୦୧.୧୦.୨୦୧୮ ସୋମବାର, ଆଜିର ରାଶିଫଳ, ଏହି ରାଶିର ଲୋକେ ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ

ରାଶିଫଳ

Image result for siba linga full hd wallpaper

ଜୀବନର ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ଭଗବାନ ଶିବଶଙ୍କରଙ୍କ “ଓଁ ନମଃ ଶିବାୟ” ମନ୍ତ୍ର ୭ ଥର ଜପ କରନ୍ତୁ ,

ଆପଣଙ୍କର ସମସ୍ତ ବିପଦ ଖଣ୍ଡନ ହେବ

ମେଷ:-

ପୂର୍ବାହ୍ନ ସୁଦ୍ଧା ପାରିବାରିକ ଅଶାନ୍ତ ବାତାବରଣ କେତେକାଂଶରେ ବଦଳିଯିବ। କି‘ ଚନ୍ଦ୍ର ଓ ଶନିଙ୍କ  ଷଡାଷ୍ଟକ ସ୍ଥିତି କାରଣରୁ ମନ ଅନୁଯାୟୀ ଆଜିର କାମ କରିବା ସହଜସାଧ୍ୟ ହେବନାହିଁ । ପ୍ରତ୍ୟୁଷ ଯାତ୍ରା ସମୟରେ  ଅନ୍ୟ କାହାର କଥା ଶୁଣି  ବ୍ୟସ୍ତ ହୁଅନ୍ତୁ ନାହିଁ । ଆର୍ଥିକ ସଂକଟକୁ ଦୂରେଇବାରେ ପାଖପଡୋଶୀ ସହଯୋଗର ହାତ ବଢାଇପାରନ୍ତି।

ବୃଷ:-

ସକାଳୁ ସକାଳୁ ପୂର୍ବ ସଂକଳ୍ପିତ କାମ ବନ୍ଧୁମାନଙ୍କ ମାଧ୍ୟମରେ କରିବା ଦିଗରେ ଚେଷ୍ଟିତ ହେବେ। ଶୁକ୍ର ସ୍ବଗୃହୀ ହେଲେ ମଧ୍ୟ ବୃହସ୍ପତିଙ୍କ ସଙ୍ଗରେ ଥିବାରୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବେ। ଶିଳ୍ପ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ। 

ମିଥୁନ:-

ବୁଧଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ସ୍ନାୟବିକ ଦୁର୍ବଳତା କାର୍ଯ୍ୟହାନୀ ଓ ନିରୁତ୍ସାହିତାର କାରଣ ହେବ । ତଥାପି ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ  ଆବଦ୍ଧ ହୋଇ କାମ ହାସଲ କରିବେ । ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ଅଧିକାଂଶ ସମୟ  ଅନ୍ୟମନସ୍କ ରହିପାରନ୍ତି। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।

Loading...

କର୍କଟ:-

ଧନାଧିପତି ତୃତୀୟସ୍ଥ ହେତୁ ବନ୍ଧୁଙ୍କ ଅର୍ଥ ସାହାଯ୍ୟ ପ୍ରଦାନ କରିବା ଦିଗରେ ନିଷ୍ପତି ନେଇପାର‘। କେତେକ କ୍ଷେତ୍ରରେ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ   ସନ୍ଦେହ କରିବେ ।ଭୁଲ୍‌ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ବୃଦ୍ଧି ପାଇବ। ପ୍ଳଟିଙ୍ଗ୍‌ କାରବାର  ଓ ନୂତନ ଯାନବାହନ କ୍ରୟ କରିବା କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।

ସିଂହ:-

ଷଷ୍ଠ ସ୍ଥାନରେ ମଙ୍ଗଳ ଭ୍ରାତୃ ବିବାଦ, ଜମିଜମା ସମସ୍ୟା, ଯାନ୍ତ୍ରିକ ଜିନିଷର କ୍ଷତି ଅଶାନ୍ତି ସୃଷ୍ଟି କରିବେ। କୈାଣସି ବ୍ୟକ୍ତି ରାଗ ଶୁଝାଇବାକୁ ଯାଇ କଅଁଳ ଭାଷାରେ ମରମ କଥା କହି ଠିକଣା ସମୟରେ ପ୍ରତିଶୋଧ  ନେବେ। ସଭାସମିତିରେ  ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ସଂନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।

