୨୬ ଜଣ ପଞ୍ଚିମବଙ୍ଗ ପ୍ରବାସୀଙ୍କୁ ଅଟକାଇଲା ପୋଲିସ।

ଓଡିଶା ନ୍ୟୁଜ୍

ମୟୂରଭଞ୍ଜ:- ମୟୁରଭଞ୍ଜ ଜିଲ୍ଲା NH-49ରାସ୍ତା ଦେଇ ଚଢେଇଭୋଳ ଗ୍ରାମ ଦେଇ ଯାଉଥିବା ୨୬ଜଣ ପଶ୍ଚିମବଙ୍ଗ ପ୍ରବାସୀଙ୍କୁ ଗତକାଲି ବିଳମ୍ବିତ ରାତ୍ର ରେ ଚଢେଇଭୋଳ ଠାରେ ଏକ ଓଏସ ଆରଟିସି ବସରେ ଆସୁଥିବା ବେଳେ ପୋଲିସ ଅଟକାଇଥିଲେ। ଏହି ବସ୍ ଟି ବିନା ଅଥୋରାଇଜଡ୍ ପାସରେ ପ୍ରବାସୀ ଙ୍କୁ ନେଇ ଆସୁଥିବା ଖବର ପାଇ ଆଜି କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡ଼ିଓ ଶିବାଶିଷ ବରାଳ,ଓ ଏସଡିପିଓ ନାରାୟଣ ଚନ୍ଦ୍ର ନାୟକ ଅଟକାଇ ଡ୍ରାଇଭର ଓ ବସକୁ ଜବତ କରିଛନ୍ତି। ସେମାନଂକୁ ପ୍ରଶାସନ ନିକଟରେ ଥିବା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବାସୀ ମାନଙ୍କୁ ରଖିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବିରୋଧ କରିଥିଲେ କିଛି ସମୟ ପାଇଁ ସ୍କୁଲ ପରିସରରେ ଉତେଜନା ଦେଖାଦେଇଥିଲା ପରେ ପରେ ଏହି ପ୍ରବାସୀଙ୍କୁ ପ୍ରଶାସନ ଦରି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୱରେନଟାଇନରେ ଖାଦ୍ୟ ପ୍ରଦାନ କରିବା ପରେ ଜାମଶୋଳା ଦେଇ ପଶ୍ଚିମ ବଙ୍ଗ ପଠାଇ ଦେବାର ବ୍ୟବସ୍ଥା କରିଥିବା ତହସିଲଦାର ଜଣାଇଛନ୍ତି। ହେଲେ ଏହି ବସ୍ ବିନା ଅଥୋରାଇଜଡ୍ ପାସରେ ପ୍ରବାସୀ ମାନଙ୍କୁ ନେଇ ସହଲା ବର୍ଡର ଦେଇ ବିଭିନ୍ନ ଜିଲ୍ଲା ଗୁଡିକୁ ଟପି ମୟୁରଭଞ୍ଜ ରେ ପ୍ରବେଶ କରିବା ଘଟଣା ଏବଂ ଚଢେଇଭୋଳ ସ୍ଥିତ ପଂଚାୟତ ହାଇସ୍କୁଲ ରେ ପ୍ରବାସୀ ମାନଂକୁ ରଖିବା ନେଇ ଗ୍ରାମବାସୀ ମାନେ ବିରୋଧ କରିବା ନେଇ କିଛିସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ତେବେ ପ୍ରଶାସନ ର ହସ୍ତକ୍ଷେପ ଫଳରେ ଏବଂ ବୁଝା ସୁଝା କରିବା ପରେ ପ୍ରବାସୀ ମାନଂକୁ ପଶ୍ଚିମ ବଙ୍ଗ କୁ ପଠାଇଦେଇଥିବା ବେଳେ ଓ.ଏସ.ଆର.ଟି ବସ କୁ କରଞ୍ଜିଆ ଥାନା ରେ ଅଟକ ରଖି ତଦନ୍ତ ଚଳାଇଛି।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.