୦୨.୧୦.୨୦୧୮ ମଙ୍ଗଳବାର, ଆଜିର ରାଶିଫଳ, ଜଣାନ୍ତୁ ଏହି ରାଶି ଲୋକଙ୍କର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି

ରାଶିଫଳ

Image result for jay hanuman wallpaper hd

ଆଜି ମହାବୀର ହନୁମାନଙ୍କର ପ୍ରିୟବାର , ଯେଉଁ ରାଶି ମାନଙ୍କର ଅଶୁଭ ଫଳ ଗୋଚର ହୁଏ

ସେମାନେ ହନୁମାନ ଚାଳିଶା ପାଠ କରନ୍ତୁ

ମେଷ:-

ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ର ଦେଖୁଥିବାରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ । ନିକଟ ସମ୍ପର୍କୀୟଙ୍କ ସହାୟତାରେ ଆଶା  କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ  କ୍ଷେତ୍ରରେ ସୁଫଳ ପାଇବେ। 

ବୃଷ:-

ଶୁଭସ୍ଥାନରେ ରବି ଯୋଗୁ ବନ୍ଧୁମାନଙ୍କ ନିକଟରୁ  ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରି ନ ଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ। କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ  ସୁଫଳ ମିଳିବ । କୃତିକା ନକ୍ଷତ୍ରର କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ ।

ମିଥୁନ:-

ବଳବାନ୍‌ ବୁଧ ସ୍ବଗୃହୀ ହେତୁ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ଶନିଙ୍କ ଦୃଷ୍ଟିରୁ କ୍ରମଶଃ ବଢିପାରେ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ସରକାରୀ କ୍ଷେତ୍ରରୁ ଲାଭର ଆଶା ବଳବତ୍ତର ହେବ।

କର୍କଟ:-

ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ପୁଷ୍ୟା ନକ୍ଷତ୍ର୍ରର ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିପାରନ୍ତି। ଗତକାଲି ଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ସଭାସମିତିରେ ସଫଳତା ହାସଲ କରିବେ  । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରରନ୍ତି।  

Loading...

ସିଂହ:-

ଶୁକ୍ରଙ୍କ ଅଷ୍ଟମାଧିପତିଙ୍କ ସହ ସମ୍ବନ୍ଧ କାରଣରୁ  ସମସ୍ୟା ଲାଗି ରହିବ । ଆମତ୍ୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି ।  ସ୍ବାସ୍ଥ୍ୟ ପ୍ରତି ଧ୍ୟାନ  ଦେବାରେ ହେଲା କଲେ ପରେ ଅନୁତାପ କରିବାକୁ ପଡିପାରେ । ପରିବହନରେ କିମ୍ବା ପରିବାରରେ ଝଗଡାର ସୂଚନା ରହିଛି । ଆକସ୍ମିକ ଦୂରଯାତ୍ରା କରିପାରନ୍ତି। 

କନ୍ୟା:-

ସ୍ବାସ୍ଥ୍ୟ ଭଲ ରହିବା ସହ ନୁଆଁ କାମଟିଏ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବନ୍ଧୁମାନଙ୍କ  ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅର୍ଥ ସଂକଟ ହେତୁ କାମ ଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହୋଇପାରେ।                                                                    

ତୁଳା:-

ବୁଧଙ୍କ ସବଳତାରୁ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ ବାଣିଜ୍ୟ,ବ୍ୟବସାୟ, ପରିବହନ, ରପତ୍ାନୀ ବାଣିଜ୍ୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ । ସରକାରୀ ସ୍ତରରୁ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । ଅପରାହ୍ନରେ ଖୁସୀ ଖବର ପାଇବେ। 

ବିଛା:-

ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟୁମତ୍ନମତିତା ଏବଂ ପ୍ରୟୋଗାମତ୍କ କୈାଶଳ କାରଣରୁ ଅସାଧ୍ୟ  କାମ ଗୁଡିକୁ ସାଧନ କରିପାରିବେ ।  ଆପୋଷ  ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କୈାଣସି ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।  କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି ।

ଧନୁ:-

ଶନିଙ୍କ କୁପ୍ରଭାବରୁ ନିଜ ଲୋକ ମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ   ା  ଉତରାଷାଢା ନକ୍ଷତ୍ର ବନ୍ଧୁଙ୍କ  ସହ  ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଇଚ୍ଚା ନ ଥିଲେ ମଧ୍ୟ  ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ । 

ମକର:-

ରାହୁଙ୍କ ପ୍ରଭାବରେ ଭୁଲ୍‌ବୁଝାମଣା ଜନିତ ହଠାତ୍‌ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ର୍ନ ହେତୁ  ଦୁଃଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିପାରନ୍ତି। ଆଜି ଶ୍ରବଣା ନକ୍ଷତ୍ର ସକାଶେ  କର୍ମକ୍ଷେତ୍ରରେ  ଶେଷ ସମୟରେ ଆପଣଙ୍କ ପାଇଁ ବିଚାର ବଦଳି ଯାଇପାରେ । 

କୁମ୍ଭ:-

ଉଚ୍ଚସ୍ଥ ମଙ୍ଗଳ ପ୍ରଭାବରେ କର୍ମକ୍ଷେତ୍ରରେ କାମ ହାସଲ କରିବା ସକାଶେ ପରିବାରର ସମର୍ଥନ ଆବଶ୍ୟକ ମନେକରିବେ। ଜମା ଭଲ ପଡୁନଥିବା ଅନ୍ୟମାନଙ୍କ ମନଗଢା  କଥା ଶୁଣି  ବ୍ୟସ୍ତ ହୁଅନ୍ତୁ ନାହ। ରାଜନୀତି କ୍ଷେତ୍ରରେ କିମ୍ବା ଆଲୋଚନା କାଳରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।  

ମୀନ:-

ବୁଧ ରାଶିରେ ଚନ୍ଦ୍ର ହେତୁ ଅଯଥା ଭାବପ୍ର୍ରବଣତାରେ ଭାସିଯାଇ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।  ଯାତ୍ରା କାଳରେ ଦୂରଭିସନ୍ଧି ରଖି  ଅଜଣାବ୍ୟକ୍ତି ମିତ୍ରଭାବ ପୋଷଣ କରିପାରନ୍ତି।

Loading...
Share It
  • 218
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.