କନ୍ୟା:-

ଶୁକ୍ର ଓ ବୃହସ୍ପତି ମୁଖଭାବ ମଣ୍ଡନ କରୁଥିବାରୁ ହସଖୁସୀର ସହ ଆଲୋଚନାରେ ସମୟ କଟାଇବେ। କିନ୍ତୁ ଶନି ତୃତୀୟଭାବରେ ରହିଥିବାରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ବଢି ବଢିଯାଉଥିବାରୁ  ଦୁର୍ଭାବନା ବଢ଼ିଚାଲିବ ଓ ଅନ୍ୟମାନଙ୍କୁ ସହଜରେ  ବିଶ୍ୱାସ କରି ପାରିବେନାହିଁ । ଆବଶ୍ୟକତା ପୂରଣ କରିବାକୁ ଯାଇ ଧାର କରଜ କରିବାକୁ ପଡିପାରେ। 

ତୁଳା:-

ରାଶିରେ ଶୁଭଗ୍ରହ ଓ ଉଚ୍ଚସ୍ଥ ମଙ୍ଗଳ କର୍ମାଧିପତିଙ୍କ କୋଣଭାବସ୍ଥ ହେତୁ ଆଜି ପ୍ରତ୍ୟେକ କର୍ମାରମ୍ଭ ଶୁଭପ୍ରଦ ହେବ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌  ହୋଇଯିବ। କେତେକ କ୍ଷେତ୍ରରେ  ନିଜ ଲୋକମାନଙ୍କ ଉପରେ ପୂର୍ଣ୍ଣ ଭରଷା କରିପାରିବେ ନାହିଁ । ଅଷ୍ଟମ ଚନ୍ଦ୍ର ଅର୍ଥଲାଭ ପାଇଁ ମାର୍ଗ ଉନ୍ମୁକ୍ତ କରିବ। 

ବିଛା:-

ପାପାଯୁକ୍ତ ମଙ୍ଗଳ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । ମଙ୍ଗଳଙ୍କ ପ୍ରଭାବରେ ଦୃଢ ମନୋବଳ ନେଇ କାମ କରିବେ ଓ  ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ । ଆମତ୍ୀୟମାନେ କ୍ରମଶଃ ଦୂରେଇ ଯାଇପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। 

ଧନୁ:-

ବିଭିନ୍ନ ପ୍ରକାରର ଯୋଜନାର ପରିକଳ୍ପନା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବତୃତ୍ତ ରହିବା ଭଲ ହେବ। ବାଧ୍ୟବାଧକତାରେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ତଥାପି  ଶେଷ ସମୟରେ ତାହା ସ୍ଥଗିତ ରହିଯାଇପାରେ। ଦ୍ୱାଦଶସ୍ଥ ଶନି ଆପଣଙ୍କ ଭୋଗବିଳାସ ପାଇଁ ବାଧକ ସାଜିବ। 

ମକର:-

କର୍ମସ୍ଥାନରେ ଶୁଭଗ୍ରହ କର୍ମର ପୁଷ୍ଟି ସାଧନ କରିବା ସହ ପାରିବାରିକ ଜୀବନକୁ ପ୍ରୀତିପ୍ରଦ ରଖିବେ । କର୍ମକ୍ଷେତ୍ରରେ ବିଗତ ଦିନ ମାନଙ୍କର ଘଟଣା ଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରି ମନସ୍ତାପ କରି ପାରନ୍ତି। ସଭାସମିତିରେ ବହୁଜନ ପ୍ରଶଂସିତ ହେବା ସହ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆଜିର ବ୍ୟବସାୟିକ ସ୍ଥିତି ସନ୍ତୋଷଜନକ ରହିବ ।

କୁମ୍ଭ:-

ଶୁକ୍ରଙ୍କ ଶୁଭ ପ୍ରଭାବରୁ ବିଭିନ୍ନ ପ୍ରକାରର ସୁଖ ସମ୍ଭୋଗ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ,ଯାନ ବାହାନ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକ ସମସ୍ୟା, ମାମଲା, ଜମିଜମା ପିଲା ମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍ୱିଗ୍ନ ରହିବ। 

ମୀନ:-

ନିଜ ରାଶି ପ୍ରତି ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ ଉନ୍ନତ ଚିନ୍ତା ଓ କାମ ଦ୍ୱାରା ବିଶିଷ୍ଟବ୍ୟକ୍ତିଙ୍କ ସୁନଜରରେ ଆସିବେ। କଚେରି ମାମଲା, ପ୍ରଶାସନିକ ଆଲୋଚନା, ରାଜନୈତିକ ବିତର୍କ, ସାହିତ୍ୟ ସମାଲୋଚନା  କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆଜି ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। 

Loading...
Share It
  • 242
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.