁ ପଡ଼ିବ । ବୁଧଙ୍କ ସୁପ୍ରଭାବରୁ ଆର୍ଥିକ ସମସ୍ୟା ଦୂରହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି । ଆଜି ବନ୍ଧୁମିଳନ ସାଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି । 

ମିଥୁନ:-

କୌଣସି ବିବାଦୀୟ ମନ୍ତବ୍ୟ ଦେଇ ଘରେ କିମ୍ବା ବାହାରେ ସମାଲୋଚନାର ପାତ୍ର ହେବାକୁ ପଡ଼ିବ । ଦରକାରୀ କାଗଜପତ୍ର ହଜିଯାଇପାରେ। ଆପଣଙ୍କ ଅନୁରୋଧକୁ ଉପେକ୍ଷା କରି ନାହିଁ ନାହିଁ କରୁଥିବା ଲୋକଟି ଶେଷରେ ଆପଣଙ୍କ କଥାରେ ହଁ ଭରିବ। ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।

କର୍କଟ:-

ପାପଗ୍ରହ ଯୁକ୍ତ ଚନ୍ଦ୍ର ଏକାଧାରରେ ଦୈହିକ ଏବଂ ମାନସିକ ସ୍ଥିତିକୁ କମ୍‌ଜୋର୍‌ କରିବ । କର୍ମକ୍ଷେତ୍ରରେ ଦାୟିତ୍ୱବୋଧର ଚାପ ବୃଦ୍ଧିପାଇବା ସାଙ୍ଗକୁ ପରିବାର ସକାଶେ ଆଦୌ ସମୟ ଦେଇପାରିବେ ନାହିଁ । ପରିସ୍ଥିତିର ତାଡ଼ନାରେ ଅଥବା ବାଧ୍ୟବାଧକତାରେ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ । 

Loading...

ସିଂହ:-

ସମସ୍ୟା ଆସିଲେ ମଧ୍ୟ ତାହାର ଯଥାଯଥ ସମାଧାନର ପନ୍ଥା ଖୋଜି ପାଇବାରେ ଅସୁବିଧା ହେବନାହିଁ । ନିଜସ୍ବ ବିଚାରଧାରା ଓ କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁ ବହୁଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ । ଅଫିସିଆଲି କାର୍ଯ୍ୟବ୍ୟସ୍ତତା  ଯୋଗୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାପନ୍ତରିଆ ରହିଯାଇପାରେ ।

କନ୍ୟା:-

ରାଶି ଓ କର୍ମାଧିପତିଙ୍କ ସବଳତା କାରଣରୁ ନିଜ ଲୋକ ମାନେ ଯେତେ ବିରୁଦ୍ଧାଚରଣ କଲେ ମଧ୍ୟ ଆପଣଙ୍କ ପାଇଁ ଆଜି କିଛି ଫରକ ପଡ଼ିବନାହିଁ ।ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତି ମାନଙ୍କର ପ୍ରଶଂସାଭାଜନ ହେବେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।

ତୁଳା:-

ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ସୁରୁଖୁରୁରେ ଅତିବାହିତ ହେବ। କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ସହଯୋଗର ଅଭାବ ରହିବନାହିଁ ।ଆଜି ଅର୍ଥ ସଙ୍କଟକୁ ଦୂରେଇବାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଅତୀତରୁ ଭଲ ସମ୍ପର୍କ ରହିଥିବା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।

ବିଛା:-

କୌଣସି କାମ ଅଟକି ରହିବ ନାହିଁ  କିମ୍ବା ସହଜରେ ମଧ୍ୟ ସମ୍ପନ୍ନ ନ ହୋଇପାରେ । ଏଥିପାଇଁ ବହୁ ମେହେନତ କରିବାକୁ ପଡ଼ିବା ସହ ଅନ୍ୟର ସାହାଯ୍ୟ ଆଶାୟୀ ହେବେ। ଯାତ୍ରା କାଳରେ ପରିବହନରେ କିମ୍ବା ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ ।  ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ।

ଧନୁ:-

ଶନିଙ୍କ ରାଶ୍ୟାବସ୍ଥାନ ସାଙ୍ଗକୁ ଆଜିର ଅଷ୍ଟମ ଚନ୍ଦ୍ର ମାନସିକ ଅସ୍ଥିରତା ଜନିତ ଭାବପ୍ରବଣ ରହିବେ। ବନ୍ଧୁଙ୍କ ସହ ଯୋଗାଯୋଗ କଲେ ନିଶ୍ଚିତ ଉପକୃତ ହେବେ, କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ତଥାପି ନିରାଶ ହେବାକୁ ପଡ଼ିବ ନାହିଁ।  ଭ୍ରମଣ ସୁଖ ବେଶ୍‌  ଉପଭୋଗ୍ୟ ହୋଇପାରେ।

ମକର:-

ଶୁଭଗ୍ରହ ଏବଂ ଉଚ୍ଚସ୍ଥ ମଙ୍ଗଳ ଜନିତ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ତଥାପି ସାମୟିକ ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ସାମୟିକ ମନ ଦୁଃଖ ହୋଇପାରେ । ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବା ଆଶଙ୍କା ରହିଛି । ବାଣିଜ୍ୟ,ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।

କୁମ୍ଭ:-

ବିରୋଧ କରୁଥିବା ବ୍ୟକ୍ତିମାନେ ପରିସ୍ଥିତି ପ୍ରତି ଗୁରୁତ୍ୱ ଦେଇ ଦୂରେଇ ରହିବାର ଉପକ୍ରମ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର  ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ  ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ମିଳିବ। 

ମୀନ:-

ଯାହା କରିବାକୁ ଯାଉଛନ୍ତି ପୁନର୍ବାର ତାହାର ପୁନର୍ବିଚାର କରିନେବା ଭଲ ହେବ । ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ କର୍ମକ୍ଷେତ୍ରର ଦାୟିତ୍ୱ ନିଭାଇବାକୁ ଯାଇ ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। 

Loading...
Share It
  • 287
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.