୦୩.୧୦.୨୦୧୮ ବୁଧବାର, ଆଜିର ରାଶିଫଳ, ଏହି ରାଶିର ଲୋକେ ଆନନ୍ଦରେ ଦିନଟି କାଟିବେ

ରାଶିଫଳ

Related image

ଆଜି ନାରାୟଣଙ୍କର ପ୍ରିୟବାର, ଦୁଷ୍ଟ ଗ୍ରହମାନଙ୍କର ପ୍ରଭାବରୁ ରକ୍ଷା ପାଇବାପାଇଁ ଓଁ ନମଃ ନାରାୟନୟ ଜପ କରନ୍ତୁ,

ଆପଣଙ୍କର ସମସ୍ତ ବିଘ୍ନ ଖଣ୍ଡନ ହେବ.

ମେଷ:-

ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଅବଶ୍ୟ ଟେନ୍‌ସନ କିଛି ମାତ୍ରାରେ କମିଯିବ। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖା ଦେଇପାରେ। ସଭାସମିତି,ସଙ୍ଗଠନ,ରାଜନୀତି କ୍ଷେତ୍ରରେ ଉନ୍ନତ ମାନର ସୁଫଳ ପାଇବେ। କୃତ୍ତିକା ନକ୍ଷତ୍ର ବୃଥା ତର୍କ ନ କରି  ଯୁକ୍ତି ବିବାଦଠାରୁ ଦୂରେଇ ରହିବା ଭଲ ।

ବୃଷ:-

କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଉପକୃତ ହେବେ। ରୋହିଣୀ ନକ୍ଷତ୍ର ବନ୍ଧୁମାନଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ସମସ୍ୟାରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅପଚେଷ୍ଟା  କରି ଧରା ପଡିଯାଇପାରନ୍ତି।

ମିଥୁନ:-

କର୍ମକ୍ଷେତ୍ରର  ପରିସ୍ଥିତିକୁ ଆଖି ଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ । ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। କଳା, ସାହିତ୍ୟରେ, ପ୍ରଶାସନିକ ସ୍ତରରେ ଏପରିକି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଆରଦ୍ରା ନକ୍ଷତ୍ରର ସାମାନ୍ୟ କାରଣରୁ  ମନ ଅଶାନ୍ତ ରହିବ। 

Loading...

କର୍କଟ:-

ସ୍ବଗୃହାଭିମୁଖୀ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ, କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହି ନ ପାରେ। ସ୍ବାର୍ଥହାନି ଆଶଙ୍କାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କଳା, ସାହିତ୍ୟ ଓ  ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଶ୍ଳେଷା ନକ୍ଷତ୍ର ଶୀଘ୍ର ଶୀଘ୍ର କାମଟିକୁ  ସମ୍ପନ୍ନ କରିବା ସକାଶେ  ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ ।

ସିଂହ:-

ଆର୍ଥିକ ସ୍ବଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ । ପ୍ରତିବନ୍ଧକ କାରଣରୁ ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ ବରଂ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟ ବହୁମୁଖୀ ଆକାର ଧାରଣ କରିବ, କିନ୍ତୁ ଲାଭର ମାତ୍ରା ବଢ଼ି ନ ପାରେ। ମଘା ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ।   

କନ୍ୟା:-

ପାରିବାରିକ ଜୀବନରେ ଉଚିତ ବୁଝାମଣାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଉପରିସ୍ଥ କର୍ମଚାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ, କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିଯିବେ। ଆଇନ ଅଦାଲତରୁ ସୁଫଳ ପାଇ ସମସ୍ୟା ସମାଧାନ ହୋଇଯିବ। ଚିତ୍ରା ନକ୍ଷତ୍ରର ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ ।

ତୁଳା:-

କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ  ନିଜେ ହଇରାଣରେ ପଡିପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ଯୋଗଦେଲେ ଲାଭବାନ୍‌ ହେବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ଯୋଗୁ ଖୁସୀ ହେବେ। ସ୍ବାତୀ ନକ୍ଷତ୍ର ହଠାତ୍‌  ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ ।

ବିଛା:-

ସରକାରୀ ସ୍ତରରେ ନିଜର ଅବହେଳାରୁ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ। ଶିଳ୍ପ ଓ ବାଣିଜ୍ୟ,ବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ଏବଂ  ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଅନୁରାଧା ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ଯଦ୍ଦ୍ବାରା ଦୁଶ୍ଚିନ୍ତା୍‌ ବୃଦ୍ଧି ହେବ।

ଧନୁ:-

ଆଜି ପାଖପଡ଼ୋଶୀଙ୍କ ସାହାଯ୍ୟ ନେଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶକରି ସଫଳତା ପାଇପାରନ୍ତି। ହାତକୁ ନେଇଥିବା କାମ ପାଇଁ ଟେନ୍‌ସନ ବଢିବ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ରେ କଷ୍ଟ ପାଇପାରନ୍ତି। ମୂଳା ନକ୍ଷତ୍ରର ଦୂରଯାତ୍ରା ସଫଳ ହେବ।

ମକର:-

ଆଜି ଅନ୍ୟମାନଙ୍କ ସାହାଯ୍ୟ ନେଇ ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟାକଲେ ପାରିବେନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ। ଶ୍ରବଣା ନକ୍ଷତ୍ର ମନୋରଞ୍ଜନ ସକାଶେ ମନ ବଳାଇବେ, କିନ୍ତୁ ଆର୍ଥିକ ଦୂରବସ୍ଥା ତାହା କରାଇଦେବ ନାହିଁ ।

କୁମ୍ଭ:-

ଯାହା କରନ୍ତୁନା କାହିଁକି ଆଂଶିକ ସଫଳତା ପାଇବେ ଯାହାକି ସନ୍ତୋଷଜନକ ନ ହୋଇପାରେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।  ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ଅସୁବିଧାର କାରଣ ହୋଇପାରେ। ଶତଭିଷାର ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ୍‌ ହେବେ।

ମୀନ:-

ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ଆତ୍ମପ୍ରସାଦ ଅନୁଭବ କରିପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ, କିନ୍ତୁ ଅର୍ଥାଭାବ ହେତୁ ପୂର୍ଣ୍ଣାଙ୍ଗ ନ ହୋଇପାରେ। ଜମିଜମା କାରବାର, ଆଲୋଚନା, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ। ରେବତୀ ନକ୍ଷତ୍ର ପାରିବାରିକ ସମସ୍ୟାକୁ ସୁଧାରିନେବାର ପ୍ରଯନତ୍ କରିବେ।  

Loading...
Share It
  • 250
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